Advertisment

ମ୍ୟାଗିରେ ପାନ ମସଲା ମିଶେଇ ଖାଆନ୍ତି ଏହି ଯୁବକ

କେବେ ଖାଇଛନ୍ତି କି ପାନ ମସଲା ମ୍ୟାଗି! ଯଦି ଖାଇ ନାହାନ୍ତି ତେବେ ଏହି ଭିଡିଓ ଦେଖନ୍ତୁ ଆଉ ଜାଣନ୍ତୁ ଏହି ଯୁବକ କିପରି ମ୍ୟାଗିରେ ପାନ ମସଲା ମିଶେଇ ଖାଉଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Man eats maggi after mixing  pan masala

Man eats maggi after mixing pan masala

ଖାଦ୍ୟର କଥା ଉଠିଲେ ଭାରତର ସ୍ଥାନ ନିଆରା। ଯଦିଓ ଆମ ଦେଶରେ ଅନେକ ପ୍ରକାରର ଖାଦ୍ୟ ଅଛି, କିନ୍ତୁ ଏହା ସତ୍ତ୍ୱେ ବି ଏଠାରେ ନୂଆ ନୂଆ ରେସିପିକୁ ନେଇ ସବୁବେଳେ ଚାଲିଛି ପରୀକ୍ଷଣ। ବର୍ତ୍ତମାନ ଏହାକୁ ନେଇ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳେ ଯେ ଜଣେ ବ୍ୟକ୍ତି କିପରି ପାନ ମସଲା ମ୍ୟାଗି ତିଆରି କରୁଛନ୍ତି। ଭିଡିଓଟି ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ହଇଚଇ ଦେଖାଦେଇଛି।

Advertisment

ସମ୍ପ୍ରତି ମ୍ୟାଗିକୁ ନେଇ ଅନେକ ପ୍ରକାରର ପରୀକ୍ଷଣ କରାଯାଇଛି। ଅଦ୍ୟାବଧି ଆପଣ ନିଶ୍ଚୟ ଦେଖିଥିବେ ଆଉ ଖାଇଥିବେ ମଧ୍ୟ ଫାଣ୍ଟା, କୋକାକୋଲା, ଆମ୍ବରସ ଏବଂ କ୍ଷୀରରେ ତିଆରି ମ୍ୟାଗି। କିନ୍ତୁ ଏଥର ଏହା ସବୁ ସୀମା ପାର ହୋଇଯାଇଛି। ବର୍ତ୍ତମାନ ଇଣ୍ଟରନେଟ୍‌ରେ ଜଣେ ଯୁବକ ମ୍ୟାଗୀରେ ବିମଲ୍ ପାନ ମସଲା ମିଶେଇ ଖାଉଥିବା ଦେଖାଯାଉଛି।

ସୂଚନା ମୁତାବକ ଏହି ଯୁବକ ଜଣକ ମଧ୍ୟପ୍ରଦେଶର ଇନ୍ଦୋରର ବାସିନ୍ଦା। ଭିଡିଓରେ ଦେଖାଯାଏ ଯେ ପାର୍କିଂ ସ୍ଥାନରେ ଥୁଆ ହୋଇଥିବା ଏକ ବାଇକ୍‌ରେ ଜଣେ ଯୁବକ ବସିଛନ୍ତି। ଯୁବକ ଜଣକ ଏକ କଳା ପାତ୍ରରେ କିଛି ମ୍ୟାଗିଙ୍କୁ ଧରିଛନ୍ତି। ଏହାପରେ ସେ ବିମଲ ପାନ ମସଲାକୁ କାଟି ମ୍ୟାଗିରେ ମିଶଉଛନ୍ତି। ଏହାପରେ ସେ ମ୍ୟାଗିକୁ ଖାଉଛନ୍ତି। ଯୁବକ ଜଣଙ୍କ ମାଗି ଖାଉଥିବାବେଳେ ଏହାକୁ ବହୁତ ଆନନ୍ଦରେ ଉପଭୋଗ ମଧ୍ୟ କରୁଛନ୍ତି। ଲୋକମାନେ ଏହି ଭିଡିଓକୁ ଦେଖିବା ପରେ ନିଜ କପାଳରେ ହାତ ମାରୁଛନ୍ତି।

Advertisment

ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଇନଷ୍ଟାଗ୍ରାମରେ r_bam_tv7 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ପାନ ମସାଲା ବାଲା ଏହି ମ୍ୟାଗିର ଭିଡିଓ ଦିନକୁ ଦିନ ଭାଇରାଲ୍ ହେବାରେ ଲାଗିଛି, ଯାହା ଦେଖି ସମସ୍ତେ ଚକିତ ହୋଇପଡିଛନ୍ତି। ଖବର ଲେଖାହେବା ବେଳକୁ ଏହି ଭିଡିଓକୁ ୭୪ ହଜାରରୁ ଅଧିକ ଲୋକ ପସନ୍ଦ କରି ସାରିଥିଲେ। ଏଥିସହିତ ଲକ୍ଷ ଲକ୍ଷ ଲୋକ ଏହି ଭିଡିଓକୁ ଦେଖିଛନ୍ତି। ଭିଡିଓ ଶେୟାର କରିବବେଳେ କ୍ୟାପ୍‌ସନ୍‌ରେ ଲେଖାଯାଇଛି ଯେ, 'ଦାନେ ଦାନେ ମେଁ କେସର କା ଦମ୍'।

ଜଣେ ଉପଭୋକ୍ତା କହିଛନ୍ତି, “ମୁଁ ଭାବି ନଥିଲି ଯେ ଏହାକୁ ମିଶାଇବା ପରେ ସେ ଖାଇବେ ବୋଲି”। ଅନ୍ୟ ଜଣେ ଉପଭୋକ୍ତା ଲେଖିଛନ୍ତି, “ଭାଇ ଏହାର ଆବଶ୍ୟକତା କ’ଣ ଥିଲା।” ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି, “ଏହା ଦେଖିବା ପୂର୍ବରୁ ମୁଁ କାହିଁକି ମରିଗଲଲି ନାହିଁ!” ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓ ଦେଖିବା ପରେ ସମସ୍ତେ କ୍ରୋଧ ପ୍ରକାଶ କରିଛନ୍ତି।

Viral Video Pan Masala Maggi
Advertisment
Advertisment