ଦୂର୍ଗାପୂଜା ପାଇଁ ଚାନ୍ଦା ମାଗିବା ଅଭିଯୋଗରେ ଦୁଇ ଗିରଫ। କଟକ କଲେଜ ଛକ ପୂଜା କମିଟି ର ଦୁଇ ଜଣ ଙ୍କୁ ଗିରଫ କରିଛି ମାଲଗୋଦାମ ପୋଲିସ । କଲେଜ ଛକ ଅଞ୍ଚଳର ଜଣେ ବ୍ୟବସାୟୀ ଙ୍କୁ ଜୋର ଜବରଦସ୍ତ ୧୩ ହଜାର ଟଙ୍କା ଚାନ୍ଦା ମାଗିଥିଲେ ।...
ଗାଁରେ ଆମ୍ବୁଲାନ୍ସ ପହଞ୍ଚି ନପାରିବାରୁ ଗର୍ଭବତୀଙ୍କୁ ୧୦ କିଲୋମିଟର ଭାରରେ ବୋହିଲେ ପରିବାର ଲୋକ । ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପୂର୍ବରୁ ହେଲା ପ୍ରସବ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରିର ସ୍ୱାଭିମାନ ଅଞ୍ଚଳରେ ଆନ୍ଧ୍ରପ୍ରଦେଶ ଖଜୁରୀଗୁଡା ଗାଁର ଗର୍ଭବତୀଙ୍କୁ ଓଡ଼ିଶାର ଜାନବାଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିବା ପାଇଁ...
ପଞ୍ଜାବରେ କଂଗ୍ରେସ ମତଭେଦ ମଧ୍ୟରେ ସ୍ଥିତି ପୁଣି ଥରେ ସ୍ୱାଭାବିକ ହେବା ଭଳି ମନେ ହେଉଛି । ଦଳର ନେତା ରାହୁଲ ଗାନ୍ଧୀଙ୍କ ବୈଠକ ଖବର ମଧ୍ୟରେ ଗୁରୁବାର ଦିନ ଅପରାହ୍ନ ୩ ଟାରେ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କୁ...
ତାଜମହଲର ନିଷେଦ୍ଧାଞ୍ଚଳରେ ଉଡ଼ିଲା ଡ୍ରୋନ୍ । ପ୍ରେମର ପ୍ରତୀକର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି । ମେହେତାବ୍ ବାଗ ନିକଟରେ ଏଡିଏର ତାଜ ଭ୍ୟୁ ପଏଣ୍ଟରୁ ଡ୍ରୋନ୍ ଉଡାଣ ହୋଇଥିବା ସୂଚନା ମିଳିଛି । ତାଜମହଲର ୫୦୦ ମିଟର ପରିଧିରେ ଆସେ ଏହି ଅଞ୍ଚଳ । ଏଠାରେ...
ଚାନ୍ଦା ମାଗିଲେ କଠୋର କାର୍ଯ୍ୟାନୁଷ୍ଠାନ । ଏଥର ପୂଜାରେ ଚାନ୍ଦା ଜୁଲମକାରୀଙ୍କୁ ଛଡ଼ାଯିବ ନାହିଁ । ପାର୍ବଣ ସମୟକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ କରାଇଛନ୍ତି କଟକ ଡିସିପି । ପୂଜା ସମୟରେ ବିଭିନ୍ନ ଅଞ୍ଚଳରେ ବେଆଇନ ଚାନ୍ଦା ଆଦାୟ କାରାଯାଉଥିବା ନଜରକୁ ଆସେ । ବ୍ୟବସାୟୀ,...
ବାଘ ପଞ୍ଛାରୁ ମୁକୁଳିଲା କୁନି ପୁଅ । ମୃତ୍ୟୁ ମୁହଁରୁ ହାତ ଭରି ଛଡ଼ାଇ ଆଣିଲେ ଆଉ ପୁତୁରାକୁ ନୂଆ ଜୀବନ ଦେଲେ କାକା । ମୁମ୍ବାଇର ଆରେ ଜଙ୍ଗଲ ଅଞ୍ଚଳରେ ୨୫ ବର୍ଷ ବୟସ୍କ କକାଙ୍କ ପାଇଁ ୪ ବର୍ଷିୟ କୋମଳମତି ନିଶ୍ଚିତ ମୃତ୍ୟୁ ମୁଖରୁ ରକ୍ଷା...
ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡ଼ିକରେ ଶିକ୍ଷାର୍ଥୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବା ଲାଗି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ପୋଷଣ ଯୋଜନା ବା ପିଏମ୍-ପୋଷଣର ଘୋଷଣା କରିଛନ୍ତି । ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତୀୟ କ୍ୟାବିନେଟ୍ ବୈଠକରେ ଏହି...
ପଞ୍ଜାବ କଂଗ୍ରେସରେ ସଙ୍କଟ ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ଗତକାଲି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଛନ୍ତି । ଏହି ବୈଠକ ପରେ ରାଜନୈତିକ କରିଡରରେ ବିଭିନ୍ନ କଳ୍ପନାଜଳ୍ପନା କରାଯାଉଛି। ପଞ୍ଜାବରେ ଏକ ବଡ ଶିଖ ଚେହେରା ଖୋଜୁଥିବା ବିଜେପି ବର୍ତ୍ତମାନ କ୍ୟାପଟେନ...
ତେବେ ଭୋଟିଂ ଆରମ୍ଭରୁ ହିଁ ଭବାନୀପୁରରୁ ପ୍ରତିଦ୍ୱନ୍ଦିତା କରୁଥିବା ବିଜେପିର ପ୍ରିୟଙ୍କା ଟିବରେୱାଲ ଟିଏମସି ଉପରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି । ବିଧାୟକ ମଦନ ମିତ୍ର ଭୋଟିଂ ମେସିନକୁ ଜବରଦସ୍ତ ବନ୍ଦ କରିଦେଇଛନ୍ତି, ବୁଥ କ୍ୟାପଚର୍ କରିବାକୁ ପାଇଁ ଉଦ୍ୟମ କରାଯାଉଛି । କାରଣ ଲୋକମାନେ ଭୋଟ୍...
ମୋବାଇଲ ଗେମ୍ ପାଇଁ ପାଗଳ ଥିଲେ ବାପାମା’, ଚାଲିଗଲା କୋମଳମତିର ଜୀବନ । ଶିଶୁ କନ୍ୟା ପାଇଁ କାଳ ସାଜିଲା ମାବାପାଙ୍କ ମୋବାଇଲ୍ ଗେମ୍ ନିଶା । ବାପାମା’ ଟିଭି ଦେଖିବା ଏବଂ ମୋବାଇଲରେ ଗେମ୍ ଖେଳିବାରେ ଏତେ ବ୍ୟସ୍ତ ଥିଲେ ଯେ ୧୯ ମାସର ଶିଶୁ ମରିପଡ଼ିଥିଲା,...
ଆଜି ପିପିଲି ବିଧାନସଭା ଆସନ ଲାଗି ଉପନିର୍ବାଚନ । ଦୁଇ ଥର ବାତିଲ୍ ହେବା ପରେ ଆଜି ଉପନିର୍ବାଚନ ହେବ । କୋଭିଡ୍ ଗାଇଡଲାଇନ୍ ଭିତରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ଏହା ସଂଧ୍ୟା ୬ଟା ଯାଏଁ ଚାଲିବ । ସକାଳୁ ସକାଳୁ ଭୋଟରମାନେ ବିଭିନ୍ନ...
ପାକିସ୍ତାନର ଦୋମୁହାଁ ନୀତିକୁ ପସନ୍ଦ କରୁନି ନୂଆ ଆଫଗାନ୍ ସରକାର । ତେଣୁ ପାକିସ୍ତାନର ପ୍ରକୃତି ଉପରେ ପ୍ରଶ୍ନ ଉଠାଇଲା ତାଲିବାନ୍ । ଧୋକାବାଜ୍ ପାକିସ୍ତାନ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କହିଛନ୍ତି ତାଲିବାନୀ ନେତା । ଏକ ମାସ ମଧ୍ୟରେ ତାଲିବାନ ଏବଂ ପାକିସ୍ତାନ ସରକାରଙ୍କ ମଧ୍ୟରେ ସମ୍ପର୍କରେ...
ବାଗମ୍ବରୀ ମଠକୁ ମିଳିଲା ଉତ୍ତରାଧିକାରୀ । ଅଖିଳ ଭାରତୀୟ ଅଖାଡ଼ା ପରିଷଦର ସଭାପତି ଥିବା ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ ନେଇ ନିଷ୍ପତ୍ତି ହୋଇଛି । ମହନ୍ତଙ୍କ ଇଚ୍ଛାପତ୍ର ଆଧାରରେ ବଲବୀର ଗିରିଙ୍କୁ ଉତ୍ତରାଧିକାରୀ ଦାୟିତ୍ୱ ଦିଆଯାଇଛି । ଶିଷ୍ୟ ବଲବୀର ଗିରିଙ୍କୁ ମହନ୍ତ ନରେନ୍ଦ୍ର ଗିରିଙ୍କ ଉତ୍ତରାଧିକାରୀ...
ବଳଙ୍ଗା ଥାନାରେ ବିସ୍ଫୋରଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ବଳଙ୍ଗା ଥାନା SI ତଅପୋଇ ନାୟକଙ୍କୁ ନିଲମ୍ବିତ କରାଯାଇଛି । କାର୍ଯ୍ୟରେ ଅବହେଳା ଦର୍ଶାଇ SIଙ୍କୁ ନିଲମ୍ବନ କରିଛନ୍ତି ପୁରୀ ଏସପି । କାରଣ ବଳଙ୍ଗା ଥାନା ମାଲଖାନା ଦାୟିତ୍ୱରେ ଥିଲେ SI ତଅପୋଇ ନାୟକ ।...
ବୋର୍ଡିଂ ସ୍କୁଲରେ କରୋନା କହର । କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଶ୍ରୀ ଚୈତନ୍ୟ ଶିକ୍ଷାନୁଷ୍ଠାନରେ ୬୦ ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରବିବାର ସନ୍ଧ୍ୟାରେ ସଂପୃକ୍ତ ଶିକ୍ଷାନୁଷ୍ଠାନର ଜଣେ ଛାତ୍ର ବାନ୍ତି ହେଉଥିବା କହିଥିଲେ । ତା’ପରେ ତୁରନ୍ତ ଛାତ୍ରଙ୍କର ନମୁନା ପରୀକ୍ଷା...
ସୁନା ଚୋରା କାରବାରରେ ଧରାପଡିଥିବା ଅଭିଯୁକ୍ତ ଇମ୍ଫାଲରୁ ଦିଲ୍ଲୀ ଅଭିମୁଖେ ବାହାରିଲା । ପ୍ରାୟ ୯୦୦ ଗ୍ରାମ ଓଜନର ସୁନା ପେଷ୍ଟକୁ ପେଟ ଭିତରେ ଲୁଚାଇ ନେଇଯାଉଥିଲେ । ଯାଂଚ ସମୟରେ ପେଟ ଭିତରେ ପ୍ରାୟ ୯୦୮.୬୮ ଗ୍ରାମ ଓଜନ ବିଶିଷ୍ଟ ଚାରୋଟି ପ୍ୟାକେଟ୍ ସୁନା ପେଷ୍ଟ ଥିବା...
ଆଜି ହେଉଛି ବିଶ୍ୱ ହୃତପିଣ୍ଡ ଦିବସ । ଲୋକଙ୍କୁ ହୃତପିଣ୍ଡ ଓ ହୃଦରୋଗ ବିଷୟରେ ସତର୍କ କରାଇବା ପାଇଁ ୨୦୦୦ ମସିହାଠାରୁ ବିଶ୍ୱ ହୃତପିଣ୍ଡ ଦିବସ ପାଳିତ ହେଉଛି । ବିଶ୍ୱରେ ପ୍ରତିବର୍ଷ ହୃଦରୋଗ ଜନିତ ମୃତ୍ୟୁ ସଂଖ୍ୟା ଉଦବେଗଜନକ ଭାବେ ବଢିବାରେ ଲାଗିଛି । ଏହି ଅବସରରେ...
ଇସ୍ତଫା ପରେ ସିଦ୍ଧୁଙ୍କର ପ୍ରଥମ ଭିଡିଓ ବାର୍ତ୍ତା । ପଞ୍ଜାବ କଂଗ୍ରେସର ଅସ୍ଥିରତା ମଧ୍ୟରେ ଆଜି ନବଜୋତ ସିଂ ସିଦ୍ଧୁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ରାଜ୍ୟ ସଭାପତି ପଦରୁ ଇସ୍ତଫା ଦେବା ପରେ ନବଜୋତ ସିଂ ସିଦ୍ଧୁଙ୍କର ଏହା ହେଉଛି ପ୍ରଥମ ଭିଡିଓ...
ସିଦ୍ଧୁଙ୍କ ବିଦ୍ରୋହ ଆଗରେ ମୁଣ୍ଡ ନୁଆଁଇବେ ନାହିଁ କଂଗ୍ରେସ ହାଇକମାଣ୍ଡ । ଜରୁରୀ ସ୍ଥିତିରେ ରାଜ୍ୟ କଂଗ୍ରେସକୁ ବିପଦ ମୁହଁକୁ ଠେଲି ଦେଇଛନ୍ତି ନବଜୋତ ସିଂ ସିଦ୍ଧୁ । ତେବେ ପଞ୍ଜାବରେ ରାଜନୈତିକ ଅସ୍ଥିରତା ମଧ୍ୟରେ କଂଗ୍ରେସ ଅଧକ୍ଷ୍ୟ ପଦରୁ ଇସ୍ତଫା ଦେବା ସିଦ୍ଧୁଙ୍କୁ ମହଙ୍ଗା ପଡିପାରେ ।
ନର୍ସଙ୍କ ଅବହେଳା ପାଇଁ ବିପଦରେ ଯୁବକଙ୍କ ଜୀବନ । କରୋନା ଟିକା ଲଗାଇବାକୁ ଯାଇଥିଲେ, କୁକୁର କାମୁଡ଼ା ଟିକା ନେଇ ଫେରିଲେ ଯୁବକ । ମହାରାଷ୍ଟ୍ରର କାଲୱା ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏପରି ଅଭାବନୀୟ ଘଟଣା ଘଟିଛି । କରୋନା ଟିକା ନେବାକୁ ଆସିଥିବା ବ୍ୟକ୍ତିଙ୍କୁ ଆଣ୍ଟି ରେବିଜ...