Advertisment

ରିଲିଜ୍ ହେଲା ଦେଶପ୍ରେମ ଉପରେ ଆଧାରିତ ଫିଲ୍ମ ‘83’

ବହୁଦିନର ଅପେକ୍ଷା ପରେ ରିଲିଜ୍‌ ହେଲା ଫିଲ୍ମ ‘83’ ର ଟ୍ରେଲର। ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମଟି ସମ୍ପୂର୍ଣ୍ଣ ଦେଶପ୍ରେମରେ ପରିପୂର୍ଣ୍ଣ ।

author-image
Otv Khabar Bureau
undefined

83 Trailor Release

ମୁମ୍ବାଇ: ବହୁଦିନର ଅପେକ୍ଷା ପରେ ରିଲିଜ୍‌ ହେଲା ଫିଲ୍ମ ‘83’ ର ଟ୍ରେଲର। ଆଜି ସକାଳେ ଫିଲ୍ମର ନିର୍ଦ୍ଦେଶକ କବୀର ଖାନ୍ ଫିଲ୍ମର ୩ ମିନିଟ୍ ୪୯ ସେକେଣ୍ତର ଟ୍ରେଲର ରିଲିଜ୍ କରିଛନ୍ତି । ଭାରତର ପ୍ରଥମ କ୍ରିକେଟ ବିଶ୍ୱକପ୍ ବିଜୟ ଉପରେ ଫିଲ୍ମଟି ଆଧାରିତ ବୋଲି ଟ୍ରେଲରରେ ଦେଖିବାକୁ ମିଳିଛି। ଫିଲ୍ମଟି ସମ୍ପୂର୍ଣ୍ଣ ଦେଶପ୍ରେମରେ ପରିପୂର୍ଣ୍ଣ । ଫିଲ୍ମରେ ରଣବୀରଙ୍କ ଦମଦାର ଅଭିନୟରେ ପ୍ରଶଂସକ ବେଶ ଇତ୍ସାହିତ ରହିଛନ୍ତି ।

Advertisment

ଏହି ଫିଲ୍ମରେ ବଲିଉଡର ସେନସେସନ୍ ଦମ୍ପତି ରଣବୀର ଓ ଦୀପିକା ଦମଦାର ଅଭିନୟ କରୁଥିବାର ଦେଖିବାକୁ ମିଳିଛି । ଫିଲ୍ମ ପ୍ରଯୋଜକ ସାଜିଦ୍ ନାଦିଆଦ୍‌ୱାଲାଙ୍କ ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ୍ । ପୂର୍ବରୁ କବୀର ଖାନ୍‌ ବଜରଂଗୀ ଭାଇଜାନ୍ ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇ ସାରିଛନ୍ତି। ଫିଲ୍ମର ଟ୍ରେଲର ଦେଖିବା ପରେ ପ୍ରଶଂସକଙ୍କର ପ୍ରଶଂସାର ସୁଅ ଛୁଟି ଆସିଛି।

୩ ମିନିଟ ୪୯ ସେକେଣ୍ଡର ଏହି ଟ୍ରେଲର ଦେଖିବା ମାତ୍ରେ ସମସ୍ତଙ୍କ ମୁଣ୍ଡ ଗର୍ବରେ ଉଚ୍ଚରେ ରହିବ ବୋଲି ଆଶା କରାଯାଉଛି । ଟ୍ରେଲରରେ ଦେଖିବାକୁ ମିଳିଛି ଯେ ଭାରତୀୟ ଖେଳାଳିମାନେ ଦେଶର ସମ୍ମାନ ଏବଂ ଗର୍ବ ବଢାଇବା ପାଇଁ ବିଦେଶୀ ମାଟିରେ କେତେ ପରିଶ୍ରମ କରିଛନ୍ତି । ଟ୍ରେଲର ଦେଖି ପ୍ରଶଂସକମାନେ ଫିଲ୍ମଟି ହିଟ୍ ବୋଲି କହିସାରିଲେଣି । ପ୍ରଶଂସକମାନେ କହୁଛନ୍ତି ଯେ 'ଧୋନି' ପରେ ଏହି ଚଳଚ୍ଚିତ୍ରଟି ଲୋକଙ୍କ ହୃଦୟକୁ ବେଶ ଛୁଇଁବ ।

Advertisment

୧୯୮୩ କ୍ରିକେଟ୍ ବିଶ୍ୱକପରେ ଭାରତର ବିଜୟର କାହାଣୀ ଉପରେ ରଣଭୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମଟି ଆଧାରିତ। କପିଲ ଦେବ ସେହି ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ଥିଲେ। ରଣଭୀର ସିଂହ ଏବଂ ଦୀପିକା ପାଦୁକୋନଙ୍କ ଏହି ଫିଲ୍ମ ୨୪ ଡିସେମ୍ବର ୨୦୨୧ ରେ ବଡ ପରଦାରେ ମୁକ୍ତିଲାଭ କରିବ ।

ବିବାହ ପରେ ରଣବୀର ଓ ଦୀପିକାଙ୍କ ଏହା ପ୍ରଥମ ଫିଲ୍ମ, ଯେଉଁଥିରେ ଉଭୟ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳିଛି। ଫିଲ୍ମରେ ରଣବୀର ଭାରତର ପୂର୍ବତନ ଅଧିନାୟକ କପିଲ୍ ଦେବଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି । ସେମାନଙ୍କ ବ୍ୟତୀତ ଫିଲ୍ମରେ ତାହିର ରାଜ ଭାସିନ, ଜୀଭା, ସାକିବ ସଲିମ, ଜଟିନ୍ ସରନା, ଚିରାଗ ପାଟିଲ, ଡିଙ୍କାର ଶର୍ମା, ନିଶାନ୍ତ ଦାହିଆ, ହାର୍ଦ୍ଦିକ ସାନ୍ଧୁ, ସାହିଲ ଖଟ୍ଟର, ଆମି ଭିର୍କ, ଆଦିନଥ କୋଥାରେ, ଧୈର୍ଯ୍ୟ କାରଭା, ଆର ବଦ୍ରି ଏବଂ ପଙ୍କଜ ତ୍ରିପାଠୀ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ଦୀପିକା ପାଦୁକୋନ କପିଲ ଦେବଙ୍କ ପତ୍ନୀ ରୋମି ଭାଟିଆ ଭୂମିକାରେ ଅଭିନୟ କରିଛନ୍ତି।

Bollywood 83 Trailor
Advertisment
Advertisment