Advertisment

କୁକୁରକୁ ନେଇ ଝଗଡ଼ା, ପ୍ରେମିକାର ମା’ଙ୍କୁ ଗୁଳି କଲା ଯୁବକ...

କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍‌ରେ ଶନିବାର ଦିନ ଏହି ଘଟଣା ଘଟିଛି।

author-image
Rajalaxmi Sahoo
Man allegedly shot his girlfriend mother after argument over a dog

Man allegedly shot his girlfriend mother after argument over a dog

କୁକୁରକୁ ନେଇ ଝଗଡ଼ା ପରେ ଜଣେ ବ୍ୟକ୍ତି ନିଜ ପ୍ରେମିକାଙ୍କ ମା’ଙ୍କୁ ଗୁଳି ମାରି ଦେଇଥିବା ଜଣାପଡ଼ିଛି। ଦିଲ୍ଲୀର ବନ୍ଧୁ ଗୁପ୍ତା ରୋଡ୍‌ରେ ଶନିବାର ଦିନ ଏହି ଘଟଣା ଘଟିଛି। ଆହତ ମହିଳାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରଯାଇଛି। ମହିଳା ଜଣକ ଏବେ ବିପଦ ମୁକ୍ତ ଥିବା ଜଣାପଡ଼ିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଆଲୋକ ନାମକ ଯୁବକ ଜଣେ ଯୁବତୀଙ୍କ ସହ ଲିଭ୍‌-ଇନ୍‌ ରିଲେସନଶିପ୍‌ରେ ରହୁଥିଲେ। ତେବେ କୁକୁରକୁ ନେଇ ପ୍ରେମିକାଙ୍କ ମା’ଙ୍କ ସହ ତାଙ୍କର ଝଗଡ଼ା ହୋଇଥିଲା। ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଆଲୋକ ନିଜ ରାଗକୁ ନିୟନ୍ତ୍ରଣ କରିପାରିଲେ ନାହିଁ ଓ ପ୍ରେମିକାର ମା’ଙ୍କୁ ଗୁଳି କରିଥିଲେ। ଏହାପରେ ଘଟଣାସ୍ଥଳରୁ ସେ ଫେରାର ହୋଇଯାଇଥିଲେ। ତାଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି।

ପୋଲିସ୍‌ ସୂଚନା ଅନୁସାରେ, ଗତ ଏପ୍ରିଲ ୮ ତାରିଖ ସନ୍ଧ୍ୟା ୬ଟାରେ ଦିଲ୍ଲୀର ସିଦ୍ଧିପୁରା ସ୍ଥିତ ଗୋଶାଳା ରୋଡ୍‌ ନିକଟରେ ଗୁଳିମାଡ଼ ହୋଇଥିବା ନେଇ ସୂଚନା ମିଳିଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଦେଖିବାକୁ ପାଇଥିଲା, ମହିଳାଙ୍କ କାନ୍ଧରେ ଗୁଳି ବାଜିଛି। ମହିଳାଙ୍କ ବୟସ ପାଖାପାଖି ୪୦ ବର୍ଷ ହେବ ବୋଳି ଜଣାପଡ଼ିଛି। ପୋଲିସ୍‌ ତୁରନ୍ତ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲା। 

Advertisment

ତଦନ୍ତ ବେଳେ ଜଣାପଡ଼ିଥିଲା, ଉକ୍ତ ମହିଳାଙ୍କ ଝିଅ ସହ ଆଲୋକ ଲିଭ୍‌-ଇନ୍‌ରେ ରହୁଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ସମାଧାନ କରିବାକୁ ଯାଇ ଯୁବତୀଙ୍କ ମା’ ଗୁଳି ଖାଇଥିଲେ ଓ ତାଙ୍କ କାନ୍ଧରେ ଗୁଳି ବାଜିଥିଲା। ଏହାପରେ ଆଲୋକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ତାଙ୍କୁ ଧରିବା ପାଇଁ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି।

Firing
Advertisment
Advertisment