ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?
ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମକୁ ନେଇ ଚର୍ଚ୍ଚା ଉଭୟ ସଂଗଠନର ସଂପ୍ରସାରଣ କରାଯିବା ସହ ଅନେକ ନୂଆ ମୁହଁକୁ ସାମିଲ କରାଯାଇଛି । ଅନ୍ୟପଟେ ୨୦୧୯ରୁ ରାଜ୍ୟରେ କଲେଜ ଇଲେକ୍ସନ ବନ୍ଦ ଥିବା ବେଳେ ଦଳୀୟ ପ୍ରଚାରପ୍ରସାର ଲାଗି ଯୁବ ଓ ଛାତ୍ର ନେତାଙ୍କୁ ବ୍ୟବହାର ଲାଗି ବିଜେଡିର ଏହି ଷ୍ଟ୍ରାଟେଜୀ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।
ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।
ହୃଦଘାତ ନୁହେଁ ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା । ତାଙ୍କର ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଅନେକାଂଶରେ ସତ ସାବ୍ୟସ୍ତ କରିଛି ପୋଷ୍ଟମର୍ଟମ ରିପୋର୍ଟ । ସୋନାଲିଙ୍କ ଶରୀରରେ ଅନେକଗୁଡିଏ କ୍ଷତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା । ଅନ୍ୟପକ୍ଷରେ ମାମଲାକୁ ବଳ ଦେଇଛି ଘଟଣା ଘଟିଥିବା ରାତିର ସିସିଟିଭି ଫୁଟେଜ୍ ।
ସୌମ୍ୟଙ୍କ ମାଆଙ୍କୁ ହ୍ୱାଟସଆପରେ ଶ୍ୱେତା ଦେଇଥିବା ମେସେଜ୍ ପାର୍ଟ-୨ ଏବେ ସାମନାକୁ ଆସିଛି। ଓଟିଭି ହାତରେ ଲାଗିଛି ସେହି ମେସେଜ। ଶ୍ୱେତା ଚାହୁଁଥିଲେ ସବୁକିଛି ସେଟେଲ୍ କରିବାକୁ। ତାଙ୍କ ପଇସା ସୌମ୍ୟ ଫେରାଇ ଦିଅନ୍ତୁ। ଏଥିପାଇଁ ସେ ବାରମ୍ବାର ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରୁଥିଲେ।
ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା।
କନିକା ତହସିଲରେ ଜମି ଜାଲିଆତି ଅଭିଯୋଗ। ଜମିବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକେ ଜାଣିନାହାନ୍ତି। ତହସିଲ ଅଫିସରେ ଚଞ୍ଚକତା କରାଯାଇ ୧ ଏକର ମୂଲ୍ୟବାନ ଜମିକୁ ଅନ୍ୟ ଜଣଙ୍କ ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି…
ପ୍ରେତାତ୍ମା କାନ୍ଦୁଛି। କାନ୍ଦି କାନ୍ଦି କହୁଛି ହତ୍ୟା କାହାଣୀ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ଗତ ମାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହତ୍ୟା ଘଟଣା ପରେ ଗାଁରେ ଏବେ ଆଉ ଜଣେ ଯୁବତୀଙ୍କଠାରେ ମୃତ ଛାତ୍ରୀର ପ୍ରେତାତ୍ମା ଲାଗିଛି ବୋଲି ଲୋକେ କହୁଛନ୍ତି। ଏମିତି ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେଉନାହୁଁ।
ଜୀବନ ବେଳେ ବେଳେ ଏମିତି କଷ୍ଟ ଭୋଗେ। ପାଣି ଘେରରେ ଥାଇ ବି ପିଇବାକୁ ମୁନ୍ଦେ ପାଣି ମିଳେ ନାହିଁ। ଜନିଷପତ୍ର ଧରି ଆଜବେଷ୍ଟର୍ସ ଉପରେ ବସିବାକୁ ପଡ଼ିପାରେ... ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲାର
କେବେ ତୁଟିବ କଂଗ୍ରେସରେ କଳି। ଗୋଡ଼ିଆ ଗୋଡି ହୋଇ କଳି ଲାଗି ରହିଛି। ଏବେ ଅଡୁଆ ସୂତାରେ ଘାଣ୍ଟି ହେଉଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। କାହିଁକି, କଣ ପାଇଁ ବିବାଦ ପିଛା ଛାଡୁନି..
ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !
ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ BMC କହୁଛି- ସମସ୍ୟା ନାହିଁ ସମାଧାନ ସରିଛି। ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ।
୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ। କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ପାଇଁ ଏକଜୁଟ୍ ନହେଲେ ଭଗବାନ ବି ଦଳକୁ ବଞ୍ଚାଇ ପାରିବେନି।
ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ କାହା ନାଁରେ ନାମିତ ହେବ ତାକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ନାମକରଣକୁ ନେଇ ଏଣେ ତେଜିଛି ରାଜନୀତି।
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା! କାହିଁକି ଜଣେ ଅଫିସରଙ୍କୁ ମିଳୁଛି ବାରମ୍ବାର ଏକ୍ସଟେନସନ୍ ? ସିନିୟରଙ୍କୁ ଅଣଦେଖା କରି ଜୁନିୟରଙ୍କୁ କାହିଁକି ଦିଆଯାଉଛି ନିଯୁକ୍ତି? ଟପ୍ ପୋଷ୍ଟରେ ନିଯୁକ୍ତି ବେଳେ ଦକ୍ଷତା ନା ଆନୁଗତ୍ୟକୁ ମିଳୁଛି ଗୁରୁତ୍ୱ?
ଅତୀତରେ ଅନେକ ଆତଙ୍କ ଦେଖାଇଛି ଆଇଏସ୍ ଆତଙ୍କବାଦୀ ସଂଗଠନ। ୨୦୧୫ରେ ପ୍ୟାରିସ୍ ଆକ୍ରମଣକୁ ଦେଖି ସବ୍ଧ ହୋଇଯାଇଥିଲା ବିଶ୍ୱ। ଏବେ ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଆଗେଇ ଆସିଛନ୍ତି ଋଷ-ଆମେରିକା...
ସବୁବେଳେ ଆତଙ୍କବାଦୀ ସଂଗଠନ ଆଇଏସ ନାଁକୁ ନେଇ ଚର୍ଚ୍ଚା। କଥା ଉଠିଲେ ଥରହର ହୋଇଉଠେ ବିଶ୍ୱ। ତେବେ ଆଇଏସ ପ୍ରତିଷ୍ଠା ପଛରେ କଣ ରହିଛି ଉଦ୍ଦେଶ୍ୟ?
ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...
ମାଆଲୋ କଣ ହେଲା। ବିଚ୍ ରାସ୍ତା ଉପରେ ମାରଧର ହେଲେ। ପ୍ରଥମେ ପୁରୁଷ, ପରେ ଦୁଇ ମହିଳା ହେଲେ ମୁହାଁମୁହିଁ...
ସିନେମାର ରୁପେଲି ପରଦାରେ ଜହ୍ନକୁ ନେଇ କେତେ କଣ କାହାଣୀ ଚିତ୍ରିତ କରାଯାଇଛି I ଆପଣ ସେମିତି କିଛି ସିନେମା ଦେଖିଛନ୍ତି କି ?
ଆକାଶରେ ଯେଉଁ ଜହ୍ନ ଦେଖୁଛନ୍ତି । ସେଇ ଜହ୍ନର ଅଛି ଅଜଣା ରହସ୍ୟ। ଆପଣ ଯେତିକି ଜାଣିଛନ୍ତି ଏ ରହସ୍ୟ କଥା ଜଣିଲେ ଆପଣବି ଭାବିବାକୁ ବାଧ୍ୟ ହେବେ । ଜହ୍ନରେ ଏତେ ଗହନ କଥା ଅଛି !
ପୁଣି ଛ ମାସ ବଢିଲା ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ । ରାଜ୍ୟ ସରକାରଙ୍କ ସୁପାରିସକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି । ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହୋଇଛି ।
ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି । ସୁରେଶ ମହାପାତ୍ରଙ୍କ ଉପରେ ପୁଣି ଭରସା କରିଛନ୍ତି ନବୀନ ସରକାର । ଆଉ ୬ ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ରର ଅନୁମୋଦନ ମିଳିଛି । ସେପ୍ଟେମ୍ବର ୧ରୁ ୨୦୨୩ ଫେବ୍ରୁଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଛି । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବକୁ କେନ୍ଦ୍ର ପକ୍ଷରୁ ଅନୁମୋଦନ ଦିଆଯାଇଛି ।
ମାନହାନୀ ମାମଲା ଦାୟର କଲେ ଅଭିନେତ୍ରୀ ପ୍ରକୃତି ମିଶ୍ର । ନିଜ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ନ୍ୟାୟ ପାଇଁ ଗତକାଲି ଉଚ୍ଚ ନ୍ୟାୟଳୟକୁ ଯାଇଥିବା ପ୍ରକୃତି ଆଜି ଭୁବନେଶ୍ୱର କୋର୍ଟରେ ମୋଟ୍ ୫ କୋଟି ୧୦ ଲକ୍ଷ ଟଙ୍କାର ମାନହାନୀ ମାମଲା ଦାୟର କରିଛନ୍ତି ।
ସଫ୍ଟେଓ୍ୱୟାର ଇଂଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ତାଙ୍କ ବୟଫ୍ରେଣ୍ଡ ୨୭ ବର୍ଷିୟ ସୌମ୍ୟଜିତ ମହାପାତ୍ରଙ୍କ ବିରୋଧରେ ଚନ୍ଦ୍ରଶେଖରପୁର ପୋଲିସ ମାମଲା ରୁଜୁ କରିଛି। ସୌମ୍ୟଜିତଙ୍କ ବିରୋଧରେ ଲାଗିଛି ଆଇପିସିର ଦଫା ୩୦୬ ଅର୍ଥାତ୍ ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ମାମଲା ଶ୍ୱେତାଙ୍କ ବାପାଙ୍କ ଅଭିଯୋଗକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଥିବା ବେଳେ ହାଜର ହେବା ପାଇଁ ସୌମ୍ୟଜିତଙ୍କୁ ନୋଟିସ କରିଛି।