• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ପୁରା ଘଟଣା ମୋ ଆଖି ଆଗରେ ଘଟିଛି । ମୋ ଘର ଲେବୁଲ କ୍ରସିଂ ପାଖରେ । ମୁଁ ପ୍ରାୟ ସେହି ଲେବୁଲ କ୍ରସିଂ ପାଖରେ ବସେ । ପବନ ଖାଇବାକୁ ସେଠି ବସେ । କାଲି ବି ବସିଥିଲି । ସମ୍ପୂର୍ଣ୍ଣ ଘଟଣା ମୋ ଆଖି ସାମ୍ନାରେ ଘଟିଛି । ମୁଁ ଗେଟ୍‌ ପାଖରେ ବସିଥାଏ । ପ୍ରଥମେ ମାଲ୍‌ ଗାଡ଼ି ଅଫ୍‌ ଲାଇନ୍‌ରେ ଆସିଥିଲା । ଆଉ ଏକ ନମ୍ବର ପ୍ଲାଟ୍‌ଫର୍ମରେ ରହିଥିଲା । ପରେ ଦୁଇ ନମ୍ବର ପ୍ଲାଟ୍‌ଫର୍ମରେ ସିଗ୍‌ନାଲ ଥ୍ରୋ ହେଲା । ଗେଟ୍‌ ମ୍ୟାନ୍‌କୁ ଡବଲ ରିଙ୍ଗ୍‌ ଆସିଲା । ସେଥିରେ ନିର୍ଦେଶ ହେଲା ଯେ, ଗେଟ୍‌ ପକାଅ । କିନ୍ତୁ ଗେଟ୍‌ ଆଗରୁ ପଡ଼ିକି ଥିଲା । ସେ ଗେଟ୍‌ ଉଠାଇନଥିଲେ । ପରେ ଡାଉନ୍ ଲାଇନ୍‌ରେ ଗଡ଼ି ରହିଛି ବୋଲି ତିନିଟା ରିଙ୍ଗ୍‌ ଆସିଲା ।’

‘ଏହାପରେ ଆମେ ଭାବିଲୁ ଏବେ ଏକ୍ସପ୍ରେସ୍‌ ଆସିବ ବୋଧେ । ଠିକ୍‌ ଏତିକି କଥା ହେଉ ହେଉ କରମଣ୍ଡଳ ୨ ନମ୍ବର ପ୍ଲାଟ୍‌ଫର୍ମରେ ଯାଉଥିଲା, କିନ୍ତୁ ହଠାତ୍‌ ଏକ ନମ୍ବରକୁ ଟ୍ରାକ୍‌ ବଦଳାଇ ଆସିଲା । ଅନ୍ୟ ଦିନ ଅପେକ୍ଷା କରମଣ୍ଡଳ ଟିକେ ଅଧିକ ସ୍ପିଡ୍‌ରେ ଥିଲା ଭଳି ଲାଗୁଥିଲା । ଆଉ ମାଲ୍‌ଗାଡ଼ିକୁ ଧକ୍କା ଦେଲା । ଗୋଟିଏ ମୁହୁର୍ତ୍ତରେ ଛିନ୍‌ଛତ୍ର ହୋଇଗଲା ।’

‘ଏହା ପରେ ସେପଟୁ ଆଉ ଗୋଟେ ଏକ୍ସପ୍ରାସ୍‌ ଆସିଲା,ଆଉ ଧକ୍କା ଦେଲା । ଅନେକ ବଗି ଛିନ୍‌ଛତ୍ର ହୋଇଗଲା । ଇଲେକ୍ଟ୍ରି ପୋଲ ସବୁ ଭାଙ୍ଗିଗଲା । ମୁଁ ଯୋଉଠି ବସିଥିଲି ସେଠିକୁ ଗୋଟେ ଦେଢ଼ କେଜିର ପଥର ଆସି ପଡ଼ିଲା । ମୁଁ ଭୟରେ ଦୌଡ଼ିଲି । ଚାରିଆଡ଼ ଧୁଳି ଧୁଆଁ କୋଇଲା ଗୁଣ୍ଡ ଉଡ଼ୁଥିଲା । ପୁରା କିଟ୍ କିଟ୍‌ ଅନ୍ଧା ହୋଇଯାଇଥିଲା । ମୁହଁରେ ଗାମୁଛା ଗୁଡ଼ାଇ ମୁଁ କିଛି ବାଟ ଦୌଡ଼ି ପଳାଇଲି ।’

ଅନ୍ୟପଟେ ଏବେ ସୁଦ୍ଧା ଏହି ରେଳ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୩୩ରେ ପହଞ୍ଚିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା କରାଯାଉଛି । ୨୩୩ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । SRCଙ୍କ ତଥ୍ୟ ଆଧାରରେ ସୂଚନା ଦେଇଛନ୍ତି ମୁଖ୍ୟ ସଚିବ । ଏହାସହ ୯୦୦ରୁ ଅଧିକ ଆହତ ହୋଇଥିବା ସେ କହିଛନ୍ତି ।

ସେପଟେ ଟ୍ରେନ ଦୁର୍ଘଟଣା ନେଇ ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଜୁନ୍ ୩ ତାରିଖ ଦିନ ସାରା ରାଜ୍ୟରେ ଦିନିକିଆ ଶୋକ ପାଳନ କରାଯିବ। ଶୋକ ପାଳନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା କରିଛନ୍ତି। ଏଥିରେ କରମଣ୍ଡଳର ୧୫ ବଗି ଓ ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସର ୨ ବଗି ଲାଇନଚ୍ୟୁତ ହୋଇଛି। ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ। ସେ ଯାଇ ମାଲବାହୀ ସହ ଧକ୍କା ହୋଇଥିଲା । କିଛି ସମୟ ପରେ ସେହିବାଟେ ଆସୁଥିବା ଆଉ ଏକ ଏକ୍ସପ୍ରେସ ଆସି ସେଠାରେ ଧକ୍କା ହୋଇଥିଲା।