Advertisment

ଶ୍ରଦ୍ଧାଙ୍କ କଥା ଭାବି କାନ୍ଦିଲେ ଅଭିନେତ୍ରୀ, କହିଲେ- ‘ମୁଁ ବି ଲିଭ୍‌-ଇନ୍‌ରେ ରହୁଥିଲି, ଯଦି ସେଦିନ ରାତିରେ...’

ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍‌ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Diya Aur Baati Hum Fame Actress Kanishka Soni's Big Revelation

Diya Aur Baati Hum Fame Actress Kanishka Soni Big Revelation

ସାରା ଦେଶରେ ଏବେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌କୁ ନେଇ ହଇଚଇ ସୃଷ୍ଟି ହୋଇଛି। ଲିଭ୍‌-ଇନ୍‌ ପାର୍ଟନର ଅଫତାବ୍‌ ଶ୍ରଦ୍ଧାଙ୍କୁ ହତ୍ୟା କରି ମୃତଦେହକୁ ୩୫ ଖଣ୍ଡ କରିବା ଓ ଏହାପରେ ଏହାକୁ ଫ୍ରିଜ୍‌ରେ ରଖି ପରେ ଜଙ୍ଗଲରେ ଫିଙ୍ଗିବା ଘଟଣା ସାମ୍ନାକୁ ଆସିବା ପରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା। ବିଭତ୍ସ ଭାବେ ଅଫତାବ୍‌, ଶ୍ରଦ୍ଧାଙ୍କୁ ହତ୍ୟା କରି ଏହାକୁ ପିସ୍‌ ପିସ୍‌ କରିଥିଲା। ଏସବୁ ପଛର କାରଣ ଥିଲା ବିବାହ। କୁହାଯାଉଛି ଯେ, ବିବାହ ପାଇଁ ଶ୍ରଦ୍ଧା କୁଆଡ଼େ ଅଫତାବ୍‌ଙ୍କ ଉପରେ ଚାପ ପକାଉଥିଲେ ଓ ଏଥିରେ ରାଗି ଯାଇ ଅଫତାବ୍‌ ଏଭଳି କାଣ୍ଡ ଭିଆଇ ଥିଲା। ଗୋଟିଏପଟେ ଶ୍ରଦ୍ଧା ହତ୍ୟା ମାମଲାର ଚର୍ଚ୍ଚା ଥମି ନଥିବାବେଳେ ଅନ୍ୟପଟେ ଶ୍ରଦ୍ଧାଙ୍କ ଭଳି ଆଉ ଜଣେ ଯୁବତୀଙ୍କ ଦୁଃଖଦ କାହାଣୀ ଏବେ ସାମ୍ନାକୁ ଆସିଛି। କେବଳ ଫରକ୍‌ ଏତିକି ଶ୍ରଦ୍ଧା ଜଣେ ସାଧାରଣ ଯୁବତୀ ଥିଲେ ହେଲେ ଏହି ଯୁବତୀ ଜଣକ ଜଣେ ଅଭିନେତ୍ରୀ। ସାଉଥ ଫିଲ୍ମ ଓ 'ଦିୟା ଔର ବାତି ହମ୍‌' ଶୋ’ର ଫେମ୍‌ ଆକ୍ଟ୍ରିସ୍‌ କନିଷ୍କା ସୋନି, ଶ୍ରଦ୍ଧାଙ୍କ ସହ ହୋଇଥିବା ବିଭତ୍ସ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ନିଜ ସହ ଘଟିଥିବା ଏକ ଘଟଣାର ବଡ଼ ଖୁଲାସା କରିଛନ୍ତି। ଏହି ସମୟରେ ସେ କାନ୍ଦି ପକାଇଥିଲେ। 

Advertisment

କନିଷ୍କା କଲେ ବଡ଼ ଖୁଲାସା...

କନିଷ୍କା କହିଛନ୍ତି ଯେ, ‘ଶ୍ରଦ୍ଧାଙ୍କ କାହାଣୀ ସହ ମୁଁ ନିଜକୁ ତୁଳନା କରିପାରୁଛି। ମୋର ମନେ ଅଛି, ଜଣେ ଅଭିନେତା ମୋତେ ପ୍ରପୋଜ କରିଥିଲେ ଓ ବିବାହ ପାଇଁ ମଧ୍ୟ କଥା ଦେଇଥିଲେ। ଯେତେବେଳେ ତାଙ୍କ ସହ ମୁଁ ରିଲେସନଶିପ୍‌ରେ ଥିଲେ, ସେହି ସମୟରେ ତାଙ୍କର ସବୁ ପ୍ରକାରର ବ୍ୟବହାର ମୁଁ ସହ୍ୟ କରି ନେଉଥିଲି। ମୋତ ଲାଗୁଥିଲା ବିବାହ ପରେ ସେ ସୁଧୁରି ଯିବେ।ଅଧିକାଂଶ ସମୟ ମୁଁ ତାଙ୍କ ଘରେ ହିଁ ରହୁଥିଲି। କାରଣ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହିବା ପାଇଁ ସେ ମୋତେ ବାଧ୍ୟ କରୁଥିଲେ। ହେଲେ ମୋତେ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହିବା ପସନ୍ଦ ନଥିଲା।’

Advertisment

କନିଷ୍କା ଆହୁରି କହିଛନ୍ତି, ‘ଅଧିକାଂଶ ସମୟ ମୁଁ ତାଙ୍କ ଘରେ ହିଁ ରହୁଥିଲି। କାରଣ ମୋର ଆଶା ଥିଲା ମୁଁ ତାଙ୍କୁ ବିବାହ କରିବି। ଯେତେବେଳେ ମୁଁ ତାଙ୍କୁ ପଚାରିଥିଲି, ଆମେ କେବେ ବିବାହ କରିବା। ଉତ୍ତରରେ ସେ କହିଥିଲେ- ଖୁବ୍‌ଶୀଘ୍ର ବିବାହ କରିବା। ତାଙ୍କୁ ନେଇ ମୁଁ ଅନେକ ସ୍ୱପ୍ନ ମଧ୍ୟ ଦେଖିଥିଲି। ପରେ ବିବାହ କଥା ଉଠିବାରୁ ସେ ମୋତେ ବହୁତ ମାର୍‌ପିଟ୍‌ କରିଥିଲେ। ସେହି ସମୟରୁ ହିଁ ମୁଁ ଭାବି ନେଇଥିଲେ ଯେ, ସେ କେବେବି ମୋତେ ଜୀବନରୁ ମାରି ଦେଇପାରନ୍ତି। ଏହାପରେ ମୁଁ ଏକ ବଡ଼ ନିଷ୍ପତ୍ତି ନେଇଥିଲି ଓ ସେହି ଦିନ ରାତିରେ ତାଙ୍କ ଘରୁ ମୁଁ ଚାଲି ଆସିଥିଲି।’ 

ସୂଚନାଥାଉ କି, ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌କୁ ନେଇ ସାରା ଦେଶରେ ଏବେ ହଇଚଇ। ଏହି ମାମଲାରେ ପ୍ରତିଦିନ କିଛି ନା କିଛି ନୂଆ ଖୁଲାସା ହେଉଛି। ଶ୍ରଦ୍ଧା ଓ ଅଫତାବ୍‌ଙ୍କ ସମ୍ପର୍କକୁ ନେଇ ଗଡୱିନ୍ ରୋଡ୍ରିଗୁସ୍‌ ନାମକ ଜଣେ ବ୍ୟକ୍ତି ଅନେକ ରାଜ୍‌ ଖୋଲିଛନ୍ତି। ଶ୍ରଦ୍ଧାଙ୍କୁ ଅଫତାବ୍‌ ମାର୍‌ପିଟ୍‌ କରୁଥିଲେ ବୋଲି ଗଡୱିନ୍ ଦାବି କରିଛନ୍ତି। ସେ କହିଛନ୍ତି, ଥରେ ଅଫତାବ୍‌ ମାର୍‌ପିଟ୍‌ କରିବା ପରେ ଶ୍ରଦ୍ଧା ସହାୟତା ଲୋଡ଼ିଥିଲା। ନିଜ ସାଙ୍ଗମାନଙ୍କ ସହ ହ୍ୱାଟ୍ସଆପ୍‌ରେ ଶ୍ରଦ୍ଧା ଯେଉଁ ବାର୍ତ୍ତାଳାପ କରିଥିଲେ, ସେସବୁ ଚାଟ୍‌ର ଅନେକ ସ୍କ୍ରିନ୍‌ଶଟ୍‌ ଏବେ ସାମ୍ନାକୁ ଆସିଛି। ଏଥିରେ ତାଙ୍କୁ ମାର୍‌ପିଟ୍‌ କରାଯାଉଥିବା କଥା ଶ୍ରଦ୍ଧା ସାଙ୍ଗମାନଙ୍କୁ କହିଥିବା ଦେଖିବାକୁ ମିଳିଛି

Torture
Advertisment
Advertisment