/odishatv-khabar/media/post_attachments/uploadimage/library/16_9/16_9_0/IMAGE_1634916606.jpg)
imran-rekha
ନୂଆଦିଲ୍ଲୀ: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ବ୍ୟକ୍ତିଗତ ଜୀବନ ନେଇ ବେଶ ଚର୍ଚ୍ଚାରେ ରହିଥାନ୍ତି । କ୍ରିକେଟ ଖେଳୁଥିବା ବେଳୁ ହିଁ ତାଙ୍କର ‘ପ୍ଲେ ବଏ’ ପ୍ରତିଛବି ରହି ଆସିଛି । ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖାଙ୍କ ସହ ଇମ୍ରାନ ଖାନଙ୍କ ସମ୍ପର୍କ ଥିବା ନେଇ ବେଶ ଚର୍ଚ୍ଚା ଚାଲିଥିଲା । ଏହା ପଛରେ ଅନେକ କାହାଣୀ ରହିଥିବାର ଇମ୍ରାନ ପୂର୍ବରୁ ଏକ ଇଣ୍ଟରଭ୍ୟୁରେ କହିଛନ୍ତି । ଏହି ଇଣ୍ଟରଭ୍ୟୁରେ ଇମ୍ରାନ ଅନେକ ଆଶ୍ଚର୍ଯ୍ୟଜନକ କଥାର ଖୁଲାସା କରିଥିବାର ଶୁଣିବାକୁ ମିଳିଛି ।
ରେଖା ୭୦ ଏବଂ ୮୦ ଦଶକରେ ହିନ୍ଦୀ ସିନେମାର ଜଣେ ବହୁ ଚର୍ଚ୍ଚିତ ଅଭିନେତ୍ରୀ । ସେହି ସମୟରେ ପାକିସ୍ତାନ୍ କ୍ରିକେଟର ଇମ୍ରାନ ଖାନଙ୍କ ସହ ତାଙ୍କ ସମ୍ପର୍କ ଥିବାର ନେଇ ଚର୍ଚ୍ଚା ଜୋର ଧରିଥିଲା । ରେଖାଙ୍କ ସହ ଥିବା ସମ୍ପର୍କ ବିଷୟରେ ଇମ୍ରାନ ଖାନଙ୍କ ବକ୍ତବ୍ୟ ମଧ୍ୟ ପୁରୁଣା ପ୍ରବନ୍ଧରେ ଛପା ଯାଇଥିଲା । ଏଥିରେ ଇମ୍ରାନ କହିଥିଲେ ଯେ , ଅଭିନେତ୍ରୀ ରେଖାଙ୍କ ସହ ବିତାଇଥିବା ସମୟକୁ ସେ ବେଶ ପସନ୍ଦ କରିଛନ୍ତି । ରେଖାଙ୍କ ସହ କଟାଇଥିବା ସମୟକୁ ବେଶ ଆନନ୍ଦମୟ ଥିଲା । ସେ କୌଣସି ଫିଲ୍ମ ଅଭିନେତ୍ରୀକୁ ବିବାହ କରିବେନି ବୋଲି ମଧ୍ୟ ସ୍ପଷ୍ଟ କରିଥିଲେ ।
Also Read
ଇମ୍ରାନଙ୍କ ସହ ରେଖାଙ୍କ ସମ୍ପର୍କକୁ ସେ ସମୟରେ ‘ଷ୍ଟାର ନ୍ୟୁଜପେପର’ ରେ ମଧ୍ୟ ଛପାଯାଇଥିଲା । ସେଥିରେ ସ୍ପଷ୍ଟ ଲେଖାଇଥିଲା ଯେ, ରେଖା ପାକିସ୍ତାନୀ କ୍ରିକେଟରଙ୍କୁ ବିବାହ କରିବାକୁ ଯାଉଛନ୍ତି । କେବଳ ଏତିକି ନୁହେଁ ବରଂ ଏହି ବିବାହକୁ ନେଇ ରେଖାଙ୍କ ମା’ ବି ବେଶ ଖୁସି ଥିବାର ଲେଖାଇଥିଲା । ବିବାହ ନେଇ ଜ୍ୟୋତିଷ ଶାସ୍ତ୍ର ସହିତ କଥା ହୋଇଥିଲେ ଏବଂ ରାଶିଫଳ ମଧ୍ୟ ଦେଖାଇଥିବାର କୁହାଯାଇଥିଲା । ପ୍ରବନ୍ଧରୁ ଏହା ମଧ୍ୟ ସ୍ପଷ୍ଟ ଯେ ଏହି ସମ୍ପର୍କ ପାଇଁ ରେଖାଙ୍କ ପରିବାର ପକ୍ଷରୁ ସମସ୍ତେ ରାଜି ଥିଲେ । ଉଭୟଙ୍କୁ ବହୁବାର ସମୁଦ୍ରକୂଳରେ ବୁଲୁଥିବାର ମଧ୍ୟ ଦେଖାଯାଇଥିଲା ।
imran-rekha୧୯୯୨ ରେ ପାକିସ୍ତାନ କ୍ରିକେଟ ୱାର୍ଲ୍ଡକପ୍ ଜିତିବା ପରେ ଇମ୍ରାନ କ୍ରିକେଟରୁ ସନ୍ୟାସ ନେଇ ଯାଇଥିଲେ । ଏବେ ଯାଏଁ ମଧ୍ୟ ସେ ବିଶ୍ୱରେ ବେଶ ଚର୍ଚ୍ଚାରେ ରହୁଛନ୍ତି । ୨୦୧୮ ରେ ସେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଚୟନ ହୋଇଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)