ଆକ୍ରାନ୍ତଙ୍କ ସାମାନ୍ୟ ଲକ୍ଷଣ ରହୁଛି ଏବଂ ମୃତ୍ୟୁ, ହସ୍ପିଟାଲାଇଜେସନ ଓ ICUର ଆବଶ୍ୟକତା ବି କମ୍ ରହୁଛି।
କୌଣସି ପ୍ରକାର ରୋଡ୍ ସୋ, ପଦଯାତ୍ରା, ସାଇକେଲ, ବାଇକ କିମ୍ବା ଅନ୍ୟ କୌଣସି ଗାଡ଼ିରେ ଶୋଭାଯାତ୍ରା କରାଯାଇପାରିବ ନାହିଁ।
ବିଶ୍ୱରେ ଡେଲଟା ଜାଗାରେ ଓମିକ୍ରନ୍ କ୍ରମେ ବଢ଼ି ବଢ଼ି ଚାଲିଛି। ଡେଲଟାର ସ୍ଥାନ ଓମିକ୍ରନ୍ ଧିରେ ଧିରେ ନେଉଥିବା ହୁ କହିଛି।
ଗର୍ବର ସହ ଏତିକି କହିବି ଯେ ଅଭିନୟର ପିକ୍ରେ ଥାଇ ସେ ଆମକୁ ଛାଡ଼ି ଚାଲିଗଲେ।
ଓଲିଉଡ୍ର କାକା ଭାବେ ପରିଚିତ ଭେଟ୍ରାନ୍ ଅଭିନେତା ମିହିର ଦାସଙ୍କ ଘର ମୟୂରଭଞ୍ଜ ଜିଲ୍ଲାରେ । ପିଲା ବେଳେ କଳା ପ୍ରତି ତାଙ୍କର ଦୁର୍ବଳତା ଥିଲା । ସେ ପ୍ରଥମେ ଆର୍ଟ ଫିଲ୍ମ ‘ସ୍କୁଲ୍ ମାଷ୍ଟର’ରୁ ନିଜ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ ।
ପଞ୍ଚାୟତ ନିର୍ବାଚନ ନେଇ ଗାଇଡଲାଇନ ଜାରି କରିଛନ୍ତି ଏସ୍ଇସି। ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ଗାଇଡଲାଇନ ପଠାଯାଇଛି।
ଏଥର ସରପଞ୍ଚ ପ୍ରାର୍ଥୀ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ। ସେହିପରି ଜିଲ୍ଲା ପରିଷଦ ପ୍ରାର୍ଥୀ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିପାରିବେ।
୮୦ ପ୍ରତିଶତ ମାର୍କ ରଖି ପିଲା ସିଟ୍ ପାଉନାହାନ୍ତି, ଅଥଚ ୪୦ ପ୍ରତିଶତ ମାର୍କ ଥିବା ପିଲା କଲେଜରେ ନାଁ ଲେଖାଉଥିବା ଅଭିଯୋଗ ହୋଇଛି।
ଶୀତ ଦିନରେ ଅଦିନିଆ ବର୍ଷା ଆଶଙ୍କା। ଠିକ୍ ଅମଳ ସମୟରେ ଆସୁଥିବା ଏହି ବର୍ଷା ଆସନ୍ତାକାଲିଠୁ ୪ ଦିନ ଧରି ପ୍ରାୟ ୧୧ ଜିଲ୍ଲାକୁ ଭିଜାଇବ। ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ସଂକ୍ରମଣର ଦ୍ରୁତ ଗତିକୁ ଦେଖି ହସ୍ପିଟାଲ ଆଡମିଶନ ମଧ୍ୟ ବଢିପାରେ ବୋଲି ଆଶଙ୍କା
ଗାଇଡଲାଇନ୍ରେ କେଉଁମାନେ ଟେଷ୍ଟ କରିବେ, ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।
କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକଙ୍କ ପୁଅ ପ୍ରଶ୍ନ କରିଥିଲେ।
ରାଜନାଥଙ୍କ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା।
୨୦ ତାରିଖ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନନେବାରୁ ହାଇକୋର୍ଟ ଯାଇଛନ୍ତି।
ଦେଶ ଅବା ରାଜ୍ୟ, ସବୁଠି କରୋନା ସଂକ୍ରମଣର ପ୍ରଖର ସୁଅ। ଦେଶରେ ଦୈନିକ ସଂକ୍ରମଣ ଦେଢ଼ ଲକ୍ଷ ଡେଇଁଥିବାବେଳେ ରାଜ୍ୟରେ ୪ହଜାର ୭ଶହ ଉପରକୁ ଗଲାଣି। ସଂକ୍ରମଣର ସାଂଘାତିକ ସ୍ଥିତି ଭିତରେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍ ଟିକାକରଣ।
ଯେକୌଣସି ମୁହୂର୍ତ୍ତରେ ଘୋଷଣା ହୋଇପାରେ ପଞ୍ଚାୟତ ନିର୍ବାଚନ ତାରିଖ। ଆସନ୍ତାକାଲି ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ।ଏହାପରେ ଦିନେ ଦୁଇ ଭିତରେ ତାରିଖ ଘୋଷଣା ହେବାର ଯଥେଷ୍ଟ ସମ୍ଭାବନା ରହିଛି। କୋଭିଡ୍ ଭିତରେ ନିର୍ବାଚନ ହେବାକୁ ଥିବାରୁ ସମସ୍ତଙ୍କ ନଜର ଗାଇଡଲାଇନ୍ ଉପରେ ରହିଛି। ସେପଟେ ଭୋଟର୍ ଲିଷ୍ଟ ପ୍ରସ୍ତୁତିରେ...
ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ। ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ। ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଅ ଭିତରେ ଏକ ୩ ମାସର ହାତୀ ଛୁଆ ଫସି...
କୋଭିଡର ମୁକାବିଲା ପାଇଁ ଟେଷ୍ଟିଂରେ ବୈଜ୍ଞାନିକ ଗବେଷଣା, ଟିକାକରଣ ଏବଂ ଔଷଧ ତଥା ଜେନମ୍ ସିକ୍ୱେନିଂସ ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ସମୀକ୍ଷା ବୈଠକରେ ମୋଦି କହିଛନ୍ତି।