Advertisment

ପୁଣି ଚୀନ୍‌କୁ ଫେରିଲା କରୋନା; ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ବହୁ ଦିନର ବ୍ୟବଧାନ ପରେ ଚୀନ୍‌କୁ ପୁଣି ଫେରୁଛି କରୋନା । କରୋନା ଋଷ ଏବଂ ଇଂଲଣ୍ଡ ସହିତ ଏବେ ଚାଇନାରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଗତକାଲି କୋଭିଡ ମାମଲା ସାମ୍ମାକୁ ଆସିବା ହେତୁ ଚୀନ୍‌ କର୍ତ୍ତୃପକ୍ଷ ପକ୍ଷରୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଛି ।

author-image
Otv Khabar Bureau
Flights Cancelled, Schools Closed as China Fights COVID-19 outbreak

Flights Cancelled, Schools Closed as China Fights COVID-19 outbreak

ବେଜିଂ: ବହୁ ଦିନର ବ୍ୟବଧାନ ପରେ ଚୀନ୍‌କୁ ପୁଣି ଫେରୁଛି କରୋନା । କରୋନା ଋଷ ଏବଂ ଇଂଲଣ୍ଡ ସହିତ ଏବେ ଚାଇନାରେ ମଧ୍ୟ ହଇଚଇ ସୃଷ୍ଟି କରିଛି । ଗତକାଲି କୋଭିଡ ମାମଲା ସାମ୍ମାକୁ ଆସିବା ହେତୁ ଚୀନ୍‌ କର୍ତ୍ତୃପକ୍ଷ ପକ୍ଷରୁ ସ୍କୁଲ ଗୁଡିକୁ ବନ୍ଦ କରିଦିଆଯାଇଛି । କେବଳ ଏତିକି ନୁହେଁ ବରଂ ଶତାଧିକ ବିମାନ ସେବାକୁ ମଧ୍ୟ ବାତିଲ କରାଯାଇଛି । ଚୀନ୍‌ର ସହରମାନଙ୍କରେ କରୋନା ନିୟମକୁ କଡାକଡି କରାଯାଇଥିବା ସହ ସଂକ୍ରମଣ ବ୍ୟାପିବା ସମ୍ଭାବନା ହେତୁ ଅଧିକ ସଂଖ୍ୟକ କୋଭିଡ୍‌ ଟେଷ୍ଟ କରାଯାଉଛି । ଚୀନ୍‌ରେ ଗତକାଲି ପର୍ଯ୍ୟନ୍ତ ୧୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ କରାଯାଇଛି ।

Advertisment

ଚୀନ୍ ସର୍ବଦା କୋଭିଡ୍‌ ନିୟମାବଳୀକୁ ପାଳନ କରିଆସୁଛି । ଯାହା କାରଣକୁ ଦେଶରେ ଦୃଢ ପଦକ୍ଷେପ ଗ୍ରହଣ କରି ଲକ୍‌ଡାଉନ୍‌ ତଥା କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଡାକଡି ଭାବରେ ପାଳନ କରିଆସିଛି । ଏମିତି କି ଅନ୍ୟ ଦେଶମାନେ କୋଭିଡ୍‌ କଟକଣାକୁ କ୍ରମାଗତ ଭାବରେ ହଟାଇ ଦେଉଥିଲେ ମଧ୍ୟ ଚୀନ୍‌ କଟକଣାକୁ ଜାରି ରଖିଥିଲା । ହେଲେ ବର୍ତ୍ତମାନ ଚୀନ୍‌ରେ ୧୩ ଟି ନୂଆ କରୋନା ପଜେଟିଭ୍‌ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣର ନୂଆ ମାମଲା ଚିହ୍ନଟ ପାଇଁ ଚୀନ୍‌ କର୍ତ୍ତୃପକ୍ଷ ଦେଶକୁ ଆସୁଥିବା ପର୍ଯ୍ୟଟକଙ୍କୁ ଦାୟୀ କରିଛନ୍ତି ।

Advertisment

ସୂଚନା ଅନୁସାରେ, ଚୀନ୍‌ରେ ଚିହ୍ନଟ ହୋଇଥିବା ନୂଆ ମାମଲା ଗୁଡ଼ିକ ମଧ୍ୟରୁ ଅଧିକାଂଶ ଉତ୍ତର ଏବଂ ଉତ୍ତର ପଶ୍ଚିମ ପ୍ରଦେଶ ପର୍ଯ୍ୟଟକଙ୍କ ଦ୍ୱାରା ହୋଇଥିବାର ରିପୋର୍ଟ ଦର୍ଶାଯାଇଛି। ଚୀନ୍‌ରେ ଆସୁଥିବା ନୂଆ ମାମଲା କେବଳ ଏକ ଦମ୍ପତିଙ୍କ ଦ୍ୱାରା ତଥା ତାଙ୍କ ଯୋଗାଯୋଗରୁ ହିଁ ବ୍ୟାପୁଥିବାର ଜଣାପଡିଛି । ଏହି ଦମ୍ପତି ଚୀନ୍‌ର ସାଂଘାଇ ସହରରୁ ଗାନସୁ ପ୍ରଦେଶର ସିଆନ୍ ଏବଂ ମୋଙ୍ଗୋଲିଆକୁ ଯାଇଥିଲେ । ଯାହା ପରେ ହିଁ କରୋନା ସଂକ୍ରମଣ ବ୍ୟାପିଥିଲା । ତେଣୁ ସେଠାକାର ସମସ୍ତ ପର୍ଯ୍ୟଟନସ୍ଥଳୀକୁ ବନ୍ଦ କରିଦିଆଯାଇଛି । ଏହାସହ ବହୁ ସଂଖ୍ୟକ କୋଭିଡ୍‌ ଟେଷ୍ଟ୍‌ ମଧ୍ୟ କରାଯାଉଛି । ଏହା ବ୍ୟତୀତ ପ୍ରଭାବିତ ଅଞ୍ଚଳରେ ଅବସ୍ଥିତ ଶିକ୍ଷାନୁଷ୍ଠାନ ସହ ସମସ୍ତ ମନୋରଞ୍ଜନ ସ୍ଥାନଗୁଡିକୁ ବନ୍ଦ କରିଦିଆଯାଇଛି ।

ଲୋକଙ୍କୁ ଘରେ ରହିବାକୁ ପରାମର୍ଶ

ଚୀନ୍‌ର ଲାଞ୍ଜ୍‌ହୁ ଭଳି ବିଭିନ୍ନ ସହରର ନାଗରିକମାନଙ୍କୁ ଅତ୍ୟାବଶ୍ୟକ ନହେବା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପରାମର୍ଶ ଦିଆଯାଇଛି । ଲାଞ୍ଜ୍‌ହୁର ଜନସଂଖ୍ୟା ପ୍ରାୟ ୪୦ ଲକ୍ଷ ରହିଥିବାବେଳେ ସେଠାକାର ଲୋକଙ୍କୁ ଯେକୌଣସି ଜରୁରୀ କ୍ଷେତ୍ରରେ କୋଭିଡ୍‌ ନେଗେଟିଭ୍ ରିପୋର୍ଟ ନେଇକି ଯିବାକୁ ଲାଗୁ କରାଯାଇଛି ପ୍ରଭାବିତ ଅଞ୍ଚଳର ବିମାନବନ୍ଦରରେ ଥିବା ଶତାଧିକ ବିମାନକୁ ବାତିଲ କରାଯାଇଛି । ସିଆନ୍ ଓ ଲାଞ୍ଜ୍‌ହୁରୁ ଉଡ଼ାଣ ଭରୁଥିବା ପ୍ରାୟ ୬୦ ପ୍ରତିଶତ ବିମାନକୁ ବାତିଲ କରାଯାଇଛି ।

China Corona Positive COVID Cases
Advertisment
Advertisment