• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ପିଲାମାନେ ହୃଦୟରୁ ସଚ୍ଚୋଟ ହୋଇଥାନ୍ତି। ପିଲାଟିଏ ସବୁବେଳେ ସ୍ନେହ, ପ୍ରେମ ଏବଂ ଯତ୍ନର ଆବଶ୍ୟକ କରେ। ଦୁନିଆର ସବୁ ବାପାମାଆ ବି ନିଜ ସନ୍ତାନର ଯତ୍ନ ନିଅନ୍ତି। କିନ୍ତୁ ଚାକିରିଆ ବାପାମାଆଙ୍କ ସମସ୍ୟା ହେଉଛି ଯେ ସେମାନେ ପିଲାମାନଙ୍କର ଯତ୍ନ ନେବାରେ ଅସମର୍ଥ। ଏଭଳି ପରିସ୍ଥିତିରେ ସେମାନେ ଘରେ ଆୟା ରଖନ୍ତି। ଆୟାର କାମ ହେଉଛି ପିଲାମାନଙ୍କର ଯତ୍ନ ନେବା ଏବଂ ତାଙ୍କୁ ଖାଇବାକୁ ଦେବା। କିନ୍ତୁ ମଧ୍ୟପ୍ରଦେଶର ଜବଲପୁରରୁ ଏକ ଘୃଣ୍ୟ ଖବର ଆସିଛି, ଯାହାକୁ ଦେଖିଲେ ହୃଦୟ ଫାଟିଯିବ।

ଖବର ଅନୁଯାୟୀ, ଜଣେ ଆୟାକୁ ବାପାମାଆ ତାଙ୍କର ୨ ବର୍ଷର ଶିଶୁକୁ ଦାୟିତ୍ୱରେ ଦେଇଥିଲେ। ଭାବିଥିଲେ ଆୟା କୋଳରୁ ମା’ର ସ୍ନେହ ପାଇବ ତାଙ୍କ ପିଲା। କିନ୍ତୁ ଏହା ବିପରୀତ ହେଲା। ଆୟା ସାଜିଲା ପିଶାଚୀ। ସେ ନିର୍ଯାତନା ଦେଉଥିଲା। ତାଙ୍କୁ ମାରୁଥିଲା ଆଉ ପିଟୁଥିଲା। ସୋସିଆଲ ମିଡିଆରେ ଏହାର ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯାହା ଦେଖିବା ପରେ ଆପଣ କ୍ରୋଧିତ ହେବେ ଏବଂ ଘରେ ଆୟା ରଖିବା ପୂର୍ବରୁ ଆପଣ ନିଶ୍ଚିତ ଭାବରେ ଦୁଇଥର ଚିନ୍ତା କରିବେ।

ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ମହିଳା କିପରି ୨ ବର୍ଷର ନିରୀହ ପିଲାଟିର ପେଟକୁ କୁନ୍ଦା ମାରୁଛି ଓ ପିଠିରେ ବିଧା ମାରୁଛି। ତା’ର ଚୁଟିକୁ ଧରି ଘୋଷାରି ନେଉଥିବା ବେଳେ ଅତି ନିର୍ମମ ଭାବରେ ମାରିଚାଲିଛି। ଆୟାର ଏଭଳି ଅମାନୁଷିକତା ପଏ ପିଲାଟି ଦୁର୍ବଳ ହୋଇଯାଇଛି। ଯେତେବେଳେ ଶିଶୁଟିକୁ ଡାକ୍ତରଙ୍କ ନିକଟକୁ ନିଆଗଲା, ଡାକ୍ତର କହିଥିଲେ ଯେ ଶିଶୁର ଆଭ୍ୟନ୍ତରୀଣ ଅଙ୍ଗରେ ବହୁତ ଆଘାତ ହୋଇଛି।

ଯେତେବେଳେ ପିଲାଟିକୁ ଦୁର୍ବଳ ଅବସ୍ଥାରେ ବାପାମାଆ ଦେଖିଲେ ସେମାନେ କିଛି ବୁଝିପାରିଲେ ନାହିଁ। ପରେ ସେମାନେ ସିସିଟିଭି କ୍ୟାମେରା ଦେଖିବାକୁ ସ୍ଥିର କଲେ। ସିସିଟିଭିରେ ଯାହା ଦେଖିଲେ ସେ ଦୃଶ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଭାବେ ଚକିତ କରିଦେଇଥିଲା। ତାଙ୍କ ପିଲା ସହ ଏମିତି ହେଉଥିବା ଦେଖି ସେମାନେ ବିଶ୍ୱାସ ମଧ୍ୟ କରିପାରୁ ନଥିଲେ।

ଏହି ନିର୍ଦ୍ଦୟୀ ଆୟାର ନାମ ରଜନୀ ଚୌଧରୀ ହୋଇଥିବା ତାଙ୍କୁ ମାସକୁ ୫ ହଜାର ଟଙ୍କା ଦେଇ ବାପାମାଆ ତାଙ୍କ ପିଲାର ଯତ୍ନ ନେବା ପାଇଁ ରଖିଥିଲେ। କେବଳ ଏତିକି ନୁହେଁ, ଆୟାକୁ ସେମାନେ ଖାଇବା ପିଇବା ମଧ୍ୟ ଦେଉଥିଲେ। କିନ୍ତୁ ଆୟାର ଏହି କାରନାମା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଏହି ଭିଡିଓ ଦେଖିବା ପରେ ଆପଣ ଚିନ୍ତାରେ ପଡିଯିବେ ଯେ ଆପଣଙ୍କ ପିଲାମାନଙ୍କ ପାଇଁ ଆୟା ରଖିବା ଉଚିତ କି ନୁହେଁ?

ଅଭିଭାବକ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ଘଟଣାର ଗମ୍ଭୀରତା ଦେଖି ପୋଲିସ ଆୟାକୁ ଗିରଫ କରିଛି। ଏହି ଭିଡିଓ ଦେଖିବା ପରେ ଯେକୌଣସି ବ୍ୟକ୍ତି ବି ଭୟଭୀତ ହୋଇଯିବେ।