Advertisment

ରାହୁଲକୁ ଉଦ୍ଧାର କରିବାରେ ଟପ୍ ଟେନ୍ ଚାଲେଞ୍ଜ୍‌

୮୦ ପୁଟ୍ ତଳେ ୧୦୮ ଘଣ୍ଟାର ସଂଘର୍ଷ ପରେ ଉଦ୍ଧାର ହେଲା ୧୦ ବର୍ଷର ରାହୁଲ୍। ଏବେ ଚାଲିଛି ତା’ର ଚିକିତ୍ସା। ଉଦ୍ଧାର ବେଳେ ରେସ୍କ୍ୟୁ ଟିମ୍‌କୁ ସାମ୍ନା କରିବାକୁ ପଡିଥିଲା ଅନେକ ଚାଲେଞ୍ଜ୍। ଆସନ୍ତୁ ଟପ୍ ଟେନ୍ ଚାଲେଞ୍ଜ୍ ଉପରେ ନଜର ପକେଇବା।

author-image
Pramod Behera
ଅଦ୍ୟତନ ହୋଇଛି
Top ten challenge in Rahul rescue operation

Top ten challenge in Rahul rescue operation

ଜଗନ୍ନାଥଙ୍କ ସହ ରାହୁଲଙ୍କ ସଂପର୍କ ଅତି ପୁରୁଣା। କେବଳ ବୋର୍‌ୱେଲ ଅଘଟଣ ନୁହେଁ, ପୂର୍ବରୁ ପୁରୀରେ ମଧ୍ୟ ନିଖୋଜ ହୋଇଯାଇଥିଲେ ରାହୁଲ ସାହୁ। ସେ ପୂର୍ବରୁ ପରିବାର ସହ ପୁରୀ ବୁଲିବାକୁ ଆସିଥିଲେ ଏବଂ ନିଖୋଜ ହୋଇଯାଇଥିଲେ। ପରେ ବହୁ ଖୋଜାଖୋଜି ପରେ ସେ ସିଂହଦ୍ୱାରରୁ ମିଳିଥିଲେ ବୋଲି ରାହୁଲଙ୍କ ବାପା କହିଛନ୍ତି।

Advertisment

ଜୁନ୍ ୧୦ରୁ ଜୁନ୍ ୧୪। ଛତିଶଗଡ଼ ଜାଞ୍ଜଗିର-ଚାମ୍ପାର ଅବୋଧ ବାଳକ ରାହୁଲ ସାହୁଙ୍କୁ ବଞ୍ଚାଇବାକୁ ୧୦୮ ଘଣ୍ଟାର ଅପରେସନ୍ ଜିନ୍ଦେଗୀ। ମିଳିତ ଉଦ୍ଧାରକାରୀ ଦଳର ଅକ୍ଳାନ୍ତ ପରିଶ୍ରମ ପରେ ଏହି ଅଭିଯାନ ସଫଳତାର ସ୍ୱାଦ ଚାଖିଛି। ଆଉ ପୁଣି ଥରେ ପ୍ରମାଣିତ ହୋଇଛି ଯେ, ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ। ତେବେ ଏହି ଅପରେସନ୍‌ର ହିରୋ ସାଜିଛନ୍ତି ଓଡ଼ିଶାରୁ ଯାଇଥିବା ଏନ୍‌ଡିଆର୍‌ଏଫ୍ ଟିମ୍। ଦେବଦୂତ ସାଜି ରାହୁଲଙ୍କୁ ଟାଣି ଆଣିଛନ୍ତି ନିଶ୍ଚିତ ବିପଦ ମୁହଁରୁ।

୧୦ ବର୍ଷର ରାହୁଲ... ୮୦ ଫୁଟ୍ ଗର୍ତ୍ତ... ୧୦୮ ଘଣ୍ଟାର ସଂଘର୍ଷ...। ତେଣେ ବୋର୍‌ୱେଲ୍ ଗର୍ତ୍ତ ଭିତରେ ରାହୁଲଙ୍କ ସଂଘର୍ଷ, ଏଣେ ବାହାରେ ରେସ୍କ୍ୟୁ ଟିମ୍‌ର ସଂଘର୍ଷ। ସମୟ ସହିତ ଲଢ଼ି, ଦିନ ରାତି ଚାଲିଥିଲା ଅପରେସନ୍ ଜିନ୍ଦେଗୀ ଯେଉଁଠି ପ୍ରତିଟି ମୁହୂର୍ତ୍ତଥିଲା ବିପଦପୂର୍ଣ୍ଣ, ଆହ୍ୱାନପୂର୍ଣ୍ଣ ଓ ଗୁରୁତ୍ୱପୂର୍ଣ୍ଣ। ନଜର ପକାନ୍ତୁ ଉଦ୍ଧାର ଅଭିଯାନର ଟପ୍ ଟେନ୍ ଚାଲେଞ୍ଜ ଉପରେ...

Advertisment

୧- ରାହୁଲ ମାନସିକ ଅନଗ୍ରସର ଥିଲେ

୨- ତେଣୁ ଦଉଡ଼ି କିମ୍ବା ରୋବଟ୍ ସହାୟତାରେ ଉଦ୍ଧାର ସମ୍ଭବ ହୋଇ ନଥିଲା

୩- ୮୦ ଫୁଟର ଗର୍ତ୍ତ କେତେବେଳେ ବି ଭୁଶୁଡ଼ି ପଡ଼ିବାର ଡର ଥିଲା

୪- ଅମ୍ଳଜାନର ଅଭାବ କିମ୍ବା ଖାଦ୍ୟାଭାବରୁ ଜୀବନ ପ୍ରତି ବିପଦ ଥିଲା

୫- ରାହୁଲ ୫ ଦିନ ଧରି ଅଧା ପାଣିରେ ବୁଡ଼ି ରହିଥିଲେ

୬- ରାହୁଲ ପାଖରେ ସାପଟିଏ ଥିବାରୁ ସେ ଦୃଷ୍ଟିରୁ ମଧ୍ୟ ବିପଦ ଥିଲା

୭- ପଥୁରିଆ ଅଞ୍ଚଳ ହୋଇଥିବାରୁ ସୁଡ଼ଙ୍ଗ ଖୋଳିବା ସହଜ ହୋଇ ନଥିଲା

୮- ୭୫ ଫୁଟ ଗଭୀର ଟନେଲ୍‌ରେ ଅସମ୍ଭବ ଗରମ ଓ ଗୁଳୁଗୁଳିର ସାମ୍ନା କରିଥିଲେ ରେସ୍କ୍ୟୁ ଟିମ୍

୯- ଗ୍ରାନାଇଟ୍ ପଥର କାଟି ଶେଷ ୫-୬ ଫୁଟ୍ ଟନେଲ୍ ଖୋଳିବା ପାଇଁ ବହୁ ସମୟ ଲାଗିଗଲା

୧୦- ଶେଷ ୨୪ ଘଣ୍ଟାର ଅପରେସନ୍ ଅତି ଜଟିଳ ଥିଲା

ତେବେ ଏସବୁ ପ୍ରତିକୂଳତା ସତ୍ତ୍ୱେ ମନୋବଳ ହରାଇ ନଥିଲେ ରେସ୍କ୍ୟୁ ଟିମ୍। ଏଣେ ବୋର୍‌ୱେଲ୍ ଗର୍ତ୍ତ ପଟେ ଖାଦ୍ୟ ଓ ଅମ୍ଳଜାନ ଯୋଗାଇ ଦିଆଯାଇଥିଲା। ରାହୁଲ ଉପରେ ଭିକ୍ଟିମ୍‌ ଲୋକେସନ୍ କ୍ୟାମେରାରେ(VLC) ନଜର ରଖିବା ପାଇଁ ଗାତ ମୁହଁରେ ଜଗି ବସିଥିଲେ ୨ ଏନ୍‌ଡିଆର୍‌ଏଫ୍ ଯବାନ - ଆନ୍ଧ୍ରପ୍ରଦେଶର ବି. ଅନୀଲ ଓ ମହାରାଷ୍ଟ୍ରର କାପ୍‌ସେ ଏଲ.ବି.।

ସେପଟେ ରାହୁଲ ପାଖରେ ପହଞ୍ଚିବା ପାଇଁ ମୁଖ୍ୟ ଗର୍ତ୍ତ ପାଖରେ ଜେସିବି ଓ ହ୍ୟାଣ୍ଡ୍ ଡ୍ରିଲ୍ ସାହାଯ୍ୟରେ ଖୋଳାଯାଇଥିଲା ୭୫ ଫୁଟ୍ ଗଭୀର ଟନେଲ୍, ଆଉ ଶେଷରେ ପଥରର ଛାତି ଚିରି ମୃତ୍ୟୁର ଅନ୍ଧାର ଭିତରୁ ନିରୀହ ଜୀବନକୁ ଟାଣିଆଣିଥିଲେ ଆଶାର ଆଲୋକ ଆଡ଼କୁ।

ଛତିଶଗଡ଼ ଜାଞ୍ଜଗିର-ଚାମ୍ପାର ଏହି ଅପରେସନ୍ ଜିନ୍ଦେଗୀ ସଫଳ ହେବା ପରେ, ଓଡ଼ିଶାରୁ ଯାଇଥିବା ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ଛୁଟିଛି ପ୍ରଶଂସାର ସୁଅ। ଏହି ରେସ୍କ୍ୟୁ ଅପରେସନ୍‌ରେ ଏସଡିଆର୍‌ଏଫ୍, ସେନା ଓ ଅନ୍ୟ ଉଦ୍ଧାରକାରୀ ଦଳ ସାମିଲ ହୋଇଥିଲେ ବି, କଟକ ମୁଣ୍ଡୁଳୀରୁ ଯାଇଥିବା ଏନ୍‌ଡିଆର୍‌ଏଫ୍‌ର ଟିମ୍‌ର ଜୋଶ୍ ଆଗରେ ସବୁକିଛି ଫିକା ପଡ଼ିଯାଇଥିଲା। ମୁଣ୍ଡୁଳୀ ଟିମ୍ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତିର ସାମ୍ନା କରିଥିଲେ ବି, ସାହସ ଓ ଧୈର୍ଯ୍ୟର ସହ ଅଭିଯାନକୁ ଆଗେଇ ନେଇଥିଲେ ଓ ସଫଳ କରିଥିଲେ।

ଉଦ୍ଧାର ଅଭିଯାନ ଯେତେ ଜଟିଳ, କଠିନ ଓ ବିପଦପୂର୍ଣ୍ଣ ହୋଇଥାଉନା କାହିଁକି, ରାହୁଲଙ୍କ ଜୀବନ ରକ୍ଷା ପରେ ଉଦ୍ଧାରକାରୀ ଦଳର ସବୁ ପରିଶ୍ରମ ଯେ ସାର୍ଥକ ହୋଇଛି ଏଥିରେ ସନ୍ଦେହ ନାହିଁ। କାରଣ କଥାରେ ଅଛି- ଅନ୍ତ୍ ଭଲା, ତୋ ସବ୍ ଭଲା।

(ରିପୋର୍ଟ: ଛତିଶଗଡ଼ ଜାଞ୍ଜଗିର-ଚାମ୍ପାରୁ ସଞ୍ଜୟ ଜେନା)

Rescue Operation
Advertisment
Advertisment