/odishatv-khabar/media/post_attachments/uploadimage/library/16_9/16_9_0/IMAGE_1685762045.jpg)
Train Acciednt
ବାଲେଶ୍ୱର ବାହାନଗା ଟ୍ରେନ୍ ଦୁର୍ଘଟଣା । ଏହି ଭୟଙ୍କର ଦୁର୍ଘଟଣା ପରେ ଘଟଣାସ୍ଥଳରେ ଯୁଆଡ଼େ ଦେଖିବ ଖାଲି ମୃତଦେହ ଦେଖିବାକୁ ମିଳିଛି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୁରା ଅଞ୍ଚଳ । କିଏ ପୁରା ପରିବାର ହରାଇଛି ତ କିଏ ବାପା ମାଆଙ୍କୁ ହରାଇ କାନ୍ଦୁଛି । ଏମିତିକି କେହି କେହି ନିଜ ପିଲାଙ୍କୁ ହରାଇ ଭୋଭୋ ହୋଇ ରଡ଼ି ଛାଡ଼ୁଛି । ଆଉ କେହି କେହି ନିଜ ପୁଅ ମରିବା କଥା ଶୁଣି ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ଅନେକ ଅଛନ୍ତି ଯେଉଁମାନେ ଏବେ ବି ବଗି ତଳେ ଚାପି ହୋଇ ରହିଥିବା ପରିବାର ଲୋକଙ୍କୁ ଖୋଜୁଛନ୍ତି ।
ସେମିତି ଜଣେ ବାପାଙ୍କୁ ଆମେ ଦେଖିଲୁ । ଯିଏ କି ନିଜ ପୁଅ ଚାଲିଯାଇଥିବା ଖବର ଶୁଣିବା ପରେ ବାରମ୍ବାର ଚେତାଶୂନ୍ୟ ହୋଇପଡ଼ୁଛନ୍ତି । ଲୋକେ ପାଣି ମାରି ଯେତେ ଥର ତାଙ୍କ ଚେତା ଫେରାଇ ଆଣୁଛନ୍ତି, ସେତେ ଥର ତାଙ୍କ ଚେତା ବୁଡ଼ିଯାଉଛି । ଆଉ ଚେତା ଫେରିବା ମାତ୍ରେ କେବଳ ପୁଅକୁ ଖୋଜୁଛନ୍ତି । ଆଉ କହୁଛନ୍ତି ମୋ ପୁଅକୁ ଫେରାଇ ଦିଅ ।
#ମୋ_ପୁଅ_ଚାଲିଗଲା...
ଟ୍ରେନ୍ ଦୁର୍ଘଟଣାରେ ପୁଅକୁ ହରାଇବା ପରେ ନିଜ କୋହକୁ ସମ୍ଭାଳି ପାରୁନାହାନ୍ତି ବାପା#TrainAccident#Odisha#OTVpic.twitter.com/G72WMvnDBX— ଓଟିଭି (@otvkhabar) June 3, 2023
ସେମିତି ଆଉ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଯାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଚାରିଆଡ଼େ ମୃତଦେହ ବିଛାଡ଼ି ହୋଇପଡ଼ିଛି । ଏତିକି ବେଳେ ଗୋଟିଏ ଶବ ପକେଟ୍ରେ ଥିବା ଫୋନ୍ ବାଜି ଉଠିଲା । ଥରେ ନୁହେଁ ବାରମ୍ବାର ବାଜିଲା । ଯାହାଫଳରେ ଶବ ପାଖରେ ଥିବା ଲୋକେ ପକେଟରୁ ଫୋନ୍ କାଢ଼ି କହିଲେ, ହାଲୋ.. ଆପଣ ଯାହାକୁ ଖୋଜୁଛନ୍ତି ବା ଯାହାକୁ ଫୋନ୍ କରୁଛନ୍ତି ସେ ଆଉ ନାହାନ୍ତି । ଟ୍ରେନ୍ ଦୁର୍ଘଟଣାରେ ତାଙ୍କର ପ୍ରାଣ ଚାଲିଯାଇଛି । ଇଏ ଏକା ନୁହେଁ ଏମିତି ଶହ ଶହ ଲୋକଙ୍କ ଜୀବନ ଯାଇଛି । ତେବେ ଆପଣ ଯାହାକୁ ଫୋନ୍ କରିଛନ୍ତି, ତାଙ୍କ ନାଁ କ’ଣ ?
ଏକଥା ଶୁଣି, ଫୋନ୍ ଆରପାଖରେ ଥିବା ଲୋକଟି ଥଥ ମମ ହୋଇପଡ଼ୁଥାଏ । ଆଉ ପଚାରୁଥାଏ ଆପଣ କିଏ କହୁଛନ୍ତି ? କେଉଁଠୁ କହୁଛନ୍ତି ? କେଉଁଠି ଦୁର୍ଘଟଣା ଘଟିଛି ? ଆଉ ଶେଷରେ କହିଲେ, ଯାହାକୁ ଫୋନ୍ କରିଛି ତାଙ୍କ ନାଁ ମୁନିସି...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)