କଟକ SCBର ସଂପ୍ରସାରଣ ଲାଗି ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି.. ଆଜି ରାଣୀହାଟ କେନାଲ ରୋଡ୍ର ପୋଲଠୁ SCB ପର୍ଯ୍ୟନ୍ତ ଉଚ୍ଛେଦ କରାଯାଉଛି.. କେନାଲ ରୋଡର ପୋଲଠୁ SCB ମଧ୍ୟରେ ୩୦ ଦୋକାନକୁ ଉଚ୍ଛେଦ କରାଯିବ.. ଏନେଇ ଦୋକାନୀଙ୍କ ପ୍ରତିକ୍ରିୟା ଶୁଣନ୍ତୁ..
ବୁର୍ଲା ଭୀମସାରରେ ଆଉ ୪ ଛାତ୍ର କୋଭିଡ୍ ପଜିଟିଭ ଚିହ୍ନଟ । ଏହି ୪ ଛାତ୍ରଙ୍କ ସହ ଭୀମସାରରେ ମୋଟ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟ ୬୪ରେ ପହଞ୍ଚିଛି ।
ଜୀବିକା ପାଇଁ ସଂଘର୍ଷ। ରାସ୍ତା ସଂପ୍ରସାରଣ ବେଳେ ଦୋକାନ ହରାଇଥିଲେ। ପ୍ରତିଶ୍ରୁତି ମିଳିଥିଲା ଶୀଘ୍ର ଅନ୍ଯ ସ୍ଥାନରେ ମିଳିବ ଦୋକାନ। କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଖତ ଖାଉଛି ଭଦ୍ରକ ତିହିଡ଼ି ଖାଙ୍କିହାଟ ମାର୍କେଟ୍ କଂପ୍ଲେସ୍। ଦେଖନ୍ତୁ ଏ ରିପୋର୍ଟ। .
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଭୁବନେଶ୍ୱର କୋର୍ଟ ପରିଦର୍ଶନ । ଭୁବନେଶ୍ୱର କୋର୍ଟର ସମସ୍ୟା ଆବଶ୍ୟକତା ସମ୍ପର୍କରେ ଅବଗତ କରାଗଲା ।
ପୁଣି ଜବତ ହେଲା ବ୍ରାଉନସୁଗର । ବାଲେଶ୍ୱର ଜଳେଶ୍ୱର ଅଂଚଳରୁ ୪୦ ଲକ୍ଷର ବ୍ରାଉନ୍ ସୁଗାର ଜବତ,ଜଣକୁ ଗିରଫ କରିଛି ପୋଲିସ ।
ସମ୍ବାବ୍ୟ ବାତ୍ୟା ଓ ଲଘୁଚାପ ଜନିତ ବର୍ଷା ନେଇ ଚାଷୀଙ୍କ ମନରେ ପଶିଛି ଛନକା । ଧାନ ଚାଷ ବର୍ତ୍ତମାନ ଅମଳ ହୋଇନଥିବାରୁ ଚାଷୀଙ୍କୁ ଚିନ୍ତା ଘାରିଛି । ବର୍ଷାରୁ ଧାନ ଚାଷ ଉଜୁଡି ଯିବା ନେଇ ଆଶଙ୍କା କରିଛି ଚାଷୀ । କେନ୍ଦ୍ରାପଡାରୁ ଏ ନେଇ ଚାଷୀଙ୍କ...
କୋଭିଡ୍ ପରେ ଏବେ ନୂଆ ଭ୍ୟାରିଆଣ୍ଟ ଓମିକ୍ରନର ଭୟ । ଯାହାକୁ ନେଇ ପରୀକ୍ଷା ନିରୀକ୍ଷା ଚାଲିଛି । ଓମିକ୍ରନ ବାବଦରେ ଏବେ ଯାଏଁ ନିର୍ଦ୍ଦିଷ୍ଟ ତଥ୍ୟ ମିଳିନଥିବା ବେଳେ ଆମକୁ ସତର୍କ ରହିବାକୁ ହେବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।
ପନିପରିବା ଓ ଫଳରେ ଆର୍ଟ କରି ଚର୍ଚ୍ଚାରେ ଯୁବକ । ଜାପାନର ଜଣେ କଳାକାର ଗାକୁ ଫଳ ଓ ପନିପରିବାରେ ଭଳିକି ଭଳି ନିଆରା କଳାକୃତି କରି ଚର୍ଚ୍ଚାର ବିଷୟ ପାଲଟିଛନ୍ତି । ଗାକୁ ଫଳ ଏବଂ ପରିବାରେ ନିଜ ଚମତ୍କାର ଚିତ୍ରକଳା କରନ୍ତି ଯାହାକୁ ଦେଖିଲେ ଆପଣ...
କନଷ୍ଟେବଲଙ୍କ ଘରେ ଭିଜିଲାନ୍ସ ରେଡ୍। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କନଷ୍ଟେବଲଙ୍କ ଘରେ ଏହି ରେଡ୍ ହୋଇଛି । ବ୍ରହ୍ମପୁର ପୋଲିସ କନଷ୍ଟେବଲ ସୁଦର୍ଶନ ପ୍ରଧାନଙ୍କ ଘରେ ଭିଜିଲାନ୍ସ ରେଡ୍ ।
ହାତୀ ଆକ୍ରମଣରେ ଜଣେ ଚାଷୀଙ୍କ ମୃତ । ସକାଳୁ ଧାନ ଅମଳ ପାଇଁ ଜମିକୁ ଯାଉଥିଲେ ବେଳେ ଘଟିଛି ଏହି ଅଘଟଣ । ବଲାଙ୍ଗିର ଲୋଇସିଂହା ଅଂଚଳର ଭାଳୁପାଲି ଗାଁରେ ଦେଖନ୍ତୁ ଏହି ରିପୋର୍ଟ ।
ତାମିଲନାଡ଼ୁରେ ପୁଣି ବର୍ଷା ବିତ୍ପାତ । ଅନେକ ତଳିଆ ଅଂଚଳ ଜଳବନ୍ଦୀ । ରାସ୍ତାରେ ଚାଲୁଛି ଡଙ୍ଗା । ଦେଖନ୍ତୁ ଏହି ଭିଡିଓ ।
ରାଜ୍ୟର ବିଭିନ୍ନ ଅଞ୍ଚଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । କନ୍ଧମାଳରେ ଅସହ୍ୟ ଜାଡ ଅନୁଭୂତ ହେଉଛି । ଶୀତ ବଢିବା ପରେ ଦାରିଙ୍ଗବାଡ଼ିକୁ ପର୍ଯ୍ୟଟକଙ୍କ ଆଗମନ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଲାଣି।
ବାଲେଶ୍ୱର ଭୋଗରାଇ ସ୍ଥିତ ବାବା ଚନ୍ଦନେଶ୍ୱର ପୀଠ ସମ୍ମୁଖ ବଜାରରେ ଭୟାବହ ଅଗ୍ନିକାଣ୍ଡ। ଅଗ୍ନିକାଣ୍ଡରେ ୧୦ ଦୋକାନ ଘର ପୋଡ଼ି ପାଉଁଶ ହୋଇଯାଇଛି । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଯାଜପୁରର ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାରଙ୍କୁ ଆକ୍ରମଣ ଧମକ । ଏନେଇ ଥାନାରେ ଏତଲା ହୋଇଛି । କିଏ ଓ କାହିଁକି ନନ୍ଦ ସାରଙ୍କୁ ଧମକ ଦେଇଚି ଏହାର ପୁରା ଖବର ଜାଣନ୍ତୁ ଏହି ଭିଡିଓରେ ।
ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ ହାତୀ ମୃତଦେହ ଠାବ। ମୃତ ହାତୀର ବୟସ ପ୍ରାୟ ୪୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ହାତୀର ମୃତ୍ୟୁ କେମିତି ହେଲା ସେ ନେଇ ଦେଖନ୍ତୁ ଏ ଭିଡିଓ
କବରାପାଲି ପଂଚାୟତ ଆଗରେ ଚାପା ଉତ୍ତେଜନା । ପିସି କାରବାର ଓ ଅନିୟମିତତା ଅଭିଯୋଗରେ ପଞ୍ଚାୟତ ଅଫିସ ଘେରିଲେ ସ୍ଥାନୀୟ ବାସିନ୍ଦା । ସରପଞ୍ଚ ଓ ଠିକାଦାରଙ୍କ ଅଡିଓ ଭାଇରାଲ ।
କାଦୁଅ ମାଟିରେ ତିଆରି ହେଲା ୨ ମହଲା ମାଟି ଘର। ମାତ୍ର କେଇ ଲକ୍ଷ ଖର୍ଚ୍ଚ କରି ଏ ଦମ୍ପତି ତିଆରି କରିଛନ୍ତି ନୂଆ ଘର। ଭିତର ଦେଖିଲେ ଆପଣଙ୍କର ଉଡ଼ିଯିବ ହୋସ୍।
ଆଜି ସଂସଦର ଶୀତ ଅଧିବେଶନ । ଆସିପାରେ କୃଷି ଆଇନ ଉଚ୍ଛେଦ ବିଲ୍ । ସେପଟେ ରାଜ୍ୟରେ ବିଧାନସଭାରେ ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଛନ୍ତି ।
ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୯ତାରିଖ, ସୋମବାର, ବିଛା୧୪ ଦିନ, ମାର୍ଗଶୀରମାସ, କୃଷ୍ଣପକ୍ଷ,ଦଶମୀତିଥି, ଉତ୍ତରାଫାଲଗୁନୀ ନକ୍ଷତ୍ର, କନ୍ୟାରାଶିରେ ଚନ୍ଦ୍ର, ମିଥୁନ ରାଶିର ଘାତବାର,ବୃଷ ରାଶିର ଘାତଚନ୍ଦ୍ର,କଳମଶାଗ ନ ଖାଇଲେ ଭଲ । ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...
ଆଜି ୨୦୨୧ ମସିହା, ନଭେମ୍ବର ମାସ ୨୯ ତାରିଖ, ସୋମବାର, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ ଓ କ’ଣ ରହିଛି ଆପଣଙ୍କ ରାଶିରେ...