• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ବାଲେଶ୍ୱର ବାହାନଗାରେ ହୋଇଥିବା ଭୟଙ୍କର ଦୁର୍ଘଟଣା। ଏକାବେଳକେ ତିନୋଟି ଟ୍ରେନ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ବାହାନଗା ନିକଟରେ ପ୍ରଥମେ ଲାଇନଚ୍ୟୁତ ହୋଇଥିଲା କରମଣ୍ଡଳ । ସେଠାରେ ପୂର୍ବରୁ ଛିଡ଼ା ହୋଇଥିବା ମାଲଗାଡ଼ିକୁ ଧକ୍କା ଦେଇ ଓଲଟିଥିଲା କରମଣ୍ଡଳ । ପରେ କିଛି ସମୟ ପରେ ସେହିବାଟେ ଆସୁଥିବା ବେଙ୍ଗଲୁରୁ-ହାୱଡ଼ା ଏକ୍ସପ୍ରେସ କରମଣ୍ଡଳକୁ ଧକ୍କା ଦେଇଥିଲା । ଉଭୟ ଏକ୍ସପ୍ରେସର ୧୭ ବଗି ଓଲଟି ପଡ଼ିଥିଲା। 

ଦୁର୍ଘଟଣା ପରେ କାଲି ପାଇଁ ଏକାଧିକ ଟ୍ରେନ୍‌ ବାତିଲ କରିଛି SER। ହାୱଡା-ପୁରୀ ସୁପରଫାଷ୍ଟ, ହାୱଡା-SMVB ସୁପରଫାଷ୍ଟ ବାତିଲ ହୋଇଛି। ହାୱଡା-ଚେନ୍ନାଇ ମେଲ୍‌, ସାଲିମାର-ପୁରୀ ସୁପରଫାଷ୍ଟ, ସାଲିମାର-ସମ୍ବଲପୁର, ସାନ୍ତ୍ରାଗାଚି-ପୁରୀ ସ୍ପେଶାଲ, ସିଆଲଦା-ପୁରୀ ଦୁରନ୍ତୋ ଏକ୍ସପ୍ରେସ, ପୁରୀ-ହୱଡା, ପୁରୀ-ସାଲିମାର ଶ୍ରୀଜଗନ୍ନାଥ ଏକ୍ସପ୍ରେସ, ପୁରୀ-ଭଞ୍ଜପୁର ସ୍ପେଶାଲ ଟ୍ରେନ ବାତିଲ କରାଯାଇଛି। ୯ଟି ଟ୍ରେନ୍‌ର ଗତିପଥ ସମ୍ପୂର୍ଣ୍ଣ ଓ ଆଉ ୬ଟିର ଆଂଶିକ ବଦଳିଛି।

ସେପଟେ ଟ୍ରେନ ଦୁର୍ଘଟଣା ନେଇ ଜରୁରୀକାଳୀନ ନଂ ଜାରି କରାଯାଇଛି:  

  • ଭଦ୍ରକ ପାଇଁ ଜରୁରୀକାଳୀନ ନଂ ୮୪୫୫୮୮୯୯୦୦
  • ଯାଜପୁର କେନ୍ଦୁଝର ରୋଡ୍‌- ୮୪୫୫୮୮୯୯୦୬
  • କଟକ ହେଲ୍ପଲାଇନ ନଂ ୮୪୫୫୮୮୯୯୧୭
  • ଭୁବନେଶ୍ବର ହେଲ୍ପଲାଇନ ନଂ ୮୪୫୫୮୮୯୯୨୨
  • ଖୋର୍ଦ୍ଧା ରୋଡ୍‌ ହେଲ୍ପଲାଇନ ନଂ ୬୩୭୦୧୦୮୦୪୬
  • ବ୍ରହ୍ମପୁର ହେଲ୍ପଲାଇନ ନଂ ୮୯୧୭୩୮୮୭୨୪୧
  • ବାଲୁଗାଁ ହେଲ୍ପଲାଇନ ନଂ ୯୯୩୭୭୩୨୧୬୯
  • ପଲାସା ହେଲ୍ପଲାଇନ ନଂ ୮୯୭୮୮୮୧୦୦୬
  • ହାୱଡା ହେଲ୍ପଲାଇନ ନଂ ୦୩୩-୨୬୩୮୨୨୧୭
  • ଖଡଗପୁର ନଂ ୮୯୭୨୦୭୩୯୨୫, ୯୩୩୨୩୯୨୩୩୯
  • ବାଲେଶ୍ବର ନଂ ୮୨୪୯୫୯୧୫୫୯, ୭୯୭୮୪୧୮୩୨୨
  • ସାଲିମାର ହେଲ୍ପଲାଇନ ନଂ ୯୯୦୩୩୭୦୭୪୬

OTV is now on Whatsapp

Join and get latest news update delivered to you via whatsapp

Join Now