/odishatv-khabar/media/post_attachments/uploadimage/library/16_9/16_9_0/IMAGE_1655125210.jpg)
The child was about to come under the bus the traffic police saved
ଯେକୌଣସି ସମୟରେ, ଯେକ କୌଣସି ସ୍ଥାନରେରେ ସଡକ ଦୁର୍ଘଟଣା ଘଟିପାରେ। ଏହାକୁ ଏଡାଇବା ପାଇଁ ଆମକୁ ସତର୍କ ରହିବାକୁ ପଡିବ। ଟିକିଏ ଅସାବଧାନତା ଯୋଗୁଁ ଏ ମୂଲ୍ୟବାନ ଜୀବନ କେତେବେଳେ ବି ଚାଲିଯିବ କେହି କହିପାରିବେ ନାହିଁ। ଟ୍ରାଫିକ୍ ପୋଲିସ୍ ସାଧାରଣତଃ ଲୋକଙ୍କୁ ଦୁର୍ଘଟଣାକୁ ରୋକିବା ପାଇଁ ଟ୍ରାଫିକ୍ ନିୟମ ପାଳନ କରିଥାନ୍ତି। ଏହି କାରଣରୁ ସେ ରାସ୍ତା ମଝିରେ ନିଜର କର୍ତ୍ତବ୍ୟ କରନ୍ତି।
ନିକଟରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖିବାକୁ ମିଳୁଛି ଯେ ଏକ ଗାଡିରୁ ଛୋଟ ପିଲାଟିଏ ରାସ୍ତା ମଝିରେ ଗଳିପଡୁଛି, ଠିକ୍ ସେତିକିବେଳେ ଏକ ବସ୍ ସେଇ ବାଟ ଦେଇ ଯାଉଛି। ଟିକିଏ ବିଳମ୍ବ ହୋଇଥିଲେ ହୁଏତ ପିଲାଟି ଉପରେ ବସ୍ଟି ମାଡିଯିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ ଥିବ୍ ଜଣେ ଟ୍ରାଫିକ୍ ପୋଲିସ୍ଙ୍କ ଉପସ୍ଥିତ ବୁଦ୍ଧି ପିଲାଟିକୁ ବଞ୍ଚେଇଦେଲା।
ଯେତେବେଳେ ଏହି ଘଟଣାଟିକୁ ଟ୍ରାଫିକ ପୋଲିସ୍ ଦେଖିଲେ ସେ ନିଜ ଜୀବନକୁ ପଛ କରି ସାଙ୍ଗେ ସାଙ୍ଗେ ବସଟିର ସାମ୍ନାକୁ ଧାଇଁଗଲେ ଆଉ ପିଲାଟିକୁ ରାସ୍ତାରୁ ଉଠାଇଆଣି ତାଙ୍କ ମା’ଙ୍କ ହାତକୁ ଦେଇଦେଲେ। ଏହି ଭିଡିଓଟିକୁ ଦେଖିବା ପରେ ଲୋକମାନେ ଟ୍ରାଫିକ୍ ପୋଲିସର ସାହସକୁ ସଲାମ୍ କରୁଛନ୍ତି।
ट्रैफ़िक पुलिस के जवान सुंदर लाल.🙏 pic.twitter.com/ulmX48a5ki
— Awanish Sharan (@AwanishSharan) June 12, 2022
ଭାଇରାଲ ହେଉଥିବା ଏହି ଭିଡିଓଟିକୁ ଆଇଏଏସ୍ ଅଧିକାରୀ ଅବନିଶ ଶରଣ ତାଙ୍କ ଟ୍ୱିଟର ଆକାଉଣ୍ଟ @ AwanishSharan ରେ ଶେୟାର କରିଛନ୍ତି। ଏହି ଭିଡିଓ ପୋଷ୍ଟ୍ ହେବା ଠାରୁ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଲୋକମାନେ ନିଜ ନିଜ ମତ ମଧ୍ୟ ଦେଉଛନ୍ତି। ଜଣେ ଉପଭୋକ୍ତା ଲେଖିଛନ୍ତି ଯେ “ଏହି ପୋଲିସ୍ କର୍ମଚାରୀଙ୍କୁ ହୃଦୟରୁ ସଲାମ୍।” ସେହିପରି ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି – ପ୍ରକୃତରେ ଏହା ଏକ ହୃଦୟ ସ୍ପର୍ଶକାରୀ ଭିଡିଓ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)