Advertisment

୧୫ ଘଣ୍ଟା ପରେ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ

ଦ୍ରୁତଗାମୀ ମାଲ୍‌ବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା। କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର ଉପରକୁ ମାଡ଼ି ଯାଇଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Train Accident In Jajpur

Jajpur train mishap

୧୫ ଘଣ୍ଟା ପରେ ଯାଜପୁର କୋରେଇ ଷ୍ଟେସନ ଦେଇ ଟ୍ରେନ୍‌ ଚଳାଚଳ ସ୍ୱାଭାବିକ ହୋଇଛି। ବର୍ତ୍ତମାନ ଟ୍ରେନ୍ ଲାଇନ୍‌ର ଗୋଟିଏ ପଟୁ ବଗି ଉଠାଯାଇ ସଫା କରାଯାଇଛି। ଡାଉନ୍ ଲାଇନ୍‌ରେ ଟ୍ରେନ୍ ଚଳାଚଳ କରିବାକୁ ପ୍ରସ୍ତୁତ କରାଯାଇ ସାରିଥିବା ରେଳବାଇ ସୂତ୍ରରୁ ସୂଚନା ମିଳିଛି। ଗତକାଲି ସକାଳେ ଯାଜପୁର କୋରେଇ ଷ୍ଟେସନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଥିଲା।ଖଡ଼ଗପୁରରୁ ଛତ୍ରପୁର ଅଭିମୁଖେ ଯାଉଥିବା ଦ୍ରୁତଗାମୀ ମାଲ୍‌ବାହୀ ଟ୍ରେନ୍‌ର ୮ଟି ବଗି ଲାଇନ୍‌ଚ୍ୟୁତ ହୋଇଥିଲା।

Advertisment

ଅଧିକ ପଢ଼ନ୍ତୁ: ମୃତ୍ୟୁ ସାଜି ଆସିଲା ମାଲଗାଡ଼ି ! ନେଇଗଲା ମା’ଝିଅଙ୍କ ଜୀବନ, ବର୍ତ୍ତିଗଲା ଅଢ଼େଇ ମାସର କୁନି ଝିଅ

ଫଳରେ କିଛି ବଗି ଯାତ୍ରୀ ବିଶ୍ରାମଗାର ଓ ଟିକେଟ୍‌ ଘର ଉପରକୁ ମାଡ଼ି ଯାଇଥିଲା। ଦୁର୍ଘଟଣାରେ ପ୍ଲାଟ୍‌ଫର୍ମ, ଟ୍ରାକ୍, ଟିକେଟ୍ ଘର, ଯାତ୍ରୀ ବିଶ୍ରାମଗାର ଏବଂ ଫୁଟ୍ ଓଭର ବ୍ରିଜ୍ କ୍ଷତିଗ୍ରସ୍ତ ହୋଇଛି। ସ୍ଥାନୀୟ ପ୍ରଶାସନ, ରେଲୱେ, ରିଲିଫ୍ ଓ ରେସ୍କ୍ୟୁ ଟିମ୍ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ।

Advertisment

ଦୁର୍ଘଟଣାରେ ଉଭୟ ଅପ୍ ଓ ଡାଉନ୍ ଲାଇନ୍‌ କ୍ଷତିଗ୍ରସ୍ତ ହୋଇଥିବାରୁ ବହୁ ଟ୍ରେନ୍‌କୁ ବାତିଲ କରାଯାଇଥିଲା। କମିଶନ୍ ଅଫ୍ ରେଲ୍‌ୱେ ସେଫ୍ଟି ସ୍ତରରେ ଏହି ଦୁର୍ଘଟଣାର ତଦନ୍ତ ହେବ। ଅନ୍ୟପକ୍ଷେ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ଲାଗି ରେଳ ମନ୍ତ୍ରାଳୟ ପକ୍ଷରୁ ୫ ଲକ୍ଷ ଓ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରାଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ମାଲଗାଡ଼ିର କିଛି ଡୋର୍ ଖୋଲା ରହିଥିଲା। ଏହି ଡୋର ପ୍ଲାଟଫର୍ମରେ ପିଟି ହୋଇଯିବାରୁ ଟ୍ରେନର ଡବା ଗୁଡ଼ିକ ଭାରସାମ୍ୟ ହରାଇ ଏତେବ଼ଡ଼ ଦୁର୍ଘଟଣା ଘଟିଥିବା କୁହାଯାଉଛି।

Train Accident
Advertisment
Advertisment