ଘଟଣାସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରୁଛି । ମିଳିଥିବା ସୂଚନା ମୁତାବକ, ମନ୍ଦିର ଭିତରେ ହୋମ ଚାଲିଥିଲା । ହୋମ ଚାଲିଥିବା ବେଳେ ସେଠାରେ ତିଆରି ହୋଇଥିବା ଅସ୍ଥାୟୀ ଛାଉଣୀରେ ନିଆଁ ଲାଗିଯାଇଥିଲା ।
ମନ୍ଦିରରେ ଥିବା କୂଅର ଛାତ ଭୁଶୁଡ଼ି ପଡ଼ିବା ଯୋଗୁ ୨୫ରୁ ଅଧିକ ଶ୍ରଦ୍ଧାଳୁ ଏହା ମଧ୍ୟକୁ ଖସି ପଡ଼ିଥିଲେ। ରାମ ନବମୀ ଅବସରରେ ମଧ୍ୟପ୍ରଦେଶର ଇନ୍ଦୋରରେ ଏହି ବଡ଼ ଅଘଟଣ ଘଟିଛି।
ପ୍ରାଥମିକ ରିପୋର୍ଟରୁ ଯେଉଁ ତଥ୍ୟ ମିଳିଛି ସେଥିରେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ଖବର ରହିଛି । ଆଗକୁ ଏହି ସଂଖ୍ୟା ବଢ଼ିବାର ସମ୍ଭାବନା ମଧ୍ୟ ରହିଛି ।
ମାଛଗାଁ ନିକଟରେ ଗାଧୋଇଲା ବେଳେ ଭାସିଯାଇ ୩ ଜଣ ନିଖୋଜ
୩୦ରୁ ୪୦ ଫୁଟ୍ ଉଚ୍ଚରେ ବିମାନ ଉଡ଼ୁଥିବା ବେଳେ ହଠାତ୍ ଏହି ସମୟରେ ନିୟନ୍ତ୍ରଣ ହରାଇ ଥିଲେ ପାଇଲଟ୍। ଏକ ବଡ଼ ଧରରଣ ଦୁର୍ଘଟଣାରୁ କିପରି ସମସ୍ତଙ୍କ ଜୀବନ ବଞ୍ଚାଇବେ ଏନେଇ ପାଇଲଟ୍ ଶତ ପ୍ରତିଶତ ପ୍ରଚେଷ୍ଟା କରିଥିଲେ।
ରାସ୍ତା ଉପରେ ଖରାପ ହୋଇ ପଡ଼ିଥିବା ହାଇୱାକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି।
୧୬ ଶହ ମିଟର ଦୌଡ଼ରେ ଅଚେତ, ପରେ ମୃୃତ୍ୟୁ । ପ୍ରାଥମିକ ତଦନ୍ତ ଅନୁସାରେ ହାର୍ଟ ଆଟାକ ।
ପିଲାଙ୍କୁ ହରାଇଥିବା ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି।
ବାଙ୍ଗଲାଦେଶରେ ବଡ଼ ଦୁର୍ଘଟଣା( Bangladesh Bus Accident ) । ୧୬ ଜଣଙ୍କ ଜୀବନ ଚାଲିଯାଇଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ିବାର ଆଶଙ୍କା ରହିଛି ।
ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।
ହେଲିକପ୍ଟରରେ କେତେ ଜଣ ଯବାନ ଯାତ୍ରା କରୁଥିଲେ, ସେ ବାବଦରେ ସୂଚନା ମିଳିପାରିନାହିଁ ।
ବାରିପଦା-ବେତନଟୀ ରାସ୍ତାରେ ବସ୍ ଓଲଟି ପଡ଼ିବା ଯୋଗୁ ୨୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଗତକାଲି ମଧ୍ୟ ରାତ୍ରରେ ‘ଇନ୍ଦ୍ରାଣୀ’ ନାମକ ଏକ ଘରୋଇ ବସ୍ ଓଲଟି ପଡ଼ିଥିଲା।
ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।
ସମସ୍ତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତରଖାନାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଛନ୍ତି । ଦୁର୍ଘଟଣା ପରେ ପିକଅପ ଚାଳକ ଗାଡ଼ି ଛାଡି ଫେରାର ହୋଇଯାଇଛି ।
ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ଡ୍ରାଇଭର । ପରେ ସୂର୍ଯ୍ୟନଗର ଅଂଚଳରେ ସ୍ଥାନୀୟ ଲୋକେ କାରକୁ ଅଟକାଇବା ସହ ଚାଳକଙ୍କୁ କାବୁ କରିଛନ୍ତି । କାରରେ ଥିବା ୩ ଜଣଙ୍କୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ ।
ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ଜୀଅନ୍ତା ଜଳିଗଲେ ପରିବାରର ୫ ସଦସ୍ୟ। ଚାଳ ଘରେ ଶୋଇଥିବା ବେଳେ ହଠାତ୍ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା।
୩୫ ଫୁଟ ଉଚ୍ଚ ଛାତରୁ ଖସିପଡ଼ି ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ପ୍ରାଣ ହରାଇଛନ୍ତି । ବଡ଼ବିଲ ୪ ନଂ ୱାର୍ଡ଼ ଶ୍ରୀରାମ ନଗର ଅଞ୍ଚଳରେ ଏହି ଅଘଟଣ ଘଟିଛି।
ରାତି ପାହିଲେ ବାହାଘର ହୋଇଥାନ୍ତା। ସବୁ ପ୍ରସ୍ତୁତି ମଧ୍ୟ ଶେଷ ହୋଇଥିଲା। କିନ୍ତୁ ବିଧିର ବିଧାନ ଥିଲା କିଛି ଅଲଗା। ବାହାଘରର ଠିକ୍ ପୂର୍ବ ଦିନ ପାଣିରେ ବୁଡ଼ି ଯୁବକଙ୍କ ମୃତ୍ୟୁ ହୋଇଛି।
ପ୍ରାଥମିକ ପର୍ଯ୍ୟାୟ କ୍ଷୟକ୍ଷତି ଆକଳନ କଲା ପ୍ରଶାସନିକ ଟିମ୍ । କେମିତି ଲାଗିଲା ନିଆଁ ତଦନ୍ତ ହେବ କହିଲେ ଅଗ୍ନିଶମ ଡିଜି ।
ପୁରୀରେ ପୁଣି ଲାଗିଲା ନିଆଁ। ନୀଳାଦ୍ରି କମ୍ଫ୍ଲେକ୍ସର ହାଣ୍ଡଲୁମ୍ ଶୋ’ ରୁମରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି।
ସୂଚନା ଦେଲେ ସେଣ୍ଟ୍ରାଲ ରେଞ୍ଜ ଫାୟାର ଅଫିସର ରମେଶ ମାଝୀ
ଓଡ୍ରାଫ୍ ସାଙ୍ଗକୁ ଫାୟାର ଟିମ୍ ନାକେଦମ୍
ପର୍ଯ୍ୟଟନ ସହ ପୁରୀକୁ ବୁଲି ଆସି ଶ୍ରୀକ୍ଷେତ୍ର ମାଟିର ମଜା ନେବା ବେଳେ ଉଭା ହେଲା ବଡ଼ ଅଘଟଣ । ରାତ୍ରୀ ଭୋଜନ ପାଇଁ ଏକାଠି ବସିଥିବା ବେଳେ ଖୁଆଇ ଦେଲାନି ଭୟାବହ ଅଗ୍ନିକାଣ୍ଡ । ପୁରୀ ମରିଚିକୋଟ ଛକସ୍ଥିତ ଲକ୍ଷ୍ମୀ ମାର୍କେଟ୍ କଂପ୍ଲେକ୍ସ ନିଆଁରେ ଛାରଖାର ହୋଇଛି କୋଟି କୋଟି ଟଙ୍କାର ସମ୍ପତ୍ତି ।
ରାତିରେ ଭିଜିବିଲିଟି କମ୍ ଯୋଗୁଁ ନିଆଁ ଲିଭାଇବାରେ ବିଳମ୍ବ ହୋଇଛି ।