ମୁଁ ଥାନାକୁ ଗଲି ଅଭିଯୋଗ କରିବାକୁ। ସେ କହିଲେ ଯଦି FIR ଦେବୁ ତୋ ସିମ୍ ବ୍ଲକ୍ ହେଇଯିବ। ଯା SP ଆଉ DGଙ୍କୁ କହ।
ଘରର ରୋଜଗାରିଆ ପୁଅକୁ ରୋଗ ଘାରିଛି। ଭଙ୍ଗା ଘରେ ସପରିବାର ରହୁଛନ୍ତି। କେତେବେଳେ ଘର ଭାଙ୍ଗିଯିବ ତାର କିଛି ହିସାବ ନାହିଁ। ବର୍ଷା ହେଲେ ଛନକା… ଏ ପରିବାର କଣ ସରକାରୀ ସୁବିଧା ପାଇବା ପାଇଁ ହକଦାର ନୁହଁନ୍ତି?
ଆବେ ସଃ… ତୋ ବୋପା ଭଲ ରାଜନେତା? ତୋ ବୋପାର ହଜମ ଶକ୍ତି ଏତେ ଯେ, ଯେତେ କାମ ଆସିଥିଲ ସବୁ ଟଙ୍କା ହଜମ କରିଦେଲା। ଆଉ ତୁ ଆସିଛୁ ମୋ ବେକରେ ମାଳା ପକେଇ ସେଲ୍ଫି ନେବୁ ବୋଲି? ସଃ… ଲଜ୍ଜା ନାହିଁ ମୁହଁରେ…
ନଦୀରେ ପ୍ରଖର ସୁଅ। ସେପଟେ ଡାକ୍ତରଖାନା ଏପଟେ ଗର୍ଭବତୀ ମହିଳା। ୯ମାସର ଗର୍ଭଧାରଣ କରିଥିବା ଏହି ଆସନ୍ନପ୍ରସବା ମହିଳା ଜଣକ ରସହଣ୍ଡାରେ ନଈ ପାର ହେବେ ! ଦୁଇ ଦଶନ୍ଧିର ଏ ସ୍ଥିର ସରକାର ଶେଷରେ ଗର୍ଭବତୀ ମହିଳାଙ୍କୁ ହଣ୍ଡାରେ ନଈ ପାର କରାଇ ହାତ ଟେକିଦେଲା !
ଦଶମ ଶ୍ରେଣୀର ଝିଅଟିଏ। ତାକୁ ପାଳିଥିବା ବାପାଙ୍କର ମୃତ୍ଯୁ ହୋଇଯାଇଛି। ମାଆ ମାନସିକ ରୋଗୀ। ସେ ମୁଖ୍ଯମନ୍ତ୍ରୀଙ୍କୁ ଚିଠି ଲେଖିଛି, ‘ଏତେ ବଡ଼ ଦୁନିଆରେ ମୁଁ କେମିତି ଚଳିବି? ମତେ ସାହାଯ୍ଯ କର। ପାଖ ପଡ଼ୋଶୀରେ ମତେ ସମସ୍ତେ ଘୃଣା କରୁଛନ୍ତି।‘
ଏ ପିଲେ ପାଖେଇ ଯା… ଆମ ସୁର ଭାଇ ଆସିଲେଣି ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବେ… ଆଲୋ ହେ… ଏଠି ବନ୍ୟା ବିପନ୍ନଙ୍କୁ ଭେଟୁଛ ନା ମୁଣ୍ଡଳି ବୁଲି ସେଲ୍ଫି ନେଉଛି? ହଉ ନିଅ, ମୁଣ୍ଡଳୀ ମାଛ କିଲେ ବି ନେଇଯା ଆଉ…
SRCଙ୍କ ସୂଚନା ଅନୁଯାୟୀ, ଏହି ବନ୍ୟା ବିପତ୍ତି ଭିତରେ ୫ଟି ସାପ କାମୁଡ଼ା ମାମଲା ସାମ୍ନାକୁ ଆସିଲାଣି ।
ଜୀବନ ଖାଲି ବଞ୍ଚିଛି, କିନ୍ତୁ ଦଇବ ଦିଆ ଦୁର୍ଦ୍ଦଶା ସାଙ୍ଗକୁ ବ୍ୟବସ୍ଥାର ଅବ୍ୟବସ୍ଥା ବେଡ଼ି ଉପରେ କୋର଼ଡ଼ା ସାଜିଛି ଜଗତ୍ସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ସ୍ଥିତି।
ଉତ୍ତର ଓଡ଼ିଶାରେ ସର୍ବାଧିକ ବର୍ଷା ହେବ, କାଲିଠୁ କମିଯିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।
ବହୁ ସ୍ଥାନରେ ବିପନ୍ନଙ୍କ ଅଭିଯୋଗ, ରିଲିଫ୍ ତ ଦୂରର କଥା, ପ୍ରଶାସନ ପକ୍ଷରୁ ସେମାନଙ୍କ ନିକଟରେ ଶୁଦ୍ଧ ପାନୀୟ ଜଳ ଟିକେ ବି ପହଞ୍ଚି ପାରିନି ।
ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିବା ବେଳେ ପାରାସିଟାମଲ ଭଳି ଏକ କମ୍ ଦାମ୍ର ଔଷଧ ବିକ୍ରିରେ ଏତେବଡ଼ ଲାଞ୍ଚ କାରବାର ହେବା ସମ୍ଭବ ନୁହେଁ ବୋଲି ମତ ଦେଇଛନ୍ତି ବିଶେଷଜ୍ଞ ।
୪୫ ମିନିଟ୍ ଅଟକି ରହିଲା ଟ୍ରେନ.. ଅଧ ରାତିରେ ସହର ଶୋଇଥିଲା, ଟ୍ରେନ ଆଗକୁ ବଢୁଥିଲା...ଏତିକି ବେଳେ ହଠାତ୍ କୁନିଙ୍କର ହୋଇଥିଲା ପ୍ରସବ ଯନ୍ତ୍ରଣା। ଉପସ୍ଥିତ ଥିବା ଆରପିଏଫ୍ ଯବାନଙ୍କ ସାହାଯ୍ୟରେ ଚଳନ୍ତା ଟ୍ରେନରେ ଜନ୍ମ ହେଲା ନବଜାତ ଶିଶୁ ପୁତ୍ର। କୁନି ପୁଅ ପାଇଁ ୪୫ ମିନିଟ୍ ପର୍ଯ୍ୟନ୍ତ ଅଟକି ରହିଲା ଏକ୍ସପ୍ରେସ ଟ୍ରେନ୍
ବର୍ଷା ସିନା ଛାଡ଼ି ଯାଇଛି ହେଲେ ଲୋକଙ୍କର ଦୁର୍ଦ୍ଦଶା ବଢ଼ି ଯାଇଛି... କେଉଁଠି ଛାତ ଉପରେ ଚୂଲି ତ କେଉଁଠି ଚୁଲି ଭିତରେ ପାଣି... କେଉଁଠି ଭାସି ଭାସି ଆସୁଛି ରନ୍ଧା ଖାଦ୍ୟ ତ ଆଉ କେଉଁଠି ଚୂଡା ଗୁଡ଼ ପାଇଁ ଅଶାନ୍ତି। ବନ୍ୟା ବିପନ୍ନଙ୍କ ଅବସ୍ଥା ସଚୋନୀୟ... ଦେଖନ୍ତୁ ସାରା ଓଡ଼ିଶାରୁ ଟିକିନିକି ଦୃଶ୍ୟ
ହାଏରେ ଦଇବ ତୁ ଏ କି କଲୁ? ଆଧୁନିକ ସମାଜରେ ଏମିତି କୁସଂସ୍କାର ଆଜି ବି ରାଜ୍ କରୁଛି? ମାଆର ଦେହ ଖରାପ ହେଲା ଯେ, ପୁଅ ମାନେ ମେଡିକାଲ୍ ନେଲେ। ଜାତି ଭାଇ ଗାଁ ଲୋକଙ୍କୁ ଡରି ବାସନ୍ଦ ଭୟରେ ନିଜ ଜନ୍ମକଲା ମାଆକୁ ଦୁଇ ପୁଅ ବାଧ୍ୟ ହୋଇ ମଶାଣିରେ ଛାଡ଼ିଦେଲେ। ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକେଇ ଆସିବ। ଅନ୍ଧ ବିଶ୍ୱାସର ଅନ୍ଧଗଳିରେ ହଜିଯାଇଛି ହୃଦୟ
୧୯୮୨ ମସିହାରେ ମିଞ୍ଜିମିଞ୍ଜି ହୋଇ ଜଳୁଥିବା ଦୀପଟିଏ ଧରି ମୁଁ ଭିତର ରତ୍ନଭଣ୍ଡାରକୁ ଯାଇଥିଲି। ସେଠି ମୁଁ ଯାହା ଦେଖିଛି, ଆପଣ ଶୁଣିଲେ ଅବାକ୍ ହୋଇଯିବେ। ବିରାଟ ବିରାଟ ସିନ୍ଦୁକରେ ଶହ ଶହ ହୀରାନୀଳା ମୋତି ମାଣିକ ଖଚ୍ଚିତ ମୁକୁଟ। ପ୍ରଭୁଙ୍କ କୁଣ୍ଡଳ କଦଳୀ ଭଣ୍ଡାପରି
ନିଶା ନିବାରଣ ନାଁ କହି ଏ ଦୁଇ ନାରୀ ନେତ୍ରୀ ମୋ ମଦ ଦୋକାନ ଭାଙ୍ଗିଦେଲେ। ଦେଖିଲା ବେଳକୁ ଅଣ୍ଟାରେ ଦି ଚାରି ବୋତଲ ଖୋସି ନିଜ ଗେରସ୍ତଙ୍କ ପାଇଁ ନେଇ ପଳେଇଲେ। ପଚାରିଲାରୁ କହିଲେ ଦେହ ହାତ ପିଡା ହେଉଛି, ଠିପିଏ ମାରିଦେଲେ ଦରଜ କମିଯିବ।
ନବୀନ ସରକାର ନମ୍ବର ୱାନ୍ ବୋଲି ଚାରିଆଡ଼େ ପ୍ରଚାର ହେଉଛି। ଏ ସ୍ଥିର ସରକାର ନିଜକୁ ଅପ୍ରତିଦ୍ୱନ୍ଦ୍ୱି ବୋଲି ପ୍ରତିପାଦିକ କରୁଛି। ଦୀର୍ଘ ୨ ଦଶନ୍ଧିରୁ ଅଧିକ କାଳ ଶାସନରେ ଥାଇ ଏ ସରକାର ଯଦି ପୋଲ ଖଣ୍ଡିଆ କରି ପାରିଲା ନାହିଁ ତେବେ ଜନତା ଏଠି କଣ କରିବେ?
କୋରାପୁଟରେ ଏବେ ମିଳୁଛି ଶ୍ରାବଣ ଛତୁ। ଏ ଛତୁ ମଟନ୍ ଠାରୁ ବି ଅଧିକ ଦାମ। ମଟନ୍ କେଜି ଯଦି ୭୦୦ କିମ୍ବା ୮୦୦ ଟଙ୍କା ଏ ଶ୍ରାବଣ ଛତୁର ଦାମ ତା ଠୁ ଆହୁରି ଦୁଇଗଣ ଅଧିକ। ତଥାପି ଏ ଛତୁ କିଣିବାକୁ ଲୋକେ ଭାରି ଆଗ୍ରହୀ। ଚାଲନ୍ତୁ ଦେଖିବା କୋରାପୁଟରୁ ଏଇ ଶ୍ରାବଣ ଛତୁର କାହାଣୀ
ବାପା-ମାଆ ରାସ୍ତା କଡରେ ଚୁଡ଼ି ଦୋକାନ କରିଛନ୍ତି, ଝିଅ ରମାଦେବୀରେ ଟପ୍ପର। ପ୍ରଶାସନିକ ଅଧିକାରୀ ହେବାକୁ ଇଚ୍ଛା ରଖି କରୁଛନ୍ତି ଅକ୍ଲାନ୍ତ ପରିଶ୍ରମ।
ଇଏ ବାବୁଲା... ଦିନେ ବସ୍ ରେ କାମ କରୁଥିଲେ। ହେଲେ ଦୁର୍ଘଟଣାରେ ତାଙ୍କର ଆଜି ଏ ଅବସ୍ଥା। ଘର ଭାଙ୍ଗିଯାଇଛି। ଏଣେ ଗୋଡ଼ର ଅବସ୍ଥା ଏମିତି... ଘର ଚଳିବ କେମିତି
ମାନବ ସେବା ହିଁ ମାଧବ ସେବା। ବନ୍ଧୁ, ଏଠି ସମସ୍ତେ କାନ୍ଧରେ ପାଣି ଭାର ଧରି ଶହ ଶହ କିଲୋମିଟର ଯାଉଛନ୍ତି ମହାଦେବଙ୍କୁ ଜଳଲାଗି କରିବା ପାଇଁ। କିନ୍ତୁ ଏ ଭାଇ ଜଣକ, ଜାତି ଧର୍ମ, ବର୍ଣ୍ଣ ଭେଦଭାବ ନ ରଖି ମାନବ ସେବା କରୁଛନ୍ତି। ଏ କଣ ପୂନ୍ୟ ଅର୍ଜନ କରୁ ନାହାନ୍ତି ?
ଯାହା ନଜରକୁ ଆସୁଛି, ତାକୁ ସହଜେ ବିଶ୍ୱାସ କରିବା କଷ୍ଟ।
ପୁରୀ ଜିଲ୍ଲା ଷୋଳପୁର ଗାଁ ବାସିନ୍ଦା ଜୀବନ ବିକଳେ ଗାଈ ଗୋରୁ, ପିଲା ଛୁଆଙ୍କୁ ଧରି ଏକପ୍ରକାର ଅଖିଆ ଅପିଆ ଅବସ୍ଥାରେ ପଡ଼ିରହିଛନ୍ତି ।
କଟକ ଜିଲ୍ଲାର ସବୁଠୁ ଅଧିକ ପ୍ରଭାବିତ ବାଙ୍କି ବ୍ଲକ୍ ଶିମିଳିପୁର ପଞ୍ଚାୟତ ସୁତାଖଳା ଗାଁର ସ୍ଥିତି ଅତି ଦୟନୀୟ ।
ପୂର୍ବରୁ ୧୯୮୨, ୨୦୦୧, ୨୦୦୬, ୨୦୦୮, ୨୦୧୧, ୨୦୨୦ରେ ମହାନଦୀ ଅବବାହିକାରେରେ ବି ବଡ ବନ୍ୟା ଆସିଥିଲା।