Advertisment

ୱେଡିଂ ଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲେ ୫ ଜଣ

ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Fire Breaks Out At Wedding Venue In Uttar Pradesh

Fire Breaks Out At Wedding Venue In Uttar Pradesh

ୱେଡିଂ ଭେନ୍ୟୁରେ ଭୟାବହ ଅଗ୍ନିକାଣ୍ଡ। ଫଳରେ ଅକାଳରେ ଚାଲିଯାଇଛି ୫ ଜୀବନ। ଉତ୍ତପ୍ରଦେଶର ମୋରଦାବାଦ ଜିଲ୍ଲାରେ ଗୁରୁବାର ଦିନ ଏହି ଅଗ୍ନିକାଣ୍ଡ ଘଟିଛି। ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ନିଆଁ ଲାଗିବା ଯୋଗୁ  ୨ ଜଣ ମହିଳା ଓ ୩ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। 

Advertisment

ସୂଚନା ଅନୁସାରେ, ଗୁରୁବାର ଦିନ ସହରରେ ଥିବା ଏହି ୩ ମହଲା ବିଲ୍ଡିଂରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ୩ ଘଣ୍ଟାର ସଂଘର୍ଷ ପରେ ହୁତୁହୁତୁ ହୋଇ ଜଳୁଥିବା ନିଆଁକୁ ଆୟତ୍ତ କରାଯାଇଥିଲା। ହେଲେ ସେତେବେଳକୁ ୫ ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ୧୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା। 

ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବାବେଳେ ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ମୋରଦାବାଦ ଜିଲ୍ଲାପାଳ ଓ ଏସ୍‌ପି ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ଯାଞ୍ଚ କରିଛନ୍ତି। 

Advertisment

Uttar Pradesh Fire Mishap Fire In Uttar Pradesh Fire In Wedding Venue
Advertisment
Advertisment