• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

\ବାଲେଶ୍ୱର(ରଶ୍ମୀରଞ୍ଜନ ଦାସ) : ଡିଜେଲର ଅହେତୁକ ଦର ବୃଦ୍ଧି ଯୋଗୁ ଏହାର ସିଧାସଳଖ ପ୍ରଭାବ ପଡିଛି ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଉପରେ । ଓଡିଶା ସମୁଦ୍ରତଟ ବାଲେଶ୍ୱର ଠାରୁ ପାରାଦ୍ୱୀପ ଏବଂ ଅସ୍ତରଙ୍ଗ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ସମୁଦ୍ର ବେଳାଭୂମିରେ ପଡିରହିଛି ଶହ ଶହ ସଂଖ୍ୟାରେ ଟ୍ରଲର ଓ ଯନ୍ତ୍ରଚାଳିତ ଡଙ୍ଗା । କେବଳ ଡିଜେଲ ନୁହଁ ଜାଲ, ବରଫ ଓ ବୋଟରେ ବ୍ୟବହୃତ ଅନ୍ୟାନ୍ୟ ଯନ୍ତ୍ରାଂଶର ଦର ବୃଦ୍ଧି ଯୋଗୁ ସାମୁଦ୍ରିକ ମତ୍ସ୍ୟ ଉତ୍ପାଦନ ଗୋଟିଏ ପ୍ରକାର ଠପ୍ ହୋଇଯାଇଛି । ଡିଜେଲ ଉପରେ ରିହାତି ସହ ଅନ୍ୟାନ୍ୟ ଦେବୀ ନେଇ ସରକାରଙ୍କୁ ଘେରିବାକୁ ଚିନ୍ତା କରିଛି ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ।

ଲଗାତର କିଛି ମାସ ହେବ ଡିଜେଲ ବୃଦ୍ଧି ପାଉଛି । ଆଉ ଏହାର ସିଧାସଳଖ ପ୍ରଭାବ ପଡିଛି ସାମୁଦ୍ରିକ ମତ୍ସ୍ୟ ଶିଳ୍ପ ଉପରେ । ଭାରତ ବର୍ଷର ସାମୁଦ୍ରିକ ତଟ ରାଜ୍ୟ ଗୁଡିକ ମତ୍ସ୍ୟଜିବୀଙ୍କୁ ଡିଜେଲ ଉପରେ ଭାଟ୍ ରିହାତି ଦେଉଥିଲେ, ଯାହା କିଛି ବର୍ଷ ହେବ ରାଜ୍ୟ ବନ୍ଦ କରି ଦେଇଛି । ଏବେ ବାରମ୍ବାର ଡିଜେଲର ଆକାଶ ଛୁଆଁ ଦର ଫଳରେ ସାମୁଦ୍ରିକ ଶିଳ୍ପ ଉପରେ ଏହାର ପ୍ରଭାବ ପଡିଛି ।

ଫଳରେ ବାଲେଶ୍ୱର ଜିଲ୍ଲାର ତାଳସାରୀ, ବାହାବଳପୁର, ବଳରାମଗଡି ମୁହାଣ ସହ ଭଦ୍ରକର ଧାମରା ଓ ଚୁଡାମଣୀଠାରୁ ଆରମ୍ଭ କରି ପାରାଦ୍ୱୀପ ପର୍ଯ୍ୟନ୍ତ ହଜାର ହଜାର ଟ୍ରଲର ଓ ଯନ୍ତ୍ରଚାଳିତ ବୋଟ୍ ପଡିରହିଛି । କିଛି ବୋଟ୍ ଖତ ଖାଇ ଭାଙ୍ଗିରୁଜି ନଷ୍ଟ ହୋଇଗଲାଣି । ଏଭଳି ସ୍ଥଳରେ ନିଖିଳ ଓଡିଶା ମତ୍ସ୍ୟ ଉତ୍ପାଦକ ମହାସଂଘ ବଳାରମଗଡି ମାଛଧରା ବନ୍ଦରରେ ଏକ ଜରୁରୀ ବୈଠକ କରିଛି । ବୈଠକରେ ନିଷ୍ପତି ହୋଇଛି ରାଜ୍ୟ ସରକାର ମତ୍ସ୍ୟଜିବୀ ମାନଙ୍କୁ ଡିଜେଲ ଉପରେ ରିହାତି ନଦେଲେ ସେମାନେ ଆସନ୍ତା ବିଧାନସଭା ଅଧିବେସନ ସମୟରେ ରାଜଧାନୀରେ ବିଶାଳ ସମାବେଶ କରି ସରକାରଙ୍କୁ ଘେରିବେ ।

କେବଳ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ତିନି ହାଜରରୁ ଅଧିକ ଟଲର ଓ ଯନ୍ତ୍ରଚାଳିତ ବୋଟ, ଗିଲନେଟର ରହିଛି । ସେହିପରି ପାରାଦ୍ୱୀପ, ପୁରୀ, ଅସ୍ତରଙ୍ଗ, ଗଞ୍ଜାମ ଜିଲ୍ଲାକୁ ମିଶାଇ ଓଡିଶାରେ ସମୁଦାୟ ୨୦ ହଜାର ଟ୍ରଲର ଓ ବୋଟ ରହିଛି । ଏହା ଉପରେ ପ୍ରତକ୍ଷ ଓ ପରୋକ୍ଷଭାବେ ୧୦ ଲକ୍ଷ ମତ୍ସ୍ୟଜୀବୀ ସେମାନଙ୍କର ପରିବାର ଚଳାଉଛନ୍ତି । କରୋନା ପରେ ବାରମ୍ବାର ଡିଜେଲ, ବରଫ, ଜାଲ ଓ ଅନ୍ୟାନ୍ୟ ଯନ୍ତ୍ରାଂଶର ଦର ଯଥେଷ୍ଟ ବୃଦ୍ଧି ପାଇଛି । ଫଳରେ ସମୁଦ୍ରରେ ମାଛ ମାରିବା ଟ୍ରଲର ଓ ବୋଟ ମାଲିକ ମାନଙ୍କ ପାଇଁ କଷ୍ଟକର ବ୍ୟାପାର ହୋଇପଡିଛି । ସେପଟେ ସାମୁଦ୍ରିକ ଉପ-ନିର୍ଦ୍ଦେଶକ କହିଛନ୍ତି ୨୦୦୬ ମସିହା ପରଠାରୁ ସରକାର ଡିଜେଲ ଉପରେ ରିହାତି ବନ୍ଦ କରିଦେଇଛନ୍ତି । ମାଲିକମାନେ ଉପଯୁକ୍ତ ଫୋରମରେ ସରକାରଙ୍କ ପାଖରେ ଦାବୀ କଲେ ସରକାର ଏଙାର ପୁନଃବିଚାର କରିପାରନ୍ତି ।

ଓଡିଶାରେ ଉତ୍ପାଦିତ ସାମୁଦ୍ରିକ ମାଛ ବିକ୍ରୀ କରିବା ପାଇଁ ପଡୋଶୀ ବେଙ୍ଗଲ ଦୀଘା ଉପରେ ନିର୍ଭର କରିବାକୁ ପଡୁଛି ଓଡିଶାର ମତ୍ସ୍ୟଜିବୀଙ୍କୁ । ଓଡିଶାରେ ସାମୁଦ୍ରିକ ମାଛ ବିକ୍ରୀ ପାଇଁ ବଜାର ନାହିଁ । ଅନ୍ୟପଟେ କଇଁଛ ସୁରକ୍ଷା ନାଁରେ ମତ୍ସ୍ୟଜୀବୀଙ୍କୁ ବନ ବିଭାଗ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଛନ୍ତି ଟ୍ରଲର ଓ ବୋଟ୍ ମାଲିକ ସଂଘ ।