ତିଥି ଫିଟିଥିଲା..ନିଷ୍ପତ୍ତି ସରିଥିଲା.. ହେଲେ ଏ ବର୍ଷା ସବୁ ବିଗାଡ଼ିଦେଲା..ପ୍ରବଳ ବର୍ଷା ସାଙ୍ଗକୁ ଜଳାର୍ଣ୍ଣବ ପରିସ୍ଥିତି.. ହେଲେ ବାହା ତ ହେବାର ଅଛି.. ଯେଣ ତେଣ ପ୍ରକାରେଣ ମନ୍ଦିରରେ ବାହାଘର ସରିଲା...
ଜଳେଶ୍ୱର ପାଲଟିଛି କି ବ୍ରାଉନସୁଗାର ହବ୍ ? ପଶ୍ଚିମବଙ୍ଗରୁ ଓଡ଼ିଶାକୁ ଆସିବାକୁ ଜଳେଶ୍ୱର ପାଲଟିଛି ଗଲା ବାଟI କାରଣ ବାରମ୍ବାର ବ୍ରାଉନସୁଗାର ଜଳେଶ୍ୱରରୁ ଜବତ ହେବା ପରେ ଏଭଳି ପ୍ରଶ୍ନ ସୃଷ୍ଟି ହୋଇଛି ।
ମମିତା ନିଖୋଜ, ଷ୍ଟାଡିୟମ୍ ଖୋଳୁଛି ପୋଲିସ୍। ଷ୍ଟାଡିୟମରେ ପହଞ୍ଚିଛନ୍ତି ବଲାଙ୍ଗିର ଓ କଳାହାଣ୍ଡି ପୋଲିସ୍ ।୧ ପ୍ଲାଟୁନ୍ ଫୋର୍ସ ମୁତୟନ
ଆକାଶ ଛୁଆଁ ତୈଳ ଦର , ହୁ ହୁ ହୋଇ ବଢ଼ିବାରେ ଲାଗିଛି ତେଲକୁ ନେଇ ମୁଣ୍ତ ବିନ୍ଧା I ପେଟ୍ରୋଲ ଦର ବଢ଼ିବା ଯୋଗୁଁ ଅସନ୍ତୋଷ ଗ୍ରାହକ
ହୁ ହୁ ହୋଇ ବଢ଼ିବାରେ ଲାଗିଛି ତୈଳ ଦର । ଗତ ସପ୍ତାହରେ ମଧ୍ୟରେ ଦେଶ ତଥା ରାଜ୍ୟରେ ପେଟ୍ରୋଲ ଓ ଡିଜେଲ୍ ଦର ଆକଶ ଛୁଆଁ ହୋଇଥିଲା । ଆଜି ମାଲକାନଗିରିରେ ପେଟ୍ରୋଲ ଦର ୧୧୨ ଟଙ୍କା ୩୬ ପଇସାରେ ପହଞ୍ଚିଛି ।
ଏବେ ଜଗନ୍ନାଥଙ୍କ ଜମି ଉପରେ ମାଫିଆଙ୍କ ଆଖି । ମିଛ ଚିଠିରେ କିସମ ପରିବର୍ତ୍ତନ କରିବାକୁ ଯାଉଥିଲେ ।
ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା I ଆଜି ୧୬ ଜିଲ୍ଲାକୁ ପାଣିପାଗ ବିଭାଗର ୟେଲୋ ଓ୍ୱାର୍ଣ୍ଣିଂ ଜାରି
ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା..ଭୂସ୍ଖଳନ ଯୋଗୁ ୩ଟି ବଡ଼ ବଡ଼ ରାଜରାସ୍ତା ବନ୍ଦ ହୋଇଯାଇଛି.. ଯୋଗାଯୋଗ ଓ ପରିବହନରେ ବାଧା ସୃଷ୍ଟି ହୋଇଛି.. ଏକାଧିକଙ୍କ ମୃତ୍ୟୁ ହେଲାଣି..
ଟି ୨୦ ବିଶ୍ୱକପ୍ର ଓ୍ବାର୍ମଅପ୍ ମ୍ୟାଚ୍ରେ ଚମକିଲେ ଭାରତୀୟ ବ୍ୟାଟ୍ସମ୍ୟାନ୍ । ଇଂଲଣ୍ଡ ବିପକ୍ଷରେ ଇଶାନ କିଷନ ଏବଂ କେଏଲ୍ ରାହୁଲଙ୍କ ଦମଦାର ଅର୍ଦ୍ଧଶତକ । ଇଂଲଣ୍ଡକୁ ୭ ଓ୍ବିକେଟରେ ମାତ୍ ଦେଇଛି ମ୍ୟାନ୍ଇନ୍ ବ୍ଲୁ ।
ମା ଗଜଲକ୍ଷ୍ମୀଙ୍କର ପୂଜାରେ ଲାଗିଛି କରୋନା କଳଙ୍କ। କେବଳ ବିଧିରକ୍ଷା ପାଇଁ ମଣ୍ଡପରେ ଚାଲିଛି ପୂଜା
ଗାଁରେ ଜଳ ଯୋଗାଣ ପାଇଁ ପ୍ରକଳ୍ପ ନିର୍ମାଣ ହୋଇଛି । ଘରେ ଘରେ ପିଇବା ପାଣି ପାଇଁ ସଂଯୋଗ ହୋଇଛି ପାଇପ । ସକାଳ ହେଲେ ଗାଁ ଲୋକଙ୍କୁ ଘାରୁଛି ପିଇବା ପାଣି ଚିନ୍ତା।
ବଜ୍ରକାପ୍ତା ଚାଲାଣ ବେଳେ ଧରିଲା ବନ ବିଭାଗ । ନବରଙ୍ଗପୁର ଥାନା ଚିକିଲି- ଧାରନା ବେଡା ରାସ୍ତାରୁ ବଜ୍ରକାପ୍ତାକୁ ବିନବିଭାଗ ଉଦ୍ଧାର କରିଛି । ବଜ୍ରକାପ୍ତାଟିକୁ ୧ଲକ୍ଷ ଟଙ୍କାରେ ବାହାରେ ବିକ୍ରି କରିବାକୁ ଉଦ୍ୟମ କରାଯାଉଥିବା ଜଣାପଡିଛି ।
କେନ୍ଦୁଝର ସଦର ବିଧାୟକ ମୋହନ ମାଝିଙ୍କ ଏକ ଅଜବ ଅଭିଯୋଗ। ଏକ ପୁରୁଣା ଫଟୋରେ ଥିବା ତାଙ୍କ ସହଯୋଗୀଙ୍କ ଫଟୋକୁ କାଟି ବୋମାମାଡ ଘଟଣାର ଅନ୍ୟ ଜଣେ ମୁଖ୍ୟ ଅଭିଯୁକ୍ତଙ୍କ ସହ ଫଟୋ ଯୋଡ଼ି ସୋସିଆଲ ମିଡ଼ିଆରେ ଭାଇରାଲ କରାଯାଉଥିବା ଅଭିଯୋଗ କରିଛନ୍ତି
ଅଢେଇ କୋଟି ମୂଲ୍ୟର ବ୍ରାଉନସୁଗାର ଜବତ କଲା ଅବକାରୀ ବିଭାଗ I ଜଳେଶ୍ୱର ଝାଡେଶ୍ୱରପୁରରେ ଅବକାରୀ ଓ ପୋଲିସର ମିଳିତ ଚଢ଼ାଉ ବେଳେ ୨ କିଲୋ ୪୦୦ ଗ୍ରାମ ବ୍ରାଉନସୁଗାର ସହ ୨ ଜଣ ମହିଳାଙ୍କ ସମେତ ଜଣେ ହୋଟେଲ ମାଲିକ ଗିରଫ
ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଉ ପାଦେ ଆଗେଇଲା କଳାହାଣ୍ଡି ପୋଲିସ I ମହାଲିଙ୍ଗ ଆଞ୍ଚଳିକ ମହାବିଦ୍ୟାଳୟର ପ୍ରିନ୍ସିପାଲ ରଞ୍ଜିତ ସାହୁଙ୍କୁ ବୋର୍ଡା ଥାନାରେ ପଚରାଉଚରା କରାଯାଇଛି
ପ୍ରକାଶ ପାଇଲା CBSE ଦଶମ ଓ ଦ୍ୱାଦଶ ଟର୍ମ-୧ ପରୀକ୍ଷାସୂଚୀ I ୯୦ ମିନିଟର ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ପଢ଼ିବାକୁ ୨୦ ମିନିଟ ମିଳିବ
କେହି କିଛି ଭାବିବା ଆଗରୁ ଚାଇନା ଦେଖାଇଲା ଶକ୍ତି। ଯାହାକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି ସବୁ ଦେଶ। ଅନ୍ତରୀକ୍ଷରେ ମହାବିନାଶକ ମିସାଇର ପରୀକ୍ଷଣ ନେଇ ପେଣ୍ଟାଗନ କୌଣସି ମନ୍ତବ୍ୟ ଦେଇ ନଥିବା ବେଳେ ତ୍ରାହି ତ୍ରାହି ଡାକ ଛାଡିଲାଣି ଦୁନିଆ...
ରୋଗରେ ଘାଣ୍ଟି ହେଉଛନ୍ତି ଦମ୍ପତି। ମୁଣ୍ଡ ଉପରେ ନାହିଁ ଛାତ କି ଚାଳଛପର। ଏଭଳି ପରିସ୍ଥିତିରେ ସ୍କୁଲ ଘର ପାଲଟିଛି ଆଶ୍ରୟସ୍ଥଳୀ। ଦୁଇ ବଢ଼ିଲା ଝିଅଙ୍କୁ ନେଇ ବଡ଼ ଅସହାୟ ଅବସ୍ଥାରେ ଶ୍ରେଣୀ ଗୃହରେ ଜୀବନ କାଟିବାକୁ ପଡୁଛି।
ଆଜି୨୦୨୧ ମସିହା, ଅକ୍ଟୋବର ମାସ, ୧୯ ତାରିଖ, ମଙ୍ଗଳବାର, ତୁଳା ୩ ଦିନ, ଆଶ୍ୱିନ ମାସର ୨୭ ଦିନ, ଶୁକ୍ଳପକ୍ଷ ଚତୁର୍ଦ୍ଦଶୀ ତିଥି, ଉତ୍ତର ଭାଦ୍ରପଦ ନକ୍ଷତ୍ର, ଜାଣନ୍ତୁ କେମିତି କଟିବ ଆଜି ଆପଣଙ୍କ ଦିନ...