Advertisment

ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ କର: ମୋଦି

କୋଭିଡର ମୁକାବିଲା ପାଇଁ ଟେଷ୍ଟିଂରେ ବୈଜ୍ଞାନିକ ଗବେଷଣା, ଟିକାକରଣ ଏବଂ ଔଷଧ ତଥା ଜେନମ୍ ସିକ୍ୱେନିଂସ ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ସମୀକ୍ଷା ବୈଠକରେ ମୋଦି କହିଛନ୍ତି।

author-image
Chandan Shishu
PM Narendra Modi

PM Narendra Modi

ଭୁବନେଶ୍ୱର: ଆଗକୁ ଦେଶରେ ମିଶନ ମୋଡରେ ହେବ କିଶୋରଙ୍କ ଟିକାକରଣ। କୋଭିଡ୍ ଆପ୍ରୋପ୍ରିଏଟ ବିହେବିହରକୁ ଗୁରୁତ୍ୱ ଦିଆଯିବା ସହ ଆଗାମୀ ଦିନରେ ଏହା ଆହୁରି କଠିନ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ କୋଭିଡ୍ ଦୃତ ସଂକ୍ରମଣ ପରେ ଆଜି ସ୍ଥିତି ସମୀକ୍ଷା କରି ଏହା କହିଛନ୍ତି ମୋଦି। ଜିଲ୍ଲାସ୍ତରରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସଜାଡ଼ିବା ଉପରେ ଗୁରୁତ୍ୱ ସହ ଅଧିକ ଆକ୍ରାନ୍ତ ଚିହ୍ନଟ ସ୍ଥାନକୁ କଣ୍ଟେନମେଣ୍ଟ, ସର୍ଭେଲାନ୍ସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

କୋଭିଡର ମୁକାବିଲା ପାଇଁ ଟେଷ୍ଟିଂରେ ବୈଜ୍ଞାନିକ ଗବେଷଣା, ଟିକାକରଣ ଏବଂ ଔଷଧ ତଥା ଜେନମ୍ ସିକ୍ୱେନିଂସ ପାଇଁ ପରୀକ୍ଷାନିରୀକ୍ଷା ଜାରି ରହିବ ବୋଲି ସମୀକ୍ଷା ବୈଠକରେ ମୋଦି କହିଛନ୍ତି। ତାସହ ଅଣ କୋଭିଡ୍ ସ୍ୱାସ୍ଥ୍ୟ ସେବା ମଧ୍ୟ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଏହି ଭିଡିଓ କନଫେରେନ୍ସିଂ ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଯୋଗ ଦେଇଥିଲେ। ବୈଠକରେ କେନ୍ଦ୍ର ଗୃହ ସଚିବ, କ୍ୟାବିନେଟ୍  ସଚିବ, ବେସାମରିକ ବିମାନ ଚଳାଳଚ ସଚିବ, ରେଲେଓ୍ୱ ବୋର୍ଡ ଚେୟାରମ୍ୟାନଙ୍କ ସହ ଅନ୍ୟ ଅଧିକାରୀ ସାମିଲ ହୋଇଥିଲେ।

ଏପଟେ ଦେଶରେ କରୋନା କାୟା ଭିତରେ ସଂସଦର ୪ ଶହ କର୍ମଚାରୀ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସ୍ଥିତିକୁ ଦେଖି ଗର୍ଭବତୀ ଓ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କୁ ଅଫିସ୍ ଆସିବାକୁ ବାରଣ କରାଯାଇଛି। ସେପଟେ ଆଜି ଦିନକରେ ପଶ୍ଚିମବଙ୍ଗରେ ୨୪ ହଜାର ୨ ହଜାର ୮୭ ଏବଂ ଦିଲ୍ଲୀରେ ୨୨ ହଜାର ୭୫୧ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଗତ ୨୪ ଘଣ୍ଟାରେ ଦେଶରେ କରୋନା ମିଟର ୧ ଲକ୍ଷ ୬୦ ହଜାର ଛୁଇଁଛି। ସେପଟେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଆସନ୍ତାକାଲି ସବୁ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ।

Advertisment
Omicron Cases In Odisha COVID19 Omicron Variant PM Modi
Advertisment
Advertisment