ବହୁଦିନ ପରେ ଗୁଜରାଟରୁ ଫେରୁଥିଲେ ସ୍ୱାମୀ। ଘରେ ଅପେକ୍ଷା କରିଥିଲେ ପତ୍ନୀ ଓ ଦୁଇଝିଅ। ହେଲେ ଟ୍ରେନରେ ଜଗି ବସିଥିଲା ଯମ। ସ୍ଥିତି ଏମିତି ହେଲା ଯେ, ସ୍ୱାମୀଙ୍କ ମୃତଦେହ ମଧ୍ୟ ଦେଖି ପାରିଲେ ନାହିଁ ପତ୍ନୀ।
ବିବାହ ବନ୍ଧନରେ ବାନ୍ଧି ହେଲେ ବିଲିଓନେୟାର ବିଲ୍ଗେଟ୍ସଙ୍କ ଝିଅ । ମାଇକ୍ରୋସଫ୍ଟ କମ୍ପାନିର ମାଲିକ ବିଲ୍ଗେଟ୍ସ ଓ ତାଙ୍କ ପୂର୍ବ ପତ୍ନୀ ମେଲିଣ୍ଡା ଗେଟ୍ସଙ୍କ ବଡ ଝିଅ ଜେନିଫର୍ କ୍ୟାଥରିନ୍ ଗେଟ୍ସଙ୍କ ବିବାହ ସମ୍ପୂର୍ଣ୍ଣ ହୋଇଛି ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ ।
ଓଡିଶାରେ ବିଭିନ୍ନ ସ୍ଥାନରୁ ଜବତ ହେଉଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ । ଯେଉଁଠି ବି ଜବତ ହେଉଛି ଗଞ୍ଜେଇ, ଓଡିଶା ନାଁ ବାହାରୁଛି । କୋରାପୁଟଜିଲ୍ଲାରୁ ୩୯୯ କ୍ୱିଣ୍ଟାଲ, ମାଲକାନଗିରିରୁ ୧୬୯ କ୍ୱିଣ୍ଟାଲ, କନ୍ଧମାଳରୁ ୧୪୩ କ୍ୱିଣ୍ଟାଲ, ରାୟଗଡାରୁ ୧୩୧ କ୍ୱିଣ୍ଟାଲ, ଗଜପତିରୁ ୧୦୮ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରାଯାଇଛି...
ବେଶ୍ୟାବୃତ୍ତି ଉପରେ ଲାଗିଲା ପ୍ରତିବନ୍ଧକ । ଏଭଳି ଏକ ପଦକ୍ଷେପ ନେଇଛନ୍ତି ସ୍ପେନ୍ର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ । ସେ କହିଛନ୍ତି ଯେ ସ୍ପେନ୍ରୁ ସମ୍ପୂର୍ଣ୍ଣ ଭାବରେ ବେଶ୍ୟାବୃତ୍ତିକୁ ବନ୍ଦ କରାଯିବ । ଏହା ଦ୍ୱାରା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକା ଯାଇପାରିବ ବୋଲି କହିଛନ୍ତି ସାଞ୍ଚେଜ୍।
ଶେଷରେ ସମସ୍ତଙ୍କୁ ଜେରା କରି ଓ ଅନ୍ୟ ତଥ୍ୟପ୍ରମାଣ ଆଧାରରେ ମନୀଷ ମୃତ୍ୟୁର ଖୁଲାସା କରିଛି କମିଶନରେଟ ପୋଲିସ। ଗତ ୧୦ ତାରିଖରେ ପାତ୍ରପଡ଼ା ଗାଁ ପୋଖରୀରୁ ମନୀଷଙ୍କ ମୃତଦେହ ଉଦ୍ଧାର ହୋଇଥିଲା।
ବହୁଚର୍ଚ୍ଚିତ କଳାହାଣ୍ଡି ମହାଲିଙ୍ଗର ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ମାମଲାରେ ଅଟକ ଗୋବିନ୍ଦ ସାହୁ ଚମ୍ପଟ। ଟିଟିଲାଗଡ଼ ପୋଲିସ୍ ବାରାକରେ ଅଟକ ଥିବା ଗୋବିନ୍ଦ ଗତକାଲି ରାତିରେ ପୋଲିସ୍ ହେପାଜତରୁ ଫେରାର ହୋଇଛନ୍ତି। ହାତ ଧୋଇବାକୁ ଯାଇଥିବା କହି ସେ ପୋଲିସ୍ ବାରାକରୁ ଖସି ଯାଇଛନ୍ତି।
ଇଏ ଅଦୃଶ୍ୟ ଶକ୍ତିର ପ୍ରଭାବ କି ? ଭାଇ ଯାଉଥିଲେ କୁଆଡେ । ବାଟରେ ପଡିଲେ ବି ହାର୍ ମାନିନାହାନ୍ତି । ସେ ଛାଡିବା ଲୋକ ନୁହଁନ୍ତି । ଟିକିଏ ଚଢେଇ ଦେଲେ ଏମିତି ହୁଅନ୍ତି ।
୩୫ ବର୍ଷ ଧରି ସେ ନିଜର ଏକ ସ୍ୱତନ୍ତ୍ର ଦୁନିଆରେ ବଂଚୁଛନ୍ତି। ନିର୍ଜୀବ କାଠ ପଥର ଓ କାନଭାସ ସହ କଥା ହେଉଛନ୍ତି। ସେଇମାନଙ୍କ ଭିତରେ ଜୀବନ ଭରୁଛନ୍ତି। ଯୁବକ ଥିଲାବେଳେ, ଓଡ଼ିଶା ବିଧାନସଭା ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତି ଗଢ଼ିଥିବା ଶିଳ୍ପୀଗୋଷ୍ଠୀ ସହ ସେ ମଧ୍ୟ ଥିଲେ।...
ସାରା ବିଶ୍ୱକୁ ନିଜ ହାତମୁଠାରେ ରଖିବା ପାଇଁ ପ୍ରୟାସ ଜାରି ରଖିଛି ଚୀନ୍ । ଏହି କ୍ରମରେ ଦେଶକୁ ଆହୁରି ଶକ୍ତିଶାଳୀ କରିବା ପାଇଁ ଅତ୍ୟାଧୁନିକ ମିସାଇଲ୍ ପରୀକ୍ଷଣ କରିବାରେ ଲାଗିଛି । ନିକଟରେ ହାଇପରସୋନିକ୍ କ୍ରୁଜ୍ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି
ଯେଉଁ ବୟସରେ ପିଲାମାନେ ଖେଳ ଓ ମୋବାଇଲରେ ମାତିଥାନ୍ତି, ସେହି ବୟସରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଏହି ଦୁଇ କୁନି ପିଲା। ଏମାନେ ହେଲେ ଆମେରିକାରେ ଭାରତୀୟ ଭାଇ-ଭଉଣୀ ଇଶାନ୍ ଠକ୍କର ଓ ଅନନ୍ୟା ଠକ୍କର ।
ଓଡ଼ିଶାର କୋଣ ଅନୁକୋଣରୁ ଟିକିନିଖି ଖବର ଏବେ ଆପଣଙ୍କ ଟିପ ଆଗରେ । ୨୪
ନିଇତି ନୂଆ ରେକର୍ଡ କରୁଛି ନନଷ୍ଟପ୍ ପେଟ୍ରୋଲ-ଡିଜେଲ ଦର । ଜନତାଙ୍କ ଠୁ ଯାତ୍ରୀ ଯାଏଁ ସମସ୍ତଙ୍କୁ ଆକ୍ତାମାକ୍ତା କରୁଛି ମହଙ୍ଗା ତୈଳ ଦର । ସେମ୍ବେର ୨୮ରୁ ଆଜି ସୁଦ୍ଧା ପ୍ରାୟ ୨୦ ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା ୪ ଟଙ୍କା ୫୦ ପଇସା ଓ...
କୁଆଡେ ଗଲେ ମହାଲିଙ୍ଗ ସନସାଇନ୍ ଇଂଲିଶ ମିଡିୟମ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର? ୧୦ ଦିନ ବିତିଗଲା, ମିଳୁନି ଦିଦିଙ୍କ ପତ୍ତା । ୮ଦିନ ହେଲା, ୮ଟି ଟିମ୍ କରି କଳାହାଣ୍ଡି, ନୂଆପଡା, ବଲାଙ୍ଗିରରେ ଖୋଜୁଛି ପୋଲିସ । ତଥାପି ପୋଲିସ୍ ହାତରେ ଲାଗିପାରୁନି ଦିଦିଙ୍କ ଠିକଣା ।...
ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଘରେ ଭିଜିଲାନ୍ସ ରେଡ୍ I ୫ କୋଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉI ବ୍ରହ୍ମପୁର ଓ ଭୁବନେଶ୍ୱର ସହ ୧୫ଟି ସ୍ଥାନରେ ଏକକାଳୀନ ରେଡ୍ । ଟାଟା କଂପାନୀରେ ଚାକିରି କରାଇଦେବା ନାଁରେ ଠକେଇ ମାମଲାରେ ପ୍ରଦୀପ ପାଣିଗ୍ରାହୀ, ପୂର୍ବତନ ଆଇଏଫ୍ଏସ୍...
ଜନତାରୁ ଯାତ୍ରୀ, ସଭିଙ୍କୁ କଲବଲ କରୁଛି ମହଙ୍ଗା ତେଲI ପୁଣି ବସ୍ ଭଡ଼ା ବଢ଼ିବା ପରେ ଅସନ୍ତୋଷ ଝାଡ଼ିଲେ ଯାତ୍ରୀ I ବସ ମାଲିକ ସଂଘ କହିଲେ ଆମେ ଅସହାୟ । ପ୍ରତିଦିନ ତୈଳ ଦର ବୃଦ୍ଧିରେ ଲଗାମ ଲାଗୁନି । ବେହାଲ ହେଲେଣି ଯାତ୍ରୀ ।
ମୁଖ୍ୟମନ୍ତ୍ରୀ ବଘେଲଙ୍କ ସାଂଘାତିକ ଅଭିଯୋଗ I ଓଡ଼ିଶାରୁ ବ୍ୟାପକ ଚୋରାଚାଲାଣ ହେଉଛି ଗଂଜେଇI ପ୍ରୋତ୍ସାହନ ଦେଉଛନ୍ତି ଶାସକ ଦଳ ନେତା ଓ ପ୍ରସାଶନିକ ଅଧିକାରୀ ।
କଳାହାଣ୍ଡି ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ନିଖୋଜ ପଛରେ କିଏ? ସମ୍ପର୍କୀୟ ଭାଇ ଓ ଶିକ୍ଷୟିତ୍ରୀଙ୍କ ଫୋନ୍ କଲରୁ ମିଳିଛି ସାଂଘାତିକ ତଥ୍ୟI ଝିଅଙ୍କ ସହ ଶିକ୍ଷାନୁଷ୍ଠାନ ସଭାପତିଙ୍କର ଥିଲା ଅନୈତିକ ସମ୍ପର୍କ।
ମଙ୍ଗଳଦୀପ ଧୂପକାଠି କାରଖାନା ଓ ଗୋଦାମରେ ଏହି ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର କଞ୍ଚାମାଲ ପୋଡ଼ି ସମ୍ପୂର୍ଣ୍ଣ ନଷ୍ଟ। ଅଗ୍ନିକାଣ୍ଡର କାରଣ ଜଣାପଡ଼ନିଥିଲେ ବି ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ।
କେରଳରେ ବର୍ଷା ବିତ୍ପାତ। ଗତ କିଛି ଦିନ ଧରି ବର୍ଷା ଲାଗି ରହିଥିବାରୁ କେରଳରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ବର୍ଷା ଜନିତ କ୍ଷୟକ୍ଷତି ଯୋଗୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ନିଖୋଜ ଥିବା ସୂଚନା ମିଳିଛି।