Advertisment

ଛାତିଥରା ଟ୍ରେନ୍‌ ଦୁର୍ଘଟଣା: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Train Mishap: PM Modi To Visit Odisha

Train Mishap: PM Modi To Visit Odisha

ଗତକାଲି ବାଲେଶ୍ୱର ଜିଲ୍ଲା ବାହନଗାରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ଘଟିଛି। ଦୁଇଟି ସୁପର୍‌ ଫାଷ୍ଟ ଓ ଗୋଟିଏ ମାଲ୍‌ଗାଡ଼ି ମଧ୍ୟରେ ଦୁର୍ଘଟଣାରେ ୨୩୮ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୯ ଶହରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି ବୋଲି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସୂଚନା ଦେଇଛନ୍ତି।

Advertisment

ସ୍ଥିତିର ସମୀକ୍ଷା କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଓଡ଼ିଶା ଆସୁଛନ୍ତି। ପ୍ରଥମେ ପ୍ରଧାନମନ୍ତ୍ରୀ ମୋଦି ଦୁର୍ଘଟଣାସ୍ଥଳ ବାଲେଶ୍ୱର ଜିଲ୍ଲା ବାହନଗା ଯିବେ ଓ ଏହାପରେ କଟକ SCB ମେଡିକାଲ୍‌ରେ ଆହତ ରେଳଯାତ୍ରୀଙ୍କୁ ଭେଟିବେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ହେଲେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସୂଚୀରେ ପରିବର୍ତ୍ତନ କରାଯାଇଛି। ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ କଟକ ଯିବେନି ପ୍ରଧାନମନ୍ତ୍ରୀ। ପଶ୍ଚିମବଙ୍ଗର କଲେଇକୁଣ୍ଡାରୁ ଦୁର୍ଘଟଣାସ୍ଥଳକୁ ଆସିବେ ମୋଦି। ଏହାପରେ ଦୁର୍ଘଟଣାସ୍ଥଳ ଅନୁଧ୍ୟାନ ପରେ ପୁଣି କଲେଇକୁଣ୍ଡା ଫେରିଯିବେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ଅନ୍ୟପକ୍ଷେ, ଆଜି ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ମୋଦି ବାହନଗା ରେଳ ଦୁର୍ଘଟଣାର ସମୀକ୍ଷା କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ, NDRF ଡିଜି ଏବଂ ବରିଷ୍ଠ ରେଳ ଅଧିକାରୀ ସମୀକ୍ଷା ବୈଠକରେ ସାମିଲ ହୋଇଥିଲେ।

Train Accident Balasore Modi Odisha Visit
Advertisment
Advertisment