Advertisment

ଟେକ୍‌ଅଫ୍‌ ବେଳେ ସିଧାଯାଇ ଦମକଳ ଗାଡ଼ି ସହ ଧକ୍କା ହେଲା ବିମାନ, ଯାତ୍ରା କରୁଥିଲେ ୧୦୬ ଜଣ...

ଉଡ଼ାଣ ଭରିବା ବେଳେ ରନ୍‌ୱେରେ ସାମ୍ନାପଟୁ ଆସୁଥିବା ଦମକଳ ଗାଡ଼ି ସହ ସିଧାଯାଇ ଧକ୍କା ହେଲା ବିମାନ। ଫଳରେ ବିମାନରେ ନିଆଁ ଲାଗି ଯାଇଛି।

author-image
Rajalaxmi Sahoo
Plane Collides With Truck On Runway During Takeoff

Plane Collides With Truck On Runway During Takeoff

ଉଡ଼ାଣ ଭରିବା ବେଳେ ରନ୍‌ୱେରେ ସାମ୍ନାପଟୁ ଆସୁଥିବା ଦମକଳ ଗାଡ଼ି ସହ ସିଧାଯାଇ ଧକ୍କା ହେଲା ବିମାନ। ଫଳରେ ବିମାନରେ ନିଆଁ ଲାଗି ଯାଇଛି। ଗତକାଲି ପେରୁର ଲିମାରେ ଥିବା ଜର୍ଜ ଚାଭେଜ୍‌ ଅନ୍ତର୍ଜାତୀୟ ବିମାନବନ୍ଦର(Jorge Chávez International Airport)ରେ ଏହି ଅଘଟଣ ଘଟିଛି। ୧୦୬ ଜଣ ଯାତ୍ରୀଙ୍କୁ ନେଇ ଉଡ଼ାଣ ଭରୁଥିବା ବେଳେ ଲଟାମ ଏୟାରଲାଇନ୍ସ (LATAM Airlines)ର ଏକ ବିମାନ ରନ୍‌ୱେରେ ଦମକଳ ଗାଡ଼ି ସହ ଧକ୍କା ହୋଇଥିଲା। ଏହାପରେ ବିମାନରେ ନିଆଁ ଲାଗି ଯାଇଥିଲା।

Advertisment

ସୂଚନା ଅନୁସାରେ, ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ୱୟ ଅଗ୍ନିଶମ କର୍ମଚାରୀ ବୋଲି ଜଣାପଡ଼ିଛି। ଆଶ୍ୱସ୍ତିକର କଥା, ବିମାନରେ ଥିବା ୧୦୬ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବର୍ସ ସୁରକ୍ଷିତ ଅଛନ୍ତି। ବିମାନଟି ଦମକଳ ଗାଡ଼ି ସହ ଧକ୍କା ହେବା ଯୋଗୁ ୨ ଜଣ ଅଗ୍ନିଶମ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ଏନେଇ ଫାୟାର ଡିପାର୍ଟମେଣ୍ଟର ଜେନରାଲ୍‌ କମାଣ୍ଡର ଲୁଇସ୍‌ ପୋନ୍ସ ଲା ଜାରା ସୂଚନା ଦେଇଛନ୍ତି। ବିମାନ ଓ ଟ୍ରକ୍‌ ସାମ୍ନାସାମ୍ନି ଧକ୍କା ହେବା ଯୋଗୁ ଉଭୟ ଗାଡ଼ିରେ ନିଆଁ ଲାଗି ଯାଇଥିଲା।

Advertisment

ଲଟାମ ଏୟାରଲାଇନ୍ସର ବିମାନ LA2213 ଜର୍ଜ ଚାଭେଜ୍‌ ଅନ୍ତର୍ଜାତୀୟ ବିମାନବନ୍ଦରରୁ ପେରୁର ଜୁଲିଆକା ସହର ଅଭିମୁଖେ ଉଡ଼ାଣ ଭରିବା ବେଳେ ଏହି ଅଘଟଣ ଘଟିଥିଲା। ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି, ରନ୍‌ୱେରେ ଛିଡ଼ା ହୋଇଥିବା ଏକ ବିମାନରୁ ଧୂଆଁ ବାହାରୁଛି। 

Plane Crash
Advertisment
Advertisment