ରାୟଗଡ଼ା ଜିଲ୍ଲାର ଯେଉଁ ଗାଁରେ ଜନ୍ମିତ ଦେବକୁମାର, ସେହି ଗାଁ ଏଦଲୁବାଲ୍ସାରେ ଦିଆଯାଇଛି ଅନ୍ତିମ ବିଦାୟ। ଗାଁ ଭାଇ, ଆତ୍ମୀୟ ସ୍ୱଜନଙ୍କ ଉପସ୍ଥିତିରେ କରାଯାଇଛି ଅନ୍ତିମ ସତ୍କାର। ହେଲେ ତାଙ୍କ ଅବର୍ତ୍ତମାନରେ କିନ୍ତୁ ଖୋଜାପଡ଼ିଛି ଅନେକ ଅସମାହିତ ପ୍ରଶ୍ନର ଉତ୍ତର।
ପୌର ଫାଇଟ୍ରେ ବି ବିଜେଡିର ବାଜିମାତ। ମୋଟ ୧୦୫ ମ୍ୟୁନିସିପାଲିଟି ଓ ଏନ୍ଏସି ଫଳାଫଳରେ ପ୍ରାୟ ୭୦ ପ୍ରତିଶତ ଅଧ୍ୟକ୍ଷ ପଦବୀ ଯାଇଛି ବିଜୁ ଜନତା ଦଳ ଖାତାକୁ।
ଅରବିନ୍ଦ କେଜ୍ରିୱାଲ ଶନିବାର କାଶ୍ମୀରୀ ପଣ୍ଡିତଙ୍କ ଦେଶ ଛାଡିବା ନେଇ ବିଜେପି ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି ଏବଂ ଗତ ୮ ବର୍ଷ ମଧ୍ୟରେ କେତେଜଣ ଲୋକଙ୍କୁ ଉପତ୍ୟକାକୁ ଫେରାଇ ଆଣିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି। କେବଳ କାଶ୍ମୀର ପଣ୍ଡିତ ଓ କାଶ୍ମୀର ନାମରେ ବିଜେପି ରାଜନୀତି କରୁଛି...
ଭାରତ ସରକାର ଶିକ୍ଷା ତଥା ସମସ୍ତ ବ୍ୟବସାୟିକ କାର୍ଯ୍ୟକଳାପ ପାଇଁ ବିଦେଶ ଯାତ୍ରା କରୁଥିବା ନାଗରିକଙ୍କୁ ବୁଷ୍ଟର ଡୋଜ୍ ଦେବାକୁ ଚିନ୍ତା କରୁଛନ୍ତି। ଏହି ସୂଚନା ସରକାରୀ ସୂତ୍ରରୁ ଜଣାପଡିଛି। ତେବେ ଟିକାକରଣ ପାଇଁ ଏହିପରି ଲୋକ ଦେୟ ଦେବା ଉଚିତ କି ନାହିଁ ଏବଂ ଘରୋଇ ଟିକାକରଣ...
ଆସନ୍ତାକାଲି ଅର୍ଥାତ୍ ମାର୍ଚ୍ଚ ୨୭ ରୁ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତୀୟ ବିମାନ ସେବା। ଏହାପୂର୍ବରୁ ବିମାନ ବନ୍ଦର ଏବଂ ବିମାନ ଉଡ଼ାଣରେ ଥିବା କୋଭିଡ୍-୧୯ ନିୟମରେ କେନ୍ଦ୍ର ସରକାର ଅନେକ କୋହଳ ଘୋଷଣା କରିଛନ୍ତି।
ଜନତାଙ୍କୁ ଯୋଗୀ ସରକାରର ବଡ ଉପହାର। ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମାଗଣା ରାସନ ଯୋଜନାକୁ ଆଉ ୩ ମାସ ପାଇଁ ବୃଦ୍ଧି କରିଛନ୍ତି। ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ୧୫ କୋଟି ଜନତାଙ୍କ ପାଇଁ ମାଗଣା ଖାଦ୍ୟାନ୍ନ ଯୋଜନାକୁ ୩ ମାସ ପାଇଁ ବଢେଇ ଦିଆଯାଇଛି।
ନୂଆପଡା ଜିଲ୍ଲାର ୩ଟି ଏନ୍ଏସିରେ ମଧ୍ୟ ପୌର ଫଳ ପ୍ରକାଶ ପାଇଛି । ଏଠାରେ ଚିତ୍ପଟାଙ୍ଗ ମାରିଛି ବିଜେଡି। ରାଜ୍ୟରେ ବିଜେଡିର ଦବଦବା ଥିବାବେଳେ ନୂଆପଡାରେ ମାଟି କାମୁଡି ପଡିଛି ଦଳ।
ଉତ୍ତର ପ୍ରଦେଶ ପାଇଁ ଯୋଗୀ ଆଦିତ୍ୟନାଥଙ୍କ ସହିତ ତାଙ୍କର ୫୨ ମନ୍ତ୍ରୀ ଶପଥ ନେଇଛନ୍ତି। ବର୍ତ୍ତମାନ ଏମାନଙ୍କୁ ନେଇ ଗଢାହେବ ମନ୍ତ୍ରିମଣ୍ଡଳ। ଜାଣନ୍ତୁ କିଏ କେଉଁ ପଦବୀ ପାଇବାର ସମ୍ଭାବନା ରହିଛି।
ଭାରତରେ ଏମିତି ଏକ ରାଜ୍ୟ ଅଛି ଯେଉଁଠି ୟୁନିଫର୍ମ ସିଭିଲ୍ କୋଡ୍ ଲାଗୁହୋଇଛି, କିନ୍ତୁ ଏହାର ଆଇନରେ ହିନ୍ଦୁମାନଙ୍କୁ ବହୁବିବାହ କରିବାର ଅନୁମତି ଦିଆଯାଇଛି। ତେବେ ଏନେଇ କେତେକ ସର୍ତ୍ତ ମଧ୍ୟ ଅଛି। ତେବେ ଏହି ନିୟମ କେଉଁଠି ଅଛି ଏବଂ ଏନେଇ କ’ଣ ସର୍ତ୍ତ ଆସନ୍ତୁ ଜାଣିବା।
ଭାରତର ସବୁଠାରୁ ଧନୀ ରାଜାଙ୍କ ନାମ ହେଉଛି ମୀର ଓସ୍ମାନ୍ ଅଲି ଖାନ ଯିଏ ହାଇଦ୍ରାବାଦର ନିଜାମ ଥିଲେ। ୩୭ ବର୍ଷ ଧରି ହାଇଦ୍ରାବାଦର ଶାସକ ଥିଲେ। ତେବେ ସେ କେତେ ଧନୀ ଥିଲେ ଆସନ୍ତୁ ଜାଣିବା।
ଦିନେ 'ବଚପନ୍ କା ପ୍ୟାର୍'କୁ ନେଇ ରାତାରାତି ସୋସିଆଲ ମିଡିଆ ସେନ୍ସସର ହୋଇଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଏକ ଅପଡେଟ୍ ଭିଡିଓ ବହୁତ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ସେ 'ବଚ୍ଚନ ପାଣ୍ଡେ'ର ସଂଳାପରେ ଲିପ୍-ସିଙ୍କ୍ କରୁଥିବା ଦେଖିବାକୁ ମିଳୁଛି।
ପୃଥିବୀରେ ଏପରି ଅନେକ ଗଛ ଏବଂ ଉଦ୍ଭିଦ ଅଛି ଯାହା ଈଶ୍ୱରୀୟ ଏବଂ ଚମତ୍କାର ଭାବରେ ବିବେଚନା କରାଯାଏ। ଏପରି ଅନେକ ଗଛ ଓ ଉଦ୍ଭିଦ ଅଛନ୍ତି ଯେଉଁମାନେ କାନ୍ଦନ୍ତି, ଖାଦ୍ୟ ମାଗନ୍ତି ଏବଂ ନିଜେ ଚାଲି ଚାଲି ଅନ୍ୟ ଏକ ସ୍ଥାନରେ ମଧ୍ୟ ପହଞ୍ଚନ୍ତି।
ଶ୍ରୀ ଅନ୍ନପୂର୍ଣ୍ଣା ଥିଏଟର ଭିତରେ ଓ ବାହାରେ ଗୁଳି ଫୁଟିଛି। RRR ଚଳଚ୍ଚିତ୍ର ଚାଲିଥିବା ବେଳେ ଜଣେ ଯୁବକ ବନ୍ଧୁକ ଧରି ଗୁଳି ଫୁଟାଇ ହଙ୍ଗାମା ସୃଷ୍ଟି କରିଥିବା ଦେଖାଯାଇଛି।
ମୁକ୍ତିଲାଭ କରିଛି RRR । ଲୋକମାନେ ଏହାର ପ୍ରଥମ ଶୋ’କୁ ଦେଖିବାର ସୁଯୋଗକୁ ହାତଛାଡା କରି ନାହାନ୍ତି। ଫିଲ୍ମରେ ଯଦି ଲୋକେ କାହାକୁ ପସନ୍ଦ କରନ୍ତି, ତେବେ ସେ ହେଉଛନ୍ତି ତାଙ୍କର ପ୍ରିୟ କଳାକାର ରାମ ଚରଣ।
ଯୋଗୀ ଆଦିତ୍ୟନାଥଙ୍କ ଶପଥ ଗ୍ରହଣ କରିବାର କିଛି ଘଣ୍ଟା ପୂର୍ବରୁ ଲକ୍ଷ୍ନୌ ପୋଲିସ ଏନ୍କାଉଣ୍ଟରରେ ଏକ ଲକ୍ଷ ଟଙ୍କାରେ ମୁଣ୍ଡ ଜାମିନ୍ ଥିବା ଅପରାଧି ରାହୁଲ ସିଂଙ୍କୁ ହତ୍ୟା କରିଛି। ଆଲିଗଞ୍ଜ ଜୁଏଲର୍ସ ଡକାୟତି ମାମଲାରେ ରାହୁଲ ସିଂ ୱାଣ୍ଟେଡ୍ ଥିଲା।
‘ଦ କାଶ୍ମୀର ଫାଇଲ୍ସ’ର ଦବ୍ଦବା ଏବେ ସୁଦ୍ଧା ଦର୍ଶକଙ୍କ ମନରୁ ଯାଇନି। କିନ୍ତି ଏହାରି ଭିତରେ ପରଦାକୁ ଆସିଗଲାଣି ‘ଆର୍ଆର୍ଆର୍’। ଏହା କ’ଣ ‘ଦ କାଶ୍ମୀର ଫାଇଲ୍ସ’ ଉପରେ ଭାରୀ ପଡିବ କି?
ଲୋକଙ୍କ ଦୈନନ୍ଦିନ ଜୀବନର କାର୍ଯ୍ୟକଳାପ ପ୍ରଭାବିତ ହୋଇଛି। ଯେଉଁଥିପାଇଁ ଲୋକଙ୍କ ଶରୀରରେ ଯନ୍ତ୍ରଣା ହେବାର ସମସ୍ୟା ମଧ୍ୟ ବଢିଯାଇଛି। ଯଦି ଆପଣ ଦୀର୍ଘ ସମୟ ଧରି କାମ କରୁଛନ୍ତି, ତେବେ ଆପଣ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗିପାରନ୍ତି। ଏହିସବୁ ଯୋଗ ଆପଣଙ୍କୁ ମୁକ୍ତି ଦେବ।
ଆଜିର ସମୟରେ ଏମିତି କୌଣସି କାମ ନାହିଁ ଯାହା ମହିଳାମାନେ କରିପାରିବେ ନାହିଁ। ଏନେଇ କେବଳ ଦରକାର ଏକ ଦୃଢ ଇଚ୍ଛାଶକ୍ତି। ତା’ପରେ ସମଗ୍ର ବିଶ୍ୱ ତୁମ ପାଖେ ମୁଣ୍ଡ ନୁଆଁଇବ। ଏଭଳି କିଛି କାହାଣୀ ଆଦିଲକ୍ଷ୍ମୀଙ୍କର କ୍ଷେତ୍ରରେ ଦେଖିବାକୁ ମିଳେ।
ସୋସିଆଲ୍ ମିଡିଆରେ ଦେଖାଯାଇଛି ଜଣେ ବ୍ୟକ୍ତିଙ୍କ ବିକୃତ ମାନସିକତା। ବିହାହିତ ମହିଳାଙ୍କୁ ଦେଉଛନ୍ତି ପ୍ରେମ ବାର୍ତ୍ତା ଓ ଦେଉଛନ୍ତି ବିବାହ ପ୍ରସ୍ତାବ।
ଶ୍ରୀମନ୍ଦିର ଫାଉଣ୍ଡେସନ୍ ଫଣ୍ଡ୍ର ୧୧୫ କୋଟି ଟଙ୍କା ସ୍ଥାୟୀ ଜମା ପାଇଁ ଡକାଯାଇଥିବା ଟେଣ୍ଡର ଜିତିଛି ୟୁନିଅନ ବ୍ୟାଙ୍କ ଅଫ୍ ଇଣ୍ଡିଆ। ୫.୨୧ ପ୍ରତିଶତରେ ସର୍ବାଧିକ ବିଡିଂ ଜମାରାଶି ବିନିଯୋଗ ପାଇଁ ଅଧିକାର ପାଇଛି ୟୁନିଅନ ବ୍ୟାଙ୍କ।