• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନୂଆଦିଲ୍ଲୀ: ଅନନ୍ୟାଙ୍କୁ ପୁଣି ସମନ୍ । ମୁମ୍ବାଇ କ୍ରୁଜ୍ ଡ୍ରଗସ୍‌ ମାମଲାରେ ବଲିଉଡ୍ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କୁ ଆଜି ୪ ଘଣ୍ଟା ଜେରା କରିଛି ଏନସିବି । ଆର୍ୟନଙ୍କ ସହ ଡ୍ରଗ୍ସ ଲିଙ୍କ ନେଇ ଅନନ୍ୟାଙ୍କୁ ମାରାଥନ ଜେରା କରିଥିଲେ NCB ଅଧିକାରୀ । ତେବେ ଜେରା ବେଳେ ଅନନ୍ୟା ଡ୍ରଗସ ଯୋଗାଣ କିମ୍ବା ବ୍ୟବହାର ଅଭିଯୋଗକୁ ଅସ୍ୱୀକାର କରିଥିବାର ସୂଚନା ମିଳିଛି । ତେବେ ଆସନ୍ତା ସୋମବାର ପୁଣି ଥରେ ହାଜର ହେବାକୁ ଅନନ୍ୟାଙ୍କୁ ଜାରି ହୋଇଛି ସମନ । ଗତକାଲି ମଧ୍ୟ ତାଙ୍କୁ ୨ ଘଣ୍ଟା ଜେରା କରାଯାଇଥିଲା । ଏହି ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ଫୋନରୁ ମିଳିଥିବା ହ୍ବାଟସ ଆପ୍ ଚାଟ୍ ଆଧାରରେ ଅନନ୍ୟାଙ୍କୁ ପଚରାଉଚରା କରୁଛି NCB ।

ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କୁ ନିଶା ଦ୍ରବ୍ୟ କିଣିବାରେ ଅନନ୍ୟା ସାହାଯ୍ୟ କରିଥିବା ଏହି ଚାଟ୍‌ରେ ଦର୍ଶାଯାଇଥିଲା । ଅନନ୍ୟା ଆର୍ୟନଙ୍କୁ ଜଣେ ଡ୍ରଗ ଡିଲରର ନମ୍ବର ଦେଇଥିବା ଚାଟ୍‌ରୁ ଜଣାପଡିଥିଲା ବୋଲି ଏନସିବି ସୂତ୍ରରୁ ପ୍ରକାଶ ପାଇଛି । ସୂତ୍ରରୁ ପ୍ରକାଶ ଯେ ଅନନ୍ୟା ପାଣ୍ଡେଙ୍କୁ ଚାଟ୍ ଉପରେ ପ୍ରଶ୍ନ ପଚରାଯାଇଥିଲା, କିନ୍ତୁ ଅନନ୍ୟା ଏହି ଖବରକୁ ଖଣ୍ଡନ କରିଥିବା ଜଣାପଡିଛି ।

ଗତକାଲି ବାପା ଚଙ୍କି ପାଣ୍ଡେଙ୍କ ସହ ଏନସିବି ନିକଟରେ ହାଜର ହୋଇଥିଲେ ଅନନ୍ୟା । ଏନସିବି ଅଧିକାରୀ ତାଙ୍କୁ ପାଖାପାଖି ୩ ଘଣ୍ଟା ଧରି ଜେରା କରିଥିଲେ । ଅନନ୍ୟାଙ୍କ ଲାପଟପ୍ ଓ ମୋବାଇଲ୍ ସିଜ୍ କରିଥିଲା ଏନସିବି । ଗତକାଲି ତାଙ୍କ ଘରେ ରେଡ୍ ସମୟରେ ବି ଏନସିବି ଟିମ୍ କମ୍ପ୍ୟୁଟର ହାର୍ଡ ଡ୍ରାଇଭ ଓ ପେନ୍ ଡ୍ରାଇଭ୍ ଜବତ କରିଥିବା ଜଣାପଡିଥିଲା । ଆର୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ଡ୍ରଗ୍ସ ବାବଦରେ ହୋଇଥିବା କିଛି ମୋବାଇଲ୍ ଚାଟ୍ ଏନସିବି ହାତରେ ଲାଗିଛି । ଯାହାକୁ ତଦନ୍ତ ପରିସରକୁ ନିଆଯାଇଛି ।

ଦିନକୁ ଦିନ ତେଜୁଛି ମୁମ୍ବାଇ ଡ୍ରଗ୍ସ ମାମଲା । ଯାହା ଚର୍ଚ୍ଚା ହେଉଥିଲା ତାହା ସତ ପ୍ରମାଣିତ ହେଲା । ମନ୍ନତରେ କାଲି ପହଞ୍ଚିଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB)। ମନ୍ନତରେ ପହଞ୍ଚି ଶାହରୁଖ୍ ଖାନଙ୍କୁ ଭେଟିଥିଲା NCB ଟିମ୍ । ଆର୍ୟନ ଖାନ୍ ଗିରଫ ମାମଲାରେ ଶାହରୁଖଙ୍କ ସହ କଥା ହୋଇଥିଲା ତଦନ୍ତକାରୀ ସଂସ୍ଥା । ତେବେ ଏହା ରେଡ୍ ନୁହେଁ ବରଂ କେବଳ ଆଲୋଚନା ଥିଲା ବୋଲି ସୂଚନା ମିଳିଛି ।