Advertisment

ଭାରତର ଏହି ଗାଁରେ ଚପଲ ପିନ୍ଧିବା ପାପ; ମିଳୁଛି କଠୋର ଦଣ୍ଡ

ଏଠି ଚପଲ ପିନ୍ଧିବା ବ୍ୟାନ୍। ଯିଏ ପିନ୍ଧିବ ସିଏ ପାଇବ କଠୋର ଦଣ୍ଡ। ଗାଁର ସମସ୍ତେ ଏହି ନିୟମ ମାନିବାକୁ ବାଧ୍ୟ।

author-image
Pramod Behera
ଅଦ୍ୟତନ ହୋଇଛି
Tamilnadu village where shoes and slippers are banned

Tamilnadu village where shoes and slippers are banned

ଭାରତରେ ଲୋକମାନେ ସାଧାରଣତଃ ଘର ଭିତରେ ଚପଲ ପିନ୍ଧନ୍ତି ନାହିଁ। ଘର ଭିତରେ ଲକ୍ଷ୍ମୀଙ୍କ ବାସକୁ ବିଚାର କରି, ଚପଲ ଏବଂ ଜୋତା ଘର ବାହାରେ ରଖାଯାଏ। ଏହା ବ୍ୟତୀତ ମନ୍ଦିର ଏବଂ ଅନ୍ୟାନ୍ୟ ଧାର୍ମିକ ସ୍ଥାନରେ ଜୋତା ଏବଂ ଚପଲକୁ ମଧ୍ୟ ନିଷେଧ କରାଯାଏ। କିନ୍ତୁ ଆପଣ ଜାଣନ୍ତି କି, ଭାରତରେ ଏପରି ଏକ ଗାଁ ଅଛି, ଯେଉଁଠାରେ ଲୋକମାନେ ଘର ବାହାରେ ମଧ୍ୟ ଖାଲି ପାଦରେ ବୁଲନ୍ତି। ଭାରତର ଏହି ଗାଁର ଲୋକମାନେ ଜୋତା ଏବଂ ଚପଲ ପିନ୍ଧନ୍ତି ନାହିଁ। ଯଦି କେହି ଏମିତି କରନ୍ତି ତେବେ ତାଙ୍କ ପାଇଁ ଦଣ୍ଡର ବ୍ୟବସ୍ଥା ମଧ୍ୟ ଅଛି। କାରଣ ଏଠାରେ ଜୋତା ଓ ଚପଲ ନିଷେଧ।

Advertisment

ତାମିଲନାଡୁରେ ଆଣ୍ଡାମାନ ନାମକ ଏକ ଗାଁ ଅଛି। ଏହି ଗାଁ ରାଜ୍ୟ ରାଜଧାନୀ ଚେନ୍ନାଇଠାରୁ ପ୍ରାୟ ସାଢେ ଚାରି ଶହ କିଲୋମିଟର ଦୂର। ଏଠାରେ ପ୍ରାୟ ଶହେ ତିରିଶ ପରିବାର ବାସ କରନ୍ତି, ସେମାନଙ୍କ ମଧ୍ୟରୁ ଅଧିକାଂଶ କୃଷକ। ସେମାନେ ସମସ୍ତେ ଚାଷ କରି ରୋଜଗାର କରନ୍ତି। ଗାଁର ପ୍ରବେଶ ପଥରେ ଏକ ବଡ଼ ଗଛ ଅଛି ଯେଉଁଠାରେ ଅନେକ ଲୋକ ପୂଜା କରନ୍ତି। ଗାଁ ଭିତରକୁ ପ୍ରବେଶ କରିବାକୁ ହେଲେ ଏହି ସ୍ଥାନରୁ ଲୋକଙ୍କୁ ପାଦରୁ ଜୋତା ଏବଂ ଚପଲ କାଢିବାକୁ ହୋଇଥାଏ। ଏମିତି କରିବା ପଛରେ ଗ୍ରାମବାସୀଙ୍କ ଧାର୍ମିକ ବିଶ୍ୱାସ ମଧ୍ୟ ରହିଛି।

ଭାରତର ଅନେକ ଲୋକ ଘର ଭିତରେ ଚପଲ ପିନ୍ଧନ୍ତି ନାହିଁ କାରଣ ସେମାନେ ଏହି ଘରକୁ ଲକ୍ଷ୍ମୀଙ୍କ ବାସସ୍ଥାନ ବୋଲି ଭାବନ୍ତି, ସେହିଭଳି ଏହି ଗାଁର ଲୋକମାନେ ସୀମା ଆରମ୍ଭ ହେବା ମାତ୍ରେ ଏହି ସ୍ଥାନକୁ ଭଗବାନଙ୍କ ଘର ବୋଲି ଭାବନ୍ତି। ଯେତେ ଗରମ ହେଉନା କାହିଁକି ରାସ୍ତାରେ କାହାରିକୁ ବି ଜୋତା ପିନ୍ଧିବାର ଦେଖାଯାଏ ନାହିଁ। ଲୋକମାନେ ବିଶ୍ୱାସ କରନ୍ତି ଯେ ଯଦି ସେମାନେ ଏମିତି କରନ୍ତି, ତେବେ ଭଗବାନଙ୍କ କ୍ରୋଧର ଶିକାର ହେବାକୁ ପଡିବ। ଯଦି କେହି ବାହାରୁ ଗାଁ ଭିତରକୁ ଆସନ୍ତି, ତେବେ ଗାଁ ଆରମ୍ଭରେ ଥିବା ଏହି ଗଛ ପାଖରୁ ତାଙ୍କୁ ଜୋତା କାଢି ହାତରେ ଧରି ଯିବାକୁ ହୋଇଥାଏ।

Advertisment

ଗ୍ରାମବାସୀଙ୍କ କହିବାନୁସାରେ ସେମାନଙ୍କର ଏହି ପୂରା ଗାଁ ହେଉଛି ଏକ ମନ୍ଦିର। ଯଦି କେହି ବି ଜୋତା ପିନ୍ଧି ଏହି ଧାର୍ମିକ ସ୍ଥାନକୁ ଆସନ୍ତି, ତେବେ ଭଗବାନ ତାଙ୍କୁ ଦଣ୍ଡ ଦେବେ। ସେ ଭୟଙ୍କର ଜ୍ୱରରେ ପୀଡିତ ହେବେ କିମ୍ବା ଏମିତି କିଛି ରୋଗର ଶିକାର ହେବେ ଯାହା କେବେ ବି ଆରୋଗ୍ୟ ହୋଇପାରିବ ନାହିଁ।

ତେବେ ଏଠାରେ ରହୁଥିବା ପ୍ରାୟ ପାଞ୍ଚ ଶହ ଲୋକଙ୍କ ମଧ୍ୟରୁ କେବଳ ବୃଦ୍ଧ ଲୋକଙ୍କୁ ଖରାଦିନେ ଦ୍ୱିପ୍ରହର ସମୟରେ ପାଦରେ ଜୋତା ପିନ୍ଧିବାକୁ ଅନୁମତି ଦିଆଯାଇଛି। ଏହା ବ୍ୟତୀତ, ଯଦି ଆଉ କେହି ଚପଲ ବା ଜୋତା ପିନ୍ଧିବାର ଦେଖାଯାଏ, ତେବେ ତାଙ୍କୁ ଦଣ୍ଡ ଦିଆଯାଏ। ଏହି ଦଣ୍ଡ ବହୁତ କଠୋର ହୋଇଥାଏ । ଗାଁର ସମସ୍ତେ ଏହି ନିୟମ ପାଳନ କରନ୍ତି।

Ajab Gajab Slipper Banned Here
Advertisment
Advertisment