ଭୁବନେଶ୍ୱର: ଶୀତ ଦିନରେ ଅଦିନିଆ ବର୍ଷା ଆଶଙ୍କା। ଠିକ୍ ଅମଳ ସମୟରେ ଆସୁଥିବା ଏହି ବର୍ଷା ଆସନ୍ତାକାଲିଠୁ ୪ ଦିନ ଧରି ପ୍ରାୟ ୧୧ ଜିଲ୍ଲାକୁ ଭିଜାଇବ। ବିଶେଷ କରି ପଶ୍ଚିମ ଓ ଉତ୍ତର ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
Published: Chandan Shishu
Last updated: 10 January 2022, 11:17 PM IST
ରାଜ୍ୟରେ ପୁଣି ବଢିବ ଶୀତ। ଉପାନ୍ତରୁ ଉପକୂଳ ସବୁଠି ଥରାଇବ ଜାଡ। ତେବେ ଆସନ୍ତା ୧୭ ପରଠାରୁ ତାପମାତ୍ରା କମିବା ସହିତ ପୁଣି ଥରେ ଶୀତ ଥରାଇବ। ତାପମାତ୍ରା ସ୍ବାଭାବିକ ଠାରୁ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା କମିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।