• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ପରବର୍ତ୍ତୀ ୨୪ ଘଣ୍ଟାରେ ସେହି ସମାନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ନେଇ ସମ୍ଭାବନା ମଧ୍ୟ ରହିଛି । ଏହାର ପ୍ରଭାବରେ ୨୫ ତାରିଖ ବେଳକୁ ରାଜ୍ୟର ବର୍ଷା ବିସ୍ତୃତି ଆଶଙ୍କା ରହିଛି । ଆଜି ଦକ୍ଷିଣ ଓଡ଼ିଶାର ବର୍ଷାର ପରିମାଣ ଅଧିକ ରହିପାରେ । ୨୭ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଅନ୍ୟପଟେ ଘୂର୍ଣ୍ଣିବଳୟ ପ୍ରଭାବରେ ଗତ ଦୁଇ ଦିନ ହେଲା ରାଜ୍ୟରେ ଜାରି ରହିଛି ବର୍ଷା। 

ତେବେ ହେଉ ନଥିଲା ତ ହେଉ ନଥିଲା...ଏବେ ହେଲା ଯେ ସମସ୍ତଙ୍କର ମନ ଖୁସି କରିଦେଲା ବର୍ଷା । ବର୍ଷା ନହେବାରୁ କ୍ଷେତକୁ ଦେଖିବା ପରେ ଯେଉଁ ଚାଷୀ ଭାଇ ମୁଣ୍ଡରେ ହାତ ଦେଇ ବସୁଥିଲା ଏବେ ବର୍ଷା ହେବା ପରେ ସେହି କ୍ଷେତକୁ ଦେଖି ଏବେ ଖୁସି ହେଉଛି । ବର୍ଷା କାରଣରୁ ଏବେ ରୁଆ-ପୋତା କାମରେ ବ୍ୟସ୍ତ ଅଛି ଚଷା ପୁଅ । କାରଣ ଶ୍ରାବଣ ଅଧା ହେଲାଣି, ହାତରେ ସମୟ କମ୍‌ ରହିଛି । ତେଣୁ ତରତର ହୋଇ କାମରେ ବ୍ୟସ୍ତ ଚାଷୀ ଭାଇ । ବର୍ଷା ହେବାରୁ ଏବେ ବେଶ୍‌ ଆନନ୍ଦିତ ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାଷୀ ।

କଥାରେ ଅଛି ଚାଷ ତରତର ବଣିଜ ମଠ । ସେଇଥିପାଇଁ ତ ସକାଳ ହେବା ମାତ୍ରେ ବିଲରେ କାମ କରିବାକୁ ବାହାରିଯାଉଛନ୍ତି ସେମାନେ । କିଏ ବଳଦରେ ହଳ କରୁଛନ୍ତି ତ ଆଉ କିଏ ଟ୍ରାକ୍ଟରରେ । ହେଲେ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ, ସଅଳ ବିଲରେ ଚାଷ ଆରମ୍ଭ ହେବ ଆଉ ଅମଳ ଭଲ ହେବ । ବର୍ଷା ହେବାରୁ ସିନା ଚାଷୀମାନେ ଚାଷ ଆରମ୍ଭ କରିଦେଲେ କିନ୍ତୁ ଆଗାମୀ ଦିନରେ ଯଦି ଭଲରେ ବର୍ଷା ନହୁଏ ତେବେ ସ୍ଥିତି ପୂରା ଖରାପ ହେବା ସହିତ ଲୋନ୍‌ ଟଙ୍କା ସୁଝିବା କଷ୍ଟରେ ହେବ ବୋଲି କହିଛନ୍ତି ଲୋକେ ।