ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ସକ୍ରିୟ । କୋରାପୁଟ, ମାଲକାନଗିରି, ଗଂଜାମ, ଗଜପତିକୁ ବର୍ଷା ୱାର୍ଣ୍ଣିଂ ।
ଉବୁଟୁବୁ ଉପାନ୍ତ ମାଲକାନଗିରି। ତିନି ଦିନ ହେଲାଣି ନନଷ୍ଟପ ବର୍ଷା କାଚୁଛି। ଗତ ୨୪ ଘଣ୍ଟାରେ ଚିତ୍ରକୋଣ୍ଡାରେ ସର୍ବାଧିକ ୧୯୯ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ କୋରୁକୁଣ୍ଡାରେ ୧୮୫ ଓ ମାଲକାନଗିରିରେ ୧୮୩ ମିମି ବର୍ଷା ହୋଇଛି।
ବହୁ ସ୍ଥାନରେ ପୋଲ ଉପରେ ପାଣି ଚାଲୁଥିବାରୁ ପଡ଼ୋଶୀ ଆନ୍ଧ୍ର ଓ ଛତିଶଗଡ଼କୁ ଯୋଗାଯୋଗ ଠପ୍ ହୋଇଛି।
କିଛି ଜିଲ୍ଲାରେ ପ୍ରବଳ ବର୍ଷାରୁ ଅକସ୍ମାତ ବନ୍ୟା ସ୍ଥିତିର ଆଶଙ୍କା ମଧ୍ୟ ରହିଛି ।
ବର୍ତ୍ତମାନର ଲଘୁଚାପ ଦୁର୍ବଳ ହୋଇଥିବା ବେଳେ ଏହାର ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ୨୪ ଘଣ୍ଟା ମଧ୍ୟରେ ୪ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
ଦେଶରେ ସକ୍ରିୟ ରହିଛି ମୌସୁମୀବାୟୁ । ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ବର୍ଷା ଜାରି । ଉତ୍ତରାଖଣ୍ଡ ଓ କୋଙ୍କଣରେ ହେବ ଭାରି ବର୍ଷା କହିଲା IMD ।
ପ୍ରବଳ ବର୍ଷା ଆଶଙ୍କାରେ ଆଜି ରାଜ୍ୟର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ବେଳେ ୧୧ ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି।
ଯମୁନା ବନ୍ୟା ଯନ୍ତ୍ରଣାରୁ ଏବେବି ମୁକୁଳି ପାରିନି ଦିଲ୍ଲୀ । ନଦୀ ଜଳସ୍ତର ଖସିଥିଲେ ବି ଦୁର୍ଦ୍ଦଶା ହଟିନି । ଦିଲ୍ଲୀର ଯେଉଁଆଡେ ଅନାଇଲେ ଜଳାର୍ଣ୍ଣବ ସ୍ଥିତି । ଗତକାଲି ସନ୍ଧ୍ୟାରେ ପ୍ରାୟ ୩ ଘଣ୍ଟା ଧରି ମୂଷଳଧାରାରେ ବର୍ଷା ହେବାରୁ ସ୍ଥିତି ଆହୁରି ବିଗିଡିଛି ।
ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ ସତର୍କ କରିଛି ବନେଶ୍ୱର ଅଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିଭଳି ଆସନ୍ତାକାଲି ପର୍ଯ୍ୟନ୍ତ ପଶ୍ଚିମ ଓଡ଼ିଶାର ୮ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି ।
ଦିଲ୍ଲୀ ବନ୍ୟା ନେଇ ମୋଦି- LG ଆଲୋଚନା
ରାଜ୍ୟରେ ପ୍ରବଳ ବର୍ଷା, ଆଉ ଗଜା ମରୁଡ଼ିର ଆଶଙ୍କା ନାହିଁ : କୃଷି ମନ୍ତ୍ରୀ
୧୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ବର୍ଷର ପ୍ରଥମ ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ୱର। କେଉଁଠି ରାସ୍ତା ନଦୀର ଭ୍ରମ ସୃଷ୍ଟି କରୁଛି ତ’ ଆଉ କେଉଁଠି ଡ୍ରେନ୍ ପାଣି ରାସ୍ତାକୁ ଉଛୁଳୁଛି । ଅନ୍ୟ କେଉଁଠି ଘରେ ପାଣି ପଶି ଲୋକଙ୍କ ରହିବା ମୁସ୍କିଲ କଲାଣି। ବର୍ଷା ଯୋଗୁଁ ଉପୁଜୁଥିବା ବିଭିନ୍ନ ସମସ୍ୟାକୁ ଭୁବନେଶ୍ୱର ମେୟର ସ୍ୱୀକାର କରିବା ସହ ସମସ୍ୟାର ସମାଧାନ ଲାଗି ପଦକ୍ଷେପ ନିଆଯାଉଛି ବୋଲି କହିଛନ୍ତି। ଏପଟେ ପାଣିପାଗ ବିଭାଗ କହିଛି, ଆସନ୍ତା ଦୁଇ ଦିନ ବି ଭୁବନେଶ୍ୱରରେ କାଚିବ ବର୍ଷା। ତଳିଆ ଅଞ୍ଚଳରେ ଉପୁଜିପାରେ ଜଳବନ୍ଦୀ ସ୍ଥିତି।
ରାଜ୍ୟର ଅଧିକାଂଶ ଜିଲ୍ଲାରେ ମାତ୍ର ଗୋଟିଏ ଦିନର ଲଗାଣ ବର୍ଷା, ଚାଷବାସରେ ଜୀବନ ଭରିଛି । ହେଲେ ଡ୍ରେନେଜ୍ ସମସ୍ୟାରୁ ସହର ସହର ନର୍ଦ୍ଦମା ପାଣିରେ ଭାସୁଛି । କଟକ ସହରରେ ତ ସାଂଘାତିକ ସ୍ଥିତି । ସେପଟେ ଏବେ ସକ୍ରିୟ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରହିବାକୁ ଥିବା ବେଳେ ୧୯ରେ ଆଉ ଏକ ଘୂର୍ଣ୍ଣିବଳୟର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଯାହାକୁ ନେଇ ବଢ଼ିଛି ସହରବାସୀଙ୍କ ଚିନ୍ତା
ଦିନଟିଏ ବର୍ଷାରେ ଖୋଲିଗଲା ପୌର ପ୍ରସ୍ତୁତିର ପୋଲ୍ । ନର୍ଦ୍ଦମା ପାଣିରେ ଭାସିଲା ସହର । ବକ୍ସ ଡ୍ରେନ୍ କାମ ପାଇଁ କଟକ ଅବସ୍ଥା ସଂଗୀନ ।
ଆସନ୍ତା ୨୪ ଘଣ୍ଟା ପାଇଁ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ୧୧ ଜିଲ୍ଲାକୁ ଜାରି ହୋଇଛି ଅରେଞ୍ଜ ୱାର୍ଣ୍ଣିଂ ।
ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ତା’ଛଡ଼ା କଟକରେ ବି ସ୍ଥିତି ସମାନ । ବାଦାମବାଡ଼ି, ରାଉସପାଟଣା ସମେତ ବିଭିନ୍ନ ଅଞ୍ଚଳରେ ଜମିଛି ପାଣି। ବର୍ଷା ପାଣି, ନର୍ଦ୍ଦମା ପାଣି ଏକାକାର ହୋଇଛି ।
ଜଳର ଛୋଟ କଣିକା ପବନ ହେତୁ ପରସ୍ପର ସହ ଘସି ହୁଅନ୍ତି । ଏହା ଦ୍ୱାରା ବୈଦ୍ୟୁତିକ ତରଙ୍ଗ ସୃଷ୍ଟି ହୋଇଥାଏ । ଫଳରେ ଲକ୍ଷ ଲକ୍ଷ ଭୋଲ୍ଟ ବିଦ୍ୟୁତ୍ ଉତ୍ପାଦନ ହେବା ସହ ବଜ୍ରପାତ ହୋଇଥାଏ ।
ରାଜ୍ୟରେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା । କାଲି ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଘୁର୍ଣ୍ଣିବଳୟ ।
ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।
ଖସିଛି ଯମୁନା ନଦୀର ଜଳସ୍ତର... ହେଲେ ଥମୁନି ଦିଲ୍ଲୀବାସୀଙ୍କ ଦୁର୍ଦ୍ଦଶା । ଏବେ ବି ଅଣ୍ଟାଏ ଉଚ୍ଚରେ ପାଣି, ଥଳକୂଳ ପାଇ ହେଉନି ରାସ୍ତାର... ଚାରିଆଡ଼େ ଜଳବନ୍ଦୀ ଜୀବନ... ଶାନ୍ତିପଥରୁ ଆଇଟିଓକୁ ସଂଯୋଗ କରୁଥିବା ରାସ୍ତା ତ ଏକ ନଦୀର ଭ୍ରମ ସୃଷ୍ଟି କରୁଛି ।
ଯମୁନା ନଦୀର କୂଳ ଓ ଆଖପାଖ ଅଞ୍ଚଳ ସମ୍ପୂର୍ଣ୍ଣ ପାଣିରେ, ଏପରିକି ଦିଲ୍ଲୀର ଅନେକ ଭିଭିଆଇପି ଅଞ୍ଚଳରେ ବି ବନ୍ୟା ପାଣି ପହଞ୍ଚିଛି ।
ଗୋଟିଏ କି ଦୁଇଟି ନୁହେଁ ବସ୍, ଟ୍ରକ, କାର୍ ସବୁ ଏବେ ପାଣି ଘେରରେ । କାଶ୍ମୀର ଗେଟରୁ ଆଇଟିଓକୁ ଯାଉଥିବା ବେଳେ ହଠାତ୍ ଫ୍ଲାଏଓଭର ତଳ ରାସ୍ତାରେ ପାଣି ଜମିବାରୁ ଏଭଳି ସ୍ଥିତି ଉପୁଜିଛି । କୌଣସି ବାଟ ନପାଇ ଶେଷରେ ନିଜ ନିଜ ଗାଡ଼ିକୁ ଏଠି ଥୋଇ ଲୋକେ ଆଶ୍ରୟ ନେଇଛନ୍ତି ।
କେନ୍ଦ୍ର ସରକାରଙ୍କ ସହାୟତା ଲୋଡ଼ିଲେ କେଜ୍ରିୱାଲ,ବନ୍ୟା ସ୍ଥିତି ନେଇ ବୈଠକ ଡାକିଲେ ଉପରାଜ୍ୟପାଳ।
ଇଷ୍ଟ ଦିଲ୍ଲୀ ଓ ସେଣ୍ଟ୍ରାଲ ଦିଲ୍ଲୀ ମଧ୍ୟରେ ଯାତାୟତ ପ୍ରଭାବିତ । ପଞ୍ଜାବରେ ପାଣିଘେରରେ ଥିବା ଶତାଧିକ ଲୋକଙ୍କୁ ଉଦ୍ଧାର କଲା ବିଏସଏଫ୍ ।