ବିଜେପି ନେତାଙ୍କୁ ଭୁଜାଲି ମାଡ଼। ବାଲେଶ୍ୱର ଜିଲ୍ଲା ସୋର ପୌରପାଳିକା ନଗର ଉପସଭାପତି ଲୋକନାଥ ରାଉତଙ୍କୁ ଭୁଜାଲି ମାଡ଼ କରାଯାଇଥିବା ଅଭିଯୋଗ ହୋଇଛି। ଆଜି ସକାଳେ ମର୍ଣ୍ଣିଂ ୱାକ୍ କରି ଫେରୁଥିବା ବେଳେ ୨ ଅଜଣା ଯୁବକ ତାଙ୍କ ଉପରକୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଗୁରୁତର ଲୋକନାଥଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି। ରାଜନୈତିକ ଶତ୍ରୁତା ପାଇଁ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
ସୂଚନା ଅନୁସାରେ, ଆଜି ସକାଳେ ଲୋକନାଥ ମର୍ଣ୍ଣିଂ ୱାକ୍ କରି ଘରକୁ ଫେରୁଥିଲେ। ଏହି ସମୟରେ ୨ ଅଜଣା ଯୁବକ ବାଇକ୍ରେ ଆସି ହଠାତ୍ ତାଙ୍କୁ ଭୁଜାଲିରେ ଆକ୍ରମଣ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ ସୋର ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ସ୍ଥାନାନ୍ତର କରାଯାଇଛି।
Also Read
ସୂଚନାଥାଉ କି, ପୂର୍ବରୁ ଲୋକନାଥ କାଉନସିଲର ଥିବାବେଳେ ଏବେ ତାଙ୍କ ପତ୍ନୀ କାଉନସିଲର ଅଛନ୍ତି। ରାଜନୈତିକ ଶତ୍ରୁତା ପାଇଁ ଲୋକନାଥ ରାଉତଙ୍କ ଉପରେ ଆକ୍ରମଣ ହୋଇଥିବା ଅନୁମାନ କରାଯାଉଛି।
- Reported by:
- Niranjan Behera