Advertisment

ଫୋନ୍‌ ନେଇଗଲେ ଘର ଲୋକ, ୭ ମହଲାରୁ ଡେଇଁଲେ ନାବାଳିକା...

ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Minor Girl Suicide In Mumbai

Minor Girl Dies By Suicide For Not Being Allowed To Use Mobile Phone In Mumbai

ମୋବାଇଲ୍‌ ପାଇଁ ୭ ମହଲାରୁ ଡେଇଁଲେ ଯୁବତୀ। ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଘର ଲୋକ ମନା କରିବାରୁ ୧୫ ବର୍ଷୀୟା ନାବାଳିକା ୭ ମହଲାରୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମହାରାଷ୍ଟ୍ର ମୁମ୍ବାଇର ମାଲାଦରେ ଏହି ଅଭାବନୀୟ ଘଟଣା ଘଟିଛି।

Advertisment

ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର ସନ୍ଧ୍ୟାରେ ମାଲ୍‌ଭାନି ଅଞ୍ଚଳରେ ଏହି ଘଟଣା ଘଟିଛି। ନାବାଳିକାର ମୃତଦେହ ଉଦ୍ଧାର କରିବା ପରେ ପୋଲିସ୍‌ ତାଙ୍କ ଅଭିଭାବକଙ୍କୁ ଧରିବା ଲାଗି ଛାନ୍‌ଭିନ୍‌ ଚଳାଇଛି। ଯଦି ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ିନି, ତେବେ ମୋବାଇଲ୍‌ ପାଇଁ ନାବାଳିକା ଜଣକ ଜୀବନ ହାରିଥିବା ପୋଲିସ୍‌ ସନ୍ଦେହ କରୁଛି।

ଅଧିକ ପଢ଼ନ୍ତୁ: ଘର ଲୋକ ମୋବାଇଲ୍ ମରାମତି କଲେନି, ଫ୍ୟାନ୍‌ରେ ଝୁଲିପଡ଼ିଲା ୧୫ ବର୍ଷର ବାଳକ

Advertisment

ପରିବାର ଲୋକ ନାବାଳିକାଙ୍କୁ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବା ପାଇଁ ମନା କରିବା ସହ ତାଙ୍କ ଠାରୁ ମୋବାଇଲ୍‌ ଛଡ଼ାଇ ନେଇଥିଲେ। ଫଳରେ ନାବାଳିକା ଏଭଳି ଚରମ ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି। ପୋଲିସ୍‌ ଏନେଇ ତଦନ୍ତ ଚଳାଇଛି। 

Mobile Phone Suicide Case
Advertisment
Advertisment