/odishatv-khabar/media/post_attachments/uploadimage/library/16_9/16_9_0/s_1681013733.jpg)
Heat wave condition in odisha from april 11
ଆଉ ୨ରୁ ୩ ଦିନ ପରେ ବଢ଼ିବ ରାଜ୍ୟର ତାତି। ପାଣିପାଗ ବିଭାଗର ସୂଚନା ଅନୁସାରେ, ୨ରୁ ୩ ଡିଗ୍ରୀ ଯାଏ ତାପମାତ୍ରା ବଢିବାର ସମ୍ଭାବନା ରହିଛି। କାଳବୈଶାଖୀ ପ୍ରଭାବ ହ୍ରାସ ପାଇବା ସହ ୧୧ ତାରିଖରୁ ରାଜ୍ୟରେ ତାତି ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ହୋଇଛି। ଏହାର ପ୍ରଭାବରେ ଝଡ଼ ତୋଫାନ ସହ ଘଡ଼ଘଡ଼ି ଓ ବର୍ଷା ହୋଇଥିଲା।
ଢେଙ୍କାନାଳ, ମୟୂରଭଞ୍ଜ, ବାଲେଶ୍ୱର, କନ୍ଧମାଳ, ରାୟଗଡ଼ା, ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ପବନ ହୋଇଥିଲା। ଢେଙ୍କାନାଳରେ ପବନ ସହ ଘଡଘଡି ଓ ବର୍ଷା ଯୋଗୁ ଯାତାୟତ ବାଧାପ୍ରାପ୍ତ ହେବା ସହ ଜୀବନ ଯାପନ ପ୍ରଭାବିତ ହୋଇଥିଲା। ପ୍ରାୟ ଦେଢ଼ ଘଣ୍ଟା ଧରି ପ୍ରବଳ ବର୍ଷା ଓ ପବନ ଯୋଗୁ ଢେଙ୍କାନାଳ- କପିଳାସ ରାସ୍ତାର ଭଗବାନପୁରଠାରୁ କାଇମାଟି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତା ଉପରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିବା ଯୋଗୁ ଏହା ଅବରୋଧ ହୋଇଥିଲା।
#ବଢିବ_ଗରମ
ରାଜ୍ୟରେ ୨ରୁ ୩ ଡିଗ୍ରୀ ଯାଏଁ ତାପମାତ୍ରା ବଢିବ । କାଳବୈଶାଖୀ ଯୋଗୁଁ ହ୍ରାସ ପାଇଥିଲା ତାପମାତ୍ରା । ଗତକାଲି ଏକାଧିକ ଜିଲ୍ଲାରେ କାଳ ବୈଶାଖୀ ତାଣ୍ଡବ । #Weather#OTVpic.twitter.com/oiyqslvloA— ଓଟିଭି (@otvkhabar) April 9, 2023
ଫଳରେ ଢେଙ୍କାନାଳ-କପିଳାସ ଓ ଯୋରନ୍ଦା ରାସ୍ତାରେ ଯାନବାହାନ ଚଳାଚଳ ବ୍ୟାହତ ହୋଇଥିଲା। ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କଟର ମେସିନ ସାହାଯ୍ୟରେ ଗଛ କାଟି ରାସ୍ତା ସଫା କରିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)