ଚୀନ ସୀମା ସ୍ଥିତି ନେଇ ବାୟୁସେନା ମୁଖ୍ୟଙ୍କ ଏୟାର ଚିଫ୍ ମାର୍ଶାଲ ଭି.ଆର୍. ଚୌଧୁରୀଙ୍କ ଗୁରୁତ୍ୱପୂର୍ଣ୍ଣ ସୂଚନା । ଏଲ୍ଏସି ଆରପଟେ ଚୀନ ବାୟୁସେନା ଏବେ ବି ରହିଛି ଜଗି ରହିଛି । ଏଲ୍ଏସିର ସମସ୍ତ ୩ଟି ଏୟାରବେସରେ ଚୀନ୍ ସେନା ମୁତୟନ ଥିବା ସେ କହିଛନ୍ତି ।...
ପ୍ରିୟଙ୍କାଙ୍କୁ ଗିରଫ କରାଯାଇଥିବା ନେଇ କଂଗ୍ରେସ ନେତା ପି. ଚିଦାମ୍ବରମଙ୍କ ସୂଚନା ଦେଇଛନ୍ତି । ଭୋର୍ ସାଢ଼େ ୪ଟାରେ ପ୍ରିୟଙ୍କାଙ୍କୁ ଗିରଫ କରାଯାଇଛି । ହେଲେ ଏପର୍ଯ୍ୟନ୍ତ ତାଙ୍କୁ କୋର୍ଟ ଚାଲାଣ କରାଯାଇନି ବୋଲି କହିଛନ୍ତି ଚିଦାମ୍ବରମ ।
ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଏହାର ସିଧାସଳଖ ପ୍ରଭାବ ପଡିଛି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ । ଓଡିଶା ସମୁଦ୍ରତଟ ବାଲେଶ୍ୱର ଠାରୁ ପାରାଦ୍ୱୀପ ଏବଂ ଅସ୍ତରଙ୍ଗ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିରେ ପଡିରହିଛି ଶହ ଶହ ସଂଖ୍ୟାରେ ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା ।...
ପର୍ଯ୍ୟଟନ ଋତୁ ଆସୁଥିବା ବେଳେ ଚାନ୍ଦିପୁର ଗୋଲଡେନ୍ ସି ବିଚ୍ ଏବେ ଅଳିଆରେ ଭରିଯାଇଛି । ଏହି ବିଚ ଅନ୍ୟ ସି ବିଚ୍ ତୁଳନାରେ ସଂପୂର୍ଣ୍ଣ ନିଆରା, ଯାହାକୁ ଦେଖିବାକୁ ପର୍ଯ୍ୟଟକଙ୍କ ଭିଡ ଜମେ । ହେଲେ ଦୁର୍ଭାଗ୍ୟର କଥା ହେଲା ବ୍ଲୁ ଫ୍ଲାଗ ମାନ୍ୟତା ଅପେକ୍ଷାରେ ଥିବା...
ଆଚରଣ ଓ ଉଚ୍ଚାରଣରେ ପାର୍ଥକ୍ୟ ଥିବା କହି କଂଗ୍ରେସକୁ ନୀତିବାଣୀ ଶୁଣାଇବା ସହ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତ୍ରୀ ଉମା ଭାରତୀ ପ୍ରିୟଙ୍କା ଗାନ୍ଧୀଙ୍କୁ ପାଲଟା ଜବାବ ଦେଇଛନ୍ତି ।
ସୁନା କାରବାରରେ ଜିଏସଟି ଠକେଇ ଅଭିଯୋଗରେ ୧୨ଟି ସହରରେ ଚଢ଼ଉ କରାଯାଇଛି । ଜିଏସଟି ବିଭାଗ ପକ୍ଷରୁ ୧୨ଟି ସହରର ୧୭ଟି ବଡ଼ ବଡ଼ ଗହଣା ଦୋକାନରେ ଏହି ଚଢ଼ଉ କରାଯାଇଛି । ଭୁବନେଶ୍ୱର, ରାଉରକେଲା, କଟକ, ବ୍ରହ୍ମପୁର, ବରଗଡ଼ ଆଦି ସହରରେ ଥିବା ବଡ଼ ବଡ଼ ଜୁଏଲାରୀ...
ଉତ୍ତରପ୍ରଦେଶ ଲଖିମପୁର ଖେରିରେ ମୃତ ୪ ଚାଷୀଙ୍କ ପରିବାରକୁ ମିଳିବ ୪୫ ଲକ୍ଷ ଟଙ୍କାର ସହାୟତା । ଏହାସହ ପରିବାରର ଜଣକୁ ଚାକିରି ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
କାଳ ହେଲା ସେଲଫି । ରାୟଗଡାର ନାଗାବଳୀ ନଦୀର ଝୁଲାପୋଲ ନିକଟରେ ସେଲଫି ନେବା ବେଳେ ଜଣେ ଯୁବକ ନିଖୋଜ ହୋଇ ଯାଇଛନ୍ତି । ଯୁବକ ଜଣକ ହେଉଛନ୍ତି ବିଲାଲ ଅନସାରି ଓ ସେ ଉତ୍ତରପ୍ରଦେଶ ସାମଳି ଲିଲ୍ଲା ଝିଂଜାନା ଗ୍ରାମର । ରାୟଗଡ଼ାରେ ରହି ଫେରିବାଲା ଭାବେ...
ହିଂସା ସମୟର ହୃଦୟବିଦାରକ ଦୃଶ୍ୟ । ପୁଅ ସାମ୍ନାରେ ଗାଡ଼ି ଚଢ଼ାଇ ବାପାର ଜୀବନ ନେଇଗଲେ । ମୃତକ ଦଲଜିତଙ୍କ ସିଂଙ୍କ ପରିବାର ନ୍ୟାୟ ପାଇଁ ସରକାରଙ୍କ ନିକଟରେ ଗୁହାରୀ କରିଛନ୍ତି । ହିଂସାକାଣ୍ଡ ସମୟରେ ଦଲଜିତଙ୍କ ୧୫ ବର୍ଷର ପୁଅ ଘଟଣାସ୍ଥଳରେ ଥିଲା । ଆଉ ତା’ରି...
ଲଖିମପୁର ଖେରିରେ ହିଂସା ପରେ ପୂରା ୟୁପି ଏବେ ରାଜନଅତିକ ଅଖାଡ଼ାରେ ପରିଣତ ହୋଇଛି । ବିରୋଧୀଦଳ ନେତାମାନେ ଲକ୍ଷ୍ମୀପୁର ଯାଇ ଚାଷୀଙ୍କୁ ଭେଟିବାକୁ ଚାହୁଁଛନ୍ତି, କିନ୍ତୁ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରିଛି । ସେହିପରି ଲଖିମପୁର ହିଂସା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ...
ବ୍ରହ୍ମପୁର ମେଡିକାଲ କ୍ୟାମ୍ପସ ସରକାରୀ ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ର ବି. ସତ୍ୟନାରାୟଣ ପାତ୍ର । ସେ ବିନା ବିଦ୍ୟୁତରେ ଚାଲିପାରୁ ଥିବା ଓ୍ୱାସିଂ ମେସିନ୍ ତିଆରି କରିଛନ୍ତି । କେବଳ ସାଇକେଲ ପ୍ୟାଡେଲ ମାରିଲେ କାର୍ଯ୍ୟକ୍ଷମ ହେବ ଓ୍ୱାସିଂ ମେସିନ୍ । ଏଭଳି ଓ୍ୱାସିଂ ମେସିନରେ ଲୁଗା...
ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଗତ ୨୪ ଘଣ୍ଟାରେ ୪୦୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୭୪...
କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରେ ଚାକିରି ନାଁରେ ଲକ୍ଷାଧତ୍କ ଟଙ୍କା ଠକେଇ ମାମଲାରେ ୫ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଭିଯୋଗ ପରେ ସହରରେ ଥିବା ଏକ ବେନାମୀ କମ୍ପାନୀ ଉପରେ ପୋଲିସର ଚଢ଼ାଉ କରିଥିଲା
କାଶ୍ମୀରର ସୁନ୍ଦର ଉପତ୍ୟାକା, ଉଚ୍ଚ ପାହାଡ, ହ୍ରଦ, ସବୁଜିମା ଭରା ଜଙ୍ଗଲ ପ୍ରତ୍ୟେକ ପ୍ରକୃତି ପ୍ରେମୀଙ୍କୁ ଆକର୍ଷିତ କରିଥାଏ । ଭୂସ୍ୱର୍ଗ କୁହାଯାଉଥିବା କାଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ଦେଖିବାକୁ ଦେଶ ବିଦେଶର ପର୍ଯ୍ୟଟକ ଭିଡ ଜମାନ୍ତି ।
ଗଜପତି ଆର. ଉଦୟଗିରି ଅଂଚଳରୁ ପ୍ରାୟ କୋଟିଏ ଟଙ୍କାର ଗଂଜେଇ ଜବତ ହୋଇଛି । ମାନ୍ଦ୍ରାବାଜୁ ନିକଟରେ ରେଡ୍ କରି ୨୦ କ୍ୱିଣ୍ଟାଲରୁ ଅଧିକ ଗଂଜେଇ ଜବତ କରିଛି ଅଡ଼ବା ପୋଲିସ
ଚିନ୍ତାରେ କଟକ ନିଆଳି, କଣ୍ଟାପଡା ଏବଂ ଖୋର୍ଦ୍ଧା ବାଲିପାଟଣା ଅଞ୍ଚଳର ପାନ ଚାଷୀ । ପାନ ଦର ମାନ୍ଦା ଥିବାରୁ ଏବେ ଚାଷୀ କିଭଳି ସେମାନଙ୍କ ପରିବାର ପ୍ରତିପୋଷଣ କରିବେ ସେହି ଚିନ୍ତା ଘାରିଛି । ପାନ ଚାଷ ପାଇଁ ଆନୁସଙ୍ଗିକ ଉପକରଣର ଦର ହୁ ହୁ ହୋଇ...
ବଦଳିବ ଭୁବନେଶ୍ୱର ରେଳଷ୍ଟେସନର ରୂପେରଖ । PPP ମୋଡ଼ରେ ଭୁବନେଶ୍ୱର ରେଳଷ୍ଟେସନର ବିକାଶ କରାଯାଇ ବିଶ୍ୱସ୍ତରୀୟ ଷ୍ଟେସନରେ ପରିଣତ କରାଯିବ । ଏଥିପାଇଁ ଷ୍ଟେସନ ଡେଭଲପମେଣ୍ଟ ପ୍ଲାନ କରାଯାଇଛି । ରେଲେଓ୍ୱ ପାଖରେ ସୀମିତ ଜାଗା ରହିଛି ଏବଂ ବଳକା ଜାଗା ବିଡିଏ ପାଖରେ ରହିଛି ।...
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ବ୍ୟାଟେରୀ ଚୋରି ସନ୍ଦେହରେ ବର୍ବରତା । ଯୁବକଙ୍କୁ ପିଟି ପିଟି ଜୀବନ ନେଇଗଲେ । ବାପା କୋଳରେ ମଥା ରଖି ଜୀବନ ରଖିଲା ପୁଅ । ଯନ୍ତ୍ରଣାରେ ଛଟପଟ ହେଉଥିଲେ ବି ପୁଅକୁ ବଞ୍ଚାଇପାରିଲେନି ବାପା । ଦୁଇ ଦିନ ପୂର୍ବରୁ ବ୍ୟାଟେରୀ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ...
ନମାମି ଗଙ୍ଗେ ୨.୦ ଆରମ୍ଭ କରିବେ ମୋଦି ସରକାର । ଗଙ୍ଗା ଏବଂ ଏହାର ସହାୟକ ନଦୀଗୁଡ଼ିକର ସ୍ୱଚ୍ଛତା ଏବଂ ଶୁଦ୍ଧତା ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର “ନମାମି ଗଙ୍ଗେ ୨.୦” ଯୋଜନା ଆରମ୍ଭ କରିବେ । ସୂତ୍ର ଅନୁସାରେ ରାଷ୍ଟ୍ରିୟ ସ୍ୱଚ୍ଛ ଗଙ୍ଗା ମିଶନ୍...