/odishatv-khabar/media/post_attachments/uploadimage/library/16_9/16_9_0/s_1668847675.jpg)
Srimandir Garuda Stambha becoming weak due to frequent touching by devotees
ଭକ୍ତଙ୍କ ସ୍ପର୍ଶ ଯୋଗୁ ପତଳା ହେଉଛି ଗରୁଡ଼ ସ୍ତମ୍ଭ। ଏଥିପାଇଁ ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଏହି ସ୍ତମ୍ଭଟିକୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟାଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖା ଦେଇଛି।
ଏହାର ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୂପା ଚାଦର ଆଚ୍ଛାଦନ କରାଯିବ। ଏନେଇ ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ହୋଇଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ପ୍ରସ୍ତାବ ରଖାଯାଇଛି। ଏଥିପାଇଁ ୧୩୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି।
ଭାରତ ସରକାରଙ୍କ ପୂର୍ବତନ ନିର୍ଦ୍ଦେଶକ ଏସ.କେ.ପଟେଲଙ୍କ ସୂଚନା ଅନୁଯାୟୀ, ଗରୁଡ଼ ସ୍ତମ୍ଭଟି ଚନ୍ଦନ କାଠର ଜୀବାଶ୍ମରେ ତିଆରି। ଗରୁଡ଼ ସ୍ତମ୍ଭକୁ ଭକ୍ତମାନଙ୍କ ଠାରୁ ପ୍ରତ୍ୟକ୍ଷ ସ୍ପର୍ଶରୁ ନିବୃତ୍ତ ରଖିବା ଦରକାର। ତେଣୁ ଗରୁଡ଼ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୂପା ଚାଦର ଆଚ୍ଛାଦନ ପାଇଁ ପ୍ରସ୍ତାବ ରଖାଯାଇଛି। ପଶ୍ଚିମବଙ୍ଗର ଜଣେ ବ୍ୟକ୍ତି ଏହି କାର୍ଯ୍ୟ ସମ୍ପାଦନ ପାଇଁ ରାଜି ହୋଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)