Advertisment

ଲକ୍ଷଣ ନଥିଲେ କୋଭିଡ୍ ଟେଷ୍ଟ କରନି: ICMR

ଗାଇଡଲାଇନ୍‌ରେ କେଉଁମାନେ ଟେଷ୍ଟ କରିବେ, ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

author-image
Chandan Shishu
Covid test Guidelines

Covid test Guidelines

ନୂଆଦିଲ୍ଲୀ: ଯଦି ଆପଣଙ୍କଠାରେ କୌଣସି ଲକ୍ଷଣ ଦେଖା ଯାଉନାହିଁ, ତାହେଲେ ପରୀକ୍ଷା କରିବାର ଆବଶ୍ୟକ ନାହିଁ। କରୋନା ପରୀକ୍ଷା ନେଇ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ ବା ICMR ପକ୍ଷରୁ ଜାରି ଗାଇଡଲାଇନ୍‌ରେ ଏହା କୁହାଯାଇଛି। ସଂକ୍ରମଣ ଜାଣିବାକୁ କିଏ ଟେଷ୍ଟିଂ କରିବେ କିଏ ନକରିବେ ସେନେଇ ବିସ୍ତୃତ ଆଡଭାଇଜରି ଜାରି କରିଛି ICMR।

Advertisment

କରୋନା ରୋଗୀ ସଂସ୍ପର୍ଶରେ ଆସିଥିବା ସବୁ ବ୍ୟକ୍ତିଙ୍କ ଟେଷ୍ଟ କରିବାର ଆବଶ୍ୟକତା ନାହିଁ। ବୟସାଧିକ କିମ୍ବା ବହୁବିଧ ରୋଗ ସହ ହାଇ ରିସ୍କରେ ଥିବା ବ୍ୟକ୍ତି ଚିହ୍ନଟ ହୋଇନଥିଲେ ସେମାନଙ୍କ ଟେଷ୍ଟ କରିବାର ଆବଶ୍ୟକତା ନାହିଁ। ହୋମ୍ ଆଇସୋଲେସନ୍ ଗାଇଡ୍ ଲାଇନ୍ ଅନୁଯାୟୀ ଡିସଚାର୍ଜ ହୋଇଥିବା ବ୍ୟକ୍ତିଙ୍କର ଟେଷ୍ଟ ଅନାବଶ୍ୟକ।

ସେହିଭଳି ସଂଶୋଧିତ ଗାଇଡଲାଇନ୍ ଅନୁଯାୟୀ ଡିସଚାର୍ଜ ହୋଇଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ମଧ୍ୟ ପରୀକ୍ଷା ଅନାବଶ୍ୟକ। ଗାଇଡଲାଇନ୍‌ରେ କେଉଁମାନେ ଟେଷ୍ଟ କରିବେ, ସେନେଇ ମଧ୍ୟ ସ୍ପଷ୍ଟ ନିର୍ଦ୍ଦେଶ ରହିଛି। ଜ୍ୱର, କାଶ, ତଣ୍ଟିବ୍ୟଥା, ସ୍ୱାଦ ଓ ଗନ୍ଧ ଜାଣିନପାରିବା ଆଦି ଲକ୍ଷଣ ଥିଲେ ଟେଷ୍ଟ କରିବା ଜରୁରୀ।

Advertisment

କଣ୍ଟାକ୍ଟରେ ଆସିଥିବା ୬୦ ବର୍ଷରୁ ଉର୍ଦ୍ଧ୍ୱ କିମ୍ବା ବହୁବିଧି ରୋଗରେ ପୀଡ଼ିତ ବ୍ୟକ୍ତିଙ୍କର ଟେଷ୍ଟ ହେବ। ନିର୍ଦ୍ଦିଷ୍ଟ ଦେଶକୁ ଯାତ୍ରା କରୁଥିବା ବ୍ୟକ୍ତି ମଧ୍ୟ ଟେଷ୍ଟ କରିବା ଆବଶ୍ୟକ। ବିଦେଶରୁ ଭାରତ ଆସିଥିବା ବ୍ୟକ୍ତି ଏୟାରପୋର୍ଟ କିମ୍ବା ବନ୍ଦରରେ ଓହ୍ଲାଇଲେ ସରକାରଙ୍କ ଗାଇଡଲାଇନ ଅନୁଯାୟୀ ଟେଷ୍ଟ କରିବା ଆବଶ୍ୟକ।

COVID19 Covid Guidelines Omicron Variant Omicron Cases In India
Advertisment
Advertisment