ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା।
Published By: Sarbeswar
Last updated: 24 July 2023, 04:50 PM IST
ପ୍ରବଳ ଦାବି ପରେ ଆଜିଠୁ ଖୋଲିଛି ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାର । ପୁରୀବାସୀ ଏହି ପଶ୍ଚିମଦ୍ୱାର ଦେଇ ଶ୍ରୀମନ୍ଦିରକୁ ପ୍ରବେଶ କରିପାରିବେ । ଏନେଇ ସୂଚନା ଦେଇଛନ୍ତି ପୁରୀ ଉପଜିଲ୍ଲାପାଳ । ତେବେ ପୁରୀ ବାସିନ୍ଦା ପରିଚୟପତ୍ର ଦେଖାଇ ପଶ୍ଚିମ ଦ୍ୱାର ଦେଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ ବୋଲି ସୂଚନା ମିଳିଛି ।