• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

News Highlights

  • କ୍ଲବ୍‌ରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ 

  • ଜାଣନ୍ତୁ କ'ଣ ଏହି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ 

ଲଣ୍ଡନ: ନାଇଟ୍‌ କ୍ଲବରେ ମହିଳାଙ୍କୁ ଦିଆଯାଉଛି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ । ୟୁକେର ବିଭିନ୍ନ ସହରରୁ ଆସିଥିବା ରିପୋର୍ଟରୁ ଜଣାପଡିଛି ଯେ ନାଇଟ୍ କ୍ଲବ୍ ଏବଂ ପବ୍ ମାନଙ୍କରେ ମହିଳାମାନଙ୍କୁ ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦିଆଯାଉଛି । ଏନେଇ ନାଟିଂଘମ ଏବଂ ଏଡିନବର୍ଗର କିଛି ମହିଳାମାନେ ସୋସିଆଲ ମିଡିଆରେ ନିଜର ଅନୁଭୂତି ସେୟାର କରିଛନ୍ତି । ଏହି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ର ଶିକାର ହେଉଥିବା ମହିଳାଙ୍କୁ ବଞ୍ଚାଇବା ତଥା ଏହାକୁ ଚିହ୍ନଟ କରି ଖୁବ୍‌ ଶୀଘ୍ର ଏହା ଉପରେ ପ୍ରତିବନ୍ଧକ ଲଗାଇବାକୁ ମହିଳାମାନେ ଦାବି କରିଛନ୍ତି ।

‘ଡେଟ୍‌ ରେପ୍‌ ଡ୍ରଗ୍ସ’ ହେଉଛି ଏପରି ଏକ ପଦାର୍ଥ ଯାହା ଲୋକମାନଙ୍କୁ ନିଶା ତଥା ଅକ୍ଷମ କରିବା ପାଇଁ ବ୍ୟବହାର କରାଯାଇଥାଏ । ଫଳରେ ନିଶାସକ୍ତ ସମୟରେ ମହିଳାମାନଙ୍କ ସହ କୌଣସି ପ୍ରକାରର ନିର୍ଯ୍ୟାତନା ଦେଇଥିଲେ ମଧ୍ୟ ସେମାନେ ଜଣିପାରନ୍ତି ନାହିଁ । ଏହା ଦ୍ୱାରା ମହିଳା ମାନଙ୍କ ସହିତ ଯୌନ ନିର୍ଯାତନା, ଦୁଷ୍କର୍ମ ଆଦି ହେଉଥିବାର ଅଭିଯୋଗ ରହିଛି । ନାଇଟ୍‌ କ୍ଲବ୍‌କୁ ଯାଉଥିବା ମହିଳାମାନେ ଦାବି କରିଛନ୍ତି ଯେ, ସେମାନଙ୍କୁ ଅନେକ ଅଜଣା ବ୍ୟକ୍ତି ଆସି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦେଇଥାନ୍ତି ।

ନାଟିଂଘମରେ ଥିବା ଜଣେ ୧୯ ବର୍ଷ ବୟସ୍କା ଯୁବତୀ ଜାରା ଓଭେନଙ୍କୁ ମଧ୍ୟ ଏହିପରି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଦିଆଯାଇଥିଲା, ଯେଉଁ ଘଟଣାଟି ଗତ ସପ୍ତାହରେ ବେଶ୍‌ ଚର୍ଚ୍ଚାରେ ଥିଲା । ଉକ୍ତ ଯୁବତୀ ଜଣକ ଗତ ଅକ୍ଟୋବର ୧୧ ରେ ନିଜ ସାଙ୍ଗମାନଙ୍କ ସହିତ କ୍ଲବକୁ ଯାଇଥିଲେ। କ୍ଲବରେ ସେହି ନିଶା ଦ୍ରବ୍ୟ ସେବନ ପରେ ସେ ଏକୁଟିଆ ବାହାରକୁ ଯାଇଥିଲେ। ଏହି ସମୟ ମଧ୍ୟରେ ତାଙ୍କୁ ନିଶା ହୋଇଥିଲା । ନିଶା ହୋଇଥିବାବେଳେ ସେ କିଛି ବୁଝିପାରିନଥିଲେ ।

କେବଳ ଏତିକି ନୁହେଁ ସୋସିଆଲ୍‌ ମିଡିଆରେ ଏପରି ଅନେକ ମହିଳା ନିଜ ସହିତ ହୋଇଥିବା ଘଟୁଥିବା ଘଟଣାକୁ ସୋସିଆଲ୍‌ ମିଡିଆରେ ସେୟାର କରିଛନ୍ତି । ନାଟିଂଘମର ନାଇଟ୍ କ୍ଲବ୍‌ରେ ହେଉଥିବା ଘଟଣା ବିଷୟରେ ଜାଣି ସ୍ଥାନୀୟ ମନ୍ତ୍ରୀ ସତର୍କତା ଅବଲମ୍ୱନ କରିବା ନେଇ ପାଇଁ ପରାମର୍ଶ ଦେଇଛନ୍ତି । ବିସିସିଆଇ ଅନୁଯାୟୀ, ନାଟିଂଘମର ପୋଲିସ କହିଛି ଯେ, ଏହି ଘଟଣାରେ ତଦନ୍ତ କରାଯାଉଛି । ୨୦ ବର୍ଷିୟ ଯୁବତୀଙ୍କୁ ଡ୍ରଗ୍ସ ଦେଇଥିବା ଅଭିଯୋଗରେ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା ହେଲେ ପରେ ତାଙ୍କୁ ଜାମିନରେ ମୁକ୍ତ କରାଯାଇଥିଲା। ବର୍ତ୍ତମାନ ପର୍ଯ୍ୟନ୍ତ ଘଟଣାଟିର ତଦନ୍ତ ଜାରି ରହିଛି ।

କ’ଣ ଏହି ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ?

‘ଡେଟ୍‌ ରେପ୍‌ ଡ୍ରଗ୍ସ’ ହେଉଛି ଏକ ପ୍ରକାରର ଔଷଧ, ନାଇଟ୍ କ୍ଲବ୍ ଏବଂ ପାର୍ଟୀ ଆଦିରେ ବ୍ୟବହୃତ କରାଯାଇଥାଏ । ପଶୁ ଅସ୍ତ୍ରୋପଚାର ସମୟରେ ଏହା ଏକ ପ୍ରକାର ଆନାସ୍ଥେସିଆ (ସେଡେସନ୍)ଭାବରେ ବ୍ୟବହାର କରାଯାଏ । କେଟାମାଇନ୍ ପରି, ରୋପିନୋଲ୍, ମାଡମା ଏବଂ ମିଥାମଫେଟାମାଇନ୍ ମଧ୍ୟ ‘ଡେଟ୍‌ ରେପ୍‌ ଡ୍ରଗ୍ସ’ ଔଷଧ ଭାବରେ ବ୍ୟବହୃତ କରାଯାଏ