Advertisment

ନିଆରା ବିବାହ କାର୍ଡ; କାର୍ଡରେ ଆଇନର ତର୍ଜମା କରିଛନ୍ତି ଓକିଲ ବର

ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଆସାମର ଜଣେ ଓକିଲ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେବା ସହ ଲୋକମାନେ କାର୍ଡକୁ ପଢିବା ପାଇଁ ବେଶ୍ ଆଗ୍ରହ ପ୍ରକାଶ କରୁଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Lawyer's unique Constitution-themed wedding card goes viral, leaves netizens amused

Lawyer's unique Constitution-themed wedding card goes viral, leaves netizens amused

ଦିସପୁର: ଦମ୍ପତିଙ୍କ ନିଆରା ବାହାଘର କାର୍ଡ । ଗତ କିଛି ଦିନ ହେଲାଣି ବିବାହ ଋତୁ ଚାଲିଛି । ଏହି ସମୟରେ ବାହାଘର ସମୟର ନୃତ୍ୟ ତଥା ଅନ୍ୟାନ୍ୟ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଗୋଟେ ବିବାହ ପାଇଁ ପରିବାର ଲୋକେ ଉତ୍ସାହିତ ଥାଆନ୍ତି ।  ବର କନ୍ୟା ବି ବହୁତ କଥା ଭାବିଥାଆନ୍ତି । ପ୍ରତ୍ୟେକ ଦମ୍ପତି ନିଜ ବିବାହକୁ ସ୍ୱତନ୍ତ୍ର ଏବଂ ସ୍ମରଣୀୟ କରିବା ପାଇଁ କିଛି ନା କିଛି ଭିନ୍ନ ପଦ୍ଧତି ଅବଲମ୍ବନ କରନ୍ତି ।  ବିବାହର ପ୍ରସ୍ତୁତି ଜୋରସୋରରେ ଜାରି ରଖନ୍ତି । କେବଳ ଏତିକି ନୁହେଁ, କିଛି ନୂଆ କରିବା ଚକ୍କରରେ କେହି କେହି ନିଜ ବିବାହ କାର୍ଡକୁ ନୂଆ ଭାବେ  କରିବା ପାଇଁ ଆକର୍ଷଣୀୟ ପ୍ରିଣ୍ଟ୍ କରୁଛନ୍ତି ।   

Advertisment

ଠିକ୍‌ ସେହିପରି ଏକ ନିଆରା ବିବାହ କାର୍ଡ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଲେଖାକୁ ନେଇ ଏଇ କାର୍ଡଟି ଭିନ୍ନ ହୋଇଛି ।ବର୍ତ୍ତମାନ ସମୟରେ  ସମୟ ସହ ତାଳ ଦେଇ ଚାଲିବାର ଏକ ବିଶେଷ ଉଦାହରଣ ଅଟେ । ଆସାମର ଜଣେ ଓକିଲ ନିଜ ବିବାହର ଏକ ନିଆରା କାର୍ଡ ଛପାଇଛନ୍ତି । ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହେଉଛନ୍ତି । ଲୋକମାନେ କାର୍ଡକୁ ପଢିବା ପାଇଁ ସେତିକି ଆଗ୍ରହୀ ମଧ୍ୟ ଅଛନ୍ତି । ଅନେକ ଲୋକ ଏହାକୁ ପଢି ବହୁତ ଉପଭୋଗ କରୁଛନ୍ତି । କାରଣ ଉକ୍ତ ବିବାହ କାର୍ଡଟି କୌଣସି ସାଧାରଣ କାର୍ଡ ଭଳି ନୁହେଁ ।

ଏହି ବିବାହ କାର୍ଡକୁ ଭାରତୀୟ ସମ୍ବିଧାନର ବିଷୟବସ୍ତୁ ଉପରେ ରଖାଯାଇଛି । ସାଧାରଣତ ଆପଣ ନିଶ୍ଚୟ ଦେଖିଥିବେ ଯେ ବିବାହ କାର୍ଡରେ ଅତିଥିମାନେ ବିବାହ ଉତ୍ସବରେ ଯୋଗଦେବାକୁ ଆବେଦନ କରନ୍ତି, କିନ୍ତୁ ଏହି କାର୍ଡରେ ଏହା ସମ୍ପୂର୍ଣ୍ଣ ବିପରୀତ ଅଟେ । ଯାହା କାରଣରୁ କାର୍ଡଟି ସୋସିଆଲ୍‌ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

Advertisment

ସୂଚନା ଅନୁସାରେ, ଓକିଲ ଜଣକ ନିଜ ବିବାହକୁ ଭିନ୍ନ ଏବଂ ସ୍ମରଣୀୟ କରିବା ପାଇଁ ସମ୍ବିଧାନ ଥିମ୍ ସହ ଏହି ବିବାହ ନିମନ୍ତ୍ରଣ ପତ୍ର ଛାପିଛନ୍ତି । କାର୍ଡରେ ବିବାହ ସମ୍ବନ୍ଧୀୟ ନିୟମ ଓ ଅଧିକାରମାନ ଲେଖାଯାଇଛି । ଏହାସହ କାର୍ଡରେ ଏକ ନ୍ୟାୟ ତରାଜୁର ଚିତ୍ର ମଧ୍ୟ ଅଛି ଯାହାର ଉଭୟ ପାର୍ଶ୍ୱରେ ବର ଓ କନ୍ୟାର ନାମ ଲେଖାଯାଇଛି ।

Lawyer's unique Constitution-themed wedding card goes viral, leaves netizens amused(ନିଆରା ବିବାହ କାର୍ଡ)

ଏହି କାର୍ଡରେ ଲେଖାଯାଇଛି ଯେ, 'ବିବାହର ଅଧିକାର ହେଉଛି ଭାରତୀୟ ସମ୍ବିଧାନର ଧାରା ୨୧ ଅନୁଯାୟୀ ଜୀବନ ଧାରଣ କରିବାର ଏକ ଉପାଦାନ। ଏହି ମୌଳିକ ଅଧିକାରକୁ ବ୍ୟବହାର କରିବାର ସମୟ ହେଉଛି ୨୮ ନଭେମ୍ବର ୨୦୨୧ ରବିବାର । ' କାର୍ଡରେ ଆହୁରି ମଧ୍ୟ, ଲେଖାଯାଇଛି ଯେ, 'ମୁଁ ତୁମ ସମସ୍ତଙ୍କୁ ନିବେଦନ କରୁଛି ଯେ ଧାରା ୧୯ (i) (B) (ଶାନ୍ତିପୂର୍ଣ୍ଣ ଭାବରେ ଏବଂ ବିନା ଅସ୍ତ୍ରଶସ୍ତ୍ରରେ ଏକତ୍ରିକ ହେବାର ଅଧିକାର) ଅଧୀନରେ ଉପସ୍ଥିତ ରୁହନ୍ତୁ ।

କେବଳ ଏତିକି ନୁହେଁ କାର୍ଡରେ ଏହା ମଧ୍ୟ ଲେଖାଯାଇଛି, ଓକିଲମାନେ ଯେତେବେଳେ ବିବାହ କରନ୍ତି, ସେତେବେଳେ ସେମାନେ କେବଳ ବିବାହ ପାଇଁ ହଁ କହି ନଥାନ୍ତି ବରଂ ବିବାହର ନିୟମ ଓ ସର୍ତ୍ତକୁ ମଧ୍ୟ ସ୍ୱୀକାର କରିବା ସହ ମାନିଥାନ୍ତି ।

ବର୍ତ୍ତମାନ ଏହି ଅନନ୍ୟ ବିବାହ କାର୍ଡର ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଲୋକମାନେ ଏହି କାର୍ଡକୁ ପଢି ବେଶ୍ ଉପଭୋଗ କରୁଛନ୍ତି ।

Unique Constitution Lawyer Themed Wedding Card
Advertisment
Advertisment