ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲାରେ ବିଦ୍ୟାଭାରତୀ ହିଁ ଅଭିଯୁକ୍ତ । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ପ୍ରେସମିଟ୍ ଜରିଆରେ ଏପରି ସୂଚନା ଦେଇଛନ୍ତି। ପାରଳାଖେମୁଣ୍ଡି କୋର୍ଟରେ ବିଦ୍ୟାଭାରତୀଙ୍କ ନାଁରେ ଚାର୍ଜସିଟ୍ ଦାଖଲ ହୋଇଛି
ପାରଳାଖେମୁଣ୍ଡି ଏସିଏଫ ସୌମ୍ୟରଂଜନ ମହାପାତ୍ରଙ୍କ ରହସ୍ୟ ଜନକ ମୃତ୍ୟୁ ମାମଲାରେ ଚାର୍ଜସିଟ୍ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୩ଶହ ପୃଷ୍ଠାର ଚାର୍ଜସିରେ ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା ଏବଂ ରୋଷେୟା ମନ୍ମଥ କୁମ୍ଭଙ୍କୁ କ୍ଲିନଚିଟ୍ ଦିଆଯିବା ସହ ସୌମ୍ୟରଂଜନଙ୍କ ପତ୍ନୀ ବିଦ୍ୟାଭାରତୀଙ୍କୁ ଘଟଣା ପାଇଁ ଦାୟୀ କରିଛି କ୍ରାଇମବ୍ରାଞ୍ଚ...
କ୍ରାଇମବ୍ରାଞ୍ଚ ନିକଟରେ ହାଜର ହୋଇଛନ୍ତି କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରା । ବାପାଙ୍କ ସହ କ୍ରାଇମ ବ୍ରାଞ୍ଚରେ ହାଜର ହୋଇଛନ୍ତି ଆଶିଷ ମିଶ୍ରା
ରାଜ୍ୟରେ ଖସୁଛି କରୋନା ଗ୍ରାଫ୍ । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ହ୍ରାସ ପାଉଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫୨୬ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪ ଜଣ ପ୍ରାଣ ହରାଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର...
ଆସିବ କି ବାତ୍ୟା ? ବିଭିନ୍ନ ଘରୋଇ ସଂସ୍ଥାର ଏଭଳି ଆକଳନକୁ ନେଇ ବର୍ତ୍ତମାନ ନା ନା ଚର୍ଚ୍ଚା ଲାଗିରହିଛି । ତେବେ ପାଣିପାଗ ବିଭାଗ ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ଓ ତାର ପାର୍ଶ୍ୱବର୍ତ୍ତୀ ଅଂଚଳରେ ଗୋଟିଏ ଘୂର୍ଣ୍ଣିବଳୟ ରହିଛି । ଗୋଟିଏ ଘୁର୍ଣ୍ଣିବଳୟ ବାୟୁମଣ୍ଡଳରେ...
ବୈଷୟିକ ତ୍ରୁଟିର ସମାଧାନ ପରେ ଅନ୍ୟ ଏକ ଟ୍ୱିଟ୍ କରିଥିଲେ ଫେସବୁକ୍ କର୍ତ୍ତୃପକ୍ଷ । ଗତ କିଛି ଘଣ୍ଟା ଧରି ଫେସବୁକ୍ ସେବା ଯୋଗାଇ ପାରିନଥିଲା, ଏଥିପାଇଁ ଆମେ ଦୁଃଖିତ । ପରିବାର ତଥା ବନ୍ଧୁ ପରିଜନଙ୍କ ସହ ଯୋଗାଯୋଗ କରିବା ପାଇଁ ଆପଣ ସୋସିଆଲ ମିଡ଼ିଆରେ ଉପରେ...
ତେବେ ୩ ଅଭିଯୁକ୍ତଙ୍କ ପକ୍ଷରୁ ଦାଖଲ ଜାମିନ ଆବେଦନ ଶୁଣାଣିଯୋଗ୍ୟ ନୁହେଁ ବୋଲି କୋର୍ଟ କହିଥିଲେ । ତେଣେ ୭ ଦିନିଆ ରିମାଣ୍ଡ ଅବଧି ସରିବା ପରେ ଗତକାଲି ଗିରଫ ୧୮ ଜଣଙ୍କ ମଧ୍ୟରୁ ଆର୍ୟନଙ୍କ ସମେତ ୮ ଜଣଙ୍କୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଛି...
ବାରିପଦା ଏମପିସି ଅଟୋନମସ୍ କଲେଜ ପରିସରରେ ଦନ୍ତା ହାତୀ । ଆଜି ସକାଳୁ ଏହି ହାତୀ ବାରିପଦା-ଦେଉଳି ରାସ୍ତା ଆଡୁ ଆସି କଲେଜ ପରିସରରେ ପ୍ରବେଶ କରିଛି । ଯଦିଓ ଦନ୍ତାଟି କାହାରି କିଛି କ୍ଷତି କରି ନାହିଁ, ତେବେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି
ମୃତଦେହ ରଖି ରାସ୍ତା ଅବରୋଧ । କାଲି ରାତିରୁ ବାରିପଦା ଉଦଳା ରାସ୍ତାରେ ଗାଡ଼ି ଚଳାଚଳ ଠପ୍ । ଗତ ୩ ତାରିଖରେ ବାରିପଦା ପିଆରଏମ୍ ମେଡିକାଲରେ ଚିକିତ୍ସାଧୀନ ଥିବା ବେଳେ ଛାତରୁ କଂକ୍ରିଟ ଖସି ଶାମାଖୁଣ୍ଟା ଅଞ୍ଚଳର ଜଣେ ବ୍ୟକ୍ତି ଗୁରୁତର ହୋଇଥିଲେ
ଛକ ଛକରେ କଡ଼ା ଚେକିଂ । ରାସ୍ତା ଘାଟ ଗଳି କନ୍ଦିରେ ପଇଁତରା ମାରୁଛି ପୋଲିସ । ବ୍ରହ୍ମପୁର ସହରର ସଂଧ୍ୟା ହେଲେ ଘାଇଁ ଘାଇଁ ବୁଲୁଛି ମଦୁଆ ଧରା ଗାଡ଼ି । ସର୍ବସାଧାରଣ ସ୍ଥାନରେ ମଦ ପିଉଥିଲେ କି ମାତାଲ ହୋଇ ଗଡ଼ୁଥିଲେ ତୁରନ୍ତ ସେମାନଙ୍କୁ ଧରି...
ବିସ୍ତାରବାଦୀ ଚୀନ୍ ଟାର୍ଗେଟରେ ଭାରତ । ସବୁବେଳେ ନିଜ ଦେଶର ପରିସୀମା ବଢ଼ାଇବା ଚକରରେ ବିସ୍ତାରବାଦୀ ଚୀନର ଟାର୍ଗେଟରେ ଭାରତ । କେଉଁଠି ପାନେ ଖାଉଛି, ତ କେଉଁଠି ଆଲୋଚନାରେ ବସୁଛି । ହେଲେ ବଦଭ୍ୟାସ ଛାଡ଼ି ପାରୁନି ଡ୍ରାଗନ୍ ।
ଅସୁସ୍ଥତା ପାଇଁ ଜେଲ ବଦଳରେ ମେଡିକାଲ । ଅସୁସ୍ଥତା କାରଣରୁ ବିଚାର ଜେଲ ବଦଳରେ ମେଡିକାଲ ଗଲେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଗତକାଲି ଜଗଦେବଙ୍କୁ ଖୋର୍ଦ୍ଧା ସବଜେଲରୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି । ତାଙ୍କର ହୃଦରୋଗ ସମସ୍ୟା ଥିବାରୁ ଏଡିଜେ-୧ କୋର୍ଟଙ୍କ ଅନୁମତି କ୍ରମେ ଜଗଦେବଙ୍କୁ...
ଦେଶର ଧନୀ ତାଲିକାରେ ପୁଣି ଏକ ନମ୍ବର ସ୍ଥାନ ବଜାୟ ରଖିଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନୀ । ଗତ ବର୍ଷକ ମଧ୍ୟରେ ଅମ୍ବାନୀଙ୍କ ଆୟ ୪ ବିଲିୟନ ଆମେରିକୀୟ ଡଲାର ବୃଦ୍ଧି ପାଇଛି । ୯୯ ଦଶମିକ ୭ ବିଲିୟନ ଆମେରିକୀୟ ଡଲାରର ସମ୍ପତ୍ତି ସହ ଲଗାତାର...
ହୃଦଘାତରେ ଜୀବନ ହାରିଲା ନୀରିହ ପଶୁ । ମହାନଦୀ ମୁଣ୍ଡଳି ବ୍ୟାରେଜରେ ବୋଟ୍ ଟ୍ରାଜେଡି ଓ ହାତୀ ମୃତ୍ୟୁ ଘଟଣା ସମ୍ପର୍କରେ ପ୍ରାଥମିକ ରିପୋର୍ଟ ମିଳିଛି । ଆଜି ଆସିଛି ଶବ ବ୍ୟବଚ୍ଛେଦ ରିପୋର୍ଟ । ମୃତ ହାତୀର ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ କାର୍ଡିଆକ୍ ସକ୍ରୁ ବା ହୃଦଘାତ...
ଚାଷରେ ଲାଭକ୍ଷତି ଅଛି ହେଲେ ଜିଆ ଖତ ଚାଷରେ କ୍ଷତିର ଆଶଙ୍କା ନାହିଁ । ଏଥିପାଇଁ କେବଳ ଭଲ ଭାବରେ ମାର୍କେଟିଂର ଆବଶ୍ୟକତା ରହିଛି । ବର୍ତ୍ତମାନ ଯେପରି ଭାବେ ରାସାୟନିକ ସାରର ବ୍ୟବହାର କରାଯାଉଛି, ସେଥିରୁ ରକ୍ଷା ପାଇବା ସହ ସଫଳ ହୋଇଛନ୍ତି ଜିଆ ଖତ ଜାଷୀ...
ଭୁବନେଶ୍ୱର ଶାଖା ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି ଯେ, ୨୦୦୩ରୁ ରୁ ଏଲଆଇସିର ବିମା ଏଜେଣ୍ଟ ଭାବେ କାମ କରୁଥିଲେ । ୨୦୧୩ରୁ ୨୦୧୯ ମଧ୍ୟରେ ସେ ଜାଲିଆତି କରି ମୃତ ବ୍ୟକ୍ତିଙ୍କୁ ଜୀବିତ ଦର୍ଶାଇ ସେମାନଙ୍କ ବୀମା ରାଶି ପ୍ରଦାନ କରିବା ସହ ମାଚୁରିଟି ସମୟରେ ତାକୁ...
ଗତକାଲି ରାତି ପ୍ରାୟ ୯ଟା ସମୟରେ କର୍ଣ୍ଣାଟକର ବେଲଗାଡ଼ିର ବାରାଲା ଅଙ୍କଲଗି ଗ୍ରାମରେ ପ୍ରବଳ ବର୍ଷା ହେତୁ ଗୋଟିଏ ଘର ଭୁଶୁଡ଼ି ପଡ଼ିବାରୁ ଦୁଇ ଶିଶୁଙ୍କ ସମେତ ସାତଜଣଙ୍କର ମୃତ୍ୟୁ ଘଟିଛି।
ଦଳେଇଗୁଡା ଗ୍ରାମର ସିଙ୍ଗି ହରିଜନଙ୍କ ପତ୍ନୀ ବାଲମତି ହରିଜନ l ଗତ ଶନିବାର ରାତି ୨ ଟାରୁ ହଠାତ୍ ଘରୁ ପଳାଇ ଆସିଥିଲେ । ଆଉ ଏବେ ଜଙ୍ଗଲରେ ତପସ୍ୟାରତ ଅଛନ୍ତି । ସକାଳୁ ସକାଳୁ ଘର ଲୋକ ତାଙ୍କୁ ଖୋଜାଖୋଜି କରିବାପରେ ପାଇନଥିଲେ l ପରେ ନିକଟସ୍ଥ...
ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି । ପାର୍ବଣ ଋତୁ ଆସୁଥିବା ବେଳେ ଧୀରେ ଧୀରେ ଖସୁଛି ସଂକ୍ରମଣ ଗ୍ରାଫ୍ । ଦୁଇ ଦିନ ହେବ ରାଜ୍ୟରେ ୫୦୦ ଉପର ରହୁଛି ସଂକ୍ରମଣ । ଗତକାଲି ୫୯୩ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ୫୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ପୁଣି ବଢ଼ିଲା ପିଆଜ ଦର । ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି...