Advertisment

ଛାତ ଉପରୁ ହଟିବ ବେଆଇନ୍‌ ହୋର୍ଡିଂ, ମୋବାଇଲ୍‌ ଟାୱାର

ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍‌ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ।

author-image
Rajalaxmi Sahoo
BMC to remove illegal hoardings & mobile towers from buildings in Bhubaneswar

BMC to remove illegal hoardings & mobile towers from buildings in Bhubaneswar

ଆଉ ନୋଟିଫିକେସନ୍ ନୁହେଁ, ଏଥର ସିଧା ଆକ୍ସନ। ଛାତ ଉପରେ ବେଆଇନ୍‌ ହୋର୍ଡିଂ ଲାଗିଥିଲେ ରାଜଧାନୀବାସୀ ସାମ୍ନା କରିବେ କାର୍ଯ୍ୟାନୁଷ୍ଠାନ। ସମସ୍ତଙ୍କ ଛାତରୁ ହଟିବ ବେଆଇନ୍‌ ହୋର୍ଡିଂ। ଏଥିପାଇଁ BMC କମିଟି ଗଠନ କରିଛି। କେବଳ ହୋର୍ଡିଂ ନୁହେଁ ଘର ଛାତ ଉପରେ ଥିବା ମୋବାଇଲ୍‌ ଟାୱାର ମଧ୍ୟ ହଟାଯିବ।

Advertisment

ନିଜ ଛାତରେ ବର୍ଷ ବର୍ଷ ଧରି ହୋର୍ଡିଂ ଲଗାଇ ଟଙ୍କାଟିଏ ଅର୍ଥ ବିଏମ୍‌ସିକୁ ଦେଉନଥିବା ଘର ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଛାତ ଉପରେ ଲାଗିଥିବା ହୋର୍ଡିଂକୁ ଖୋଲି ଦିଆଯିବ। ଖାଲି ହୋର୍ଡିଂ ନୁହେଁ ଛାତ ଉପରେ ବସିଥିବା ମୋବାଇଲ୍‌ ଟୱାରକୁ ମଧ୍ୟ ହଟାଇବା ପାଇଁ ବିଏମ୍‌ସି ନିଷ୍ପତ୍ତି ନେଇଛି। ଏନେଇ ଏକ ଟିମ୍‌ ଗଠନ କରାଯାଇଛି। ଖୁବଶୀଘ୍ର ଏହି ଟିମ୍‌ ସହର ସାରା ବୁଲିବୁଲି ଛାତ ଉପରେ ଲାଗିଥିବା ବେଆଇନ୍‌ ହୋର୍ଡିଂ ସବୁ ଚିହ୍ନଟ କରିବ। ପରେ ଏହାକୁ ଘର ମାଲିକଙ୍କ ଜରିଆରେ କାଢି ଦିଆଯିବ। ବିଏମ୍‌ସିର ଏଭଳି ପଦକ୍ଷେପକୁ କର୍ପୋରେଟରମାନେ ସ୍ୱାଗତ କରିଛନ୍ତି।

ଖାଲି କର୍ପୋରେଟର ନୁହନ୍ତି ବିଏମ୍‌ସିର ଏଭଳି ନିଷ୍ପତ୍ତିକୁ ସାଧାରଣ ନାଗରିକ ମଧ୍ୟ ସ୍ୱାଗତ କରିଛନ୍ତି। ହେଲେ ଏହାର କାର୍ଯ୍ୟକାରିତା ନେଇ ପ୍ରଶ୍ନ ଉଠାଇଛନ୍ତି। ପୂର୍ବରୁ ବହୁବାର ଏଭଳି ନୋଟିସ୍‌ ଜାରି କରାଯାଇଛି। ହେଲେ କାର୍ଯ୍ୟକାରିତା ଶୂନ। କାରଣ ବହୁ ବଡ଼ବଡ଼ିଆ, ପ୍ରଭାବଶଳୀ ନେତା ଓ କର୍ପୋରେଟଙ୍କ ଛାତରେ ହିଁ ଲାଗିଛି ବେଆଇନ୍‌ ହୋର୍ଡିଂ। ଯେଉଁଥିରୁ ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର ମଧ୍ୟ କରୁଛନ୍ତି। ତେଣୁ ରାଜଧାନୀକୁ ବେଆଇନ୍‌ ହୋର୍ଡିଂ ମୁକ୍ତ କରିବା ପାଇଁ  ଯେତେବେଳେ ବି ନିଷ୍ପତ୍ତି ହେଉଛି ସେତେବେଳେ ଏଇମାନେ ହିଁ ବାଧକ ସାଜନ୍ତି। ଚାପ ପକାଇ ବିଏମ୍‌ସିର ନୋଟିସକୁ ବି ଚାପି ଦିଅନ୍ତି।

Advertisment

ଯଦି ବିଏମ୍‌ସି ଖାଲି ନୋଟିସରେ ସୀମିତ ନ ହୋଇ ସିଧାସଳଖ କାର୍ଯ୍ୟାନୁଷ୍ଠାନ ନେବ ତା’ହେଲେ ସହର ବେଆଇନ୍ ହୋର୍ଡିଂ ଫ୍ରି ହୋଇପାରିବ ଆଇନଜୀବୀ ବୋଲି କହିଛନ୍ତି। ତେବେ ଦେଖିବାକୁ ବାକି ରହିଲା ବିଏମ୍‌ସିର ଏହି ନିଷ୍ପତ୍ତି ସତରେ କାର୍ଯ୍ୟକାରୀ ହେଉଛି ନା ପୂର୍ବଭଳି  ଖାଲି ନିୟମରେ ହିଁ ରହୁଛି।

BMC
Advertisment
Advertisment