ଆଲୋ ଆଲୋ ଇଏ କଣ? ପିଲା ହାତରେ କଟୁରୀ? ଇଏ କଣ? ଦେଖୁନୁରେ ନାରଣ, କେମିତି ପାପୁଲି ଛିଡିଛି। ହେଲେ ସ୍କୁଲରେ ତ ପାଠ ପଢା ହେବା କଥା...ଏ ପିଲା କଟରୀ ଧରିଲା କାହିଁକି? ସବୁ ଆମେ କହିବୁ, ତୁ କଣ ଲେମ୍ବୁ ଟା ଦେଖିବୁ?
ଝାଡ଼ଖଣ୍ଡରେ ରାଜନୈତିକ ସଂକଟ: ଅଫିସ ଅଫ୍ ପ୍ରଫିଟ ମାମଲାରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିଧାୟକ ପଦ ରଦ୍ଦ ନେଇ ନିର୍ବାଚନ କମିଶନଙ୍କ ସୁପାରିଶ ପରେ, ରାଜ୍ୟପାଳଙ୍କ ନିଷ୍ପତ୍ତିକୁ ଅପେକ୍ଷା। ନିଜ ଆସନ ଟଳମଳ ହେଉଥିବା ବେଳେ, ସରକାର ବଞ୍ଚାଇବାକୁ କସରତ ଆରମ୍ଭ କରିଛନ୍ତି ହେମନ୍ତ।
ଏଥର ଖେଳ ଜମିବ। ହେଲେ ବାଇନ ଟିକେ କହିଲ ତମ କ୍ୟାପଟେନ୍ କିଏ ଆଉ ତମ ଗୋଲ୍ କିପର୍ କିଏ?
ନିଜ ପାଖ ଗାଁରେ ପାଠ ପଢ଼ିବ ବୋଲି ପିଲାଟି ଦୂର ଗାଁର ସ୍କୁଲରୁ TC ଧରି ଆସିଲା। ହେଲେ ନିଜ ଗାଁ ସ୍କୁଲରେ ନାଁ ଲେଖାଇ ପାରିଲାନି। ତାକୁ କାଳେ ଲାଞ୍ଚ ମଗା ଯାଇଛି ବୋଲି ପରିବାର ଲୋକେ ଅଭିଯୋଗ କରୁଛନ୍ତି। ସେଇଥିପାଇଁ ପିଲାଟି ସ୍କୁଲ୍ ସାମ୍ନାରେ ଚଣା ବିକି ପ୍ରତିବାଦ କରୁଛି।
ଦିଲ୍ଲୀପ ଓ ଚାନ୍ଦିନୀଙ୍କ ପ୍ରେମକାହାଣୀ ଦିନେ ଚର୍ଚ୍ଚାରେ ଥିଲା। ଆଉ ଆଜି ଚର୍ଚ୍ଚା ପୁଣି ବଢ଼ିଛି। ମିସ୍ କଲ୍ ରୁ ପ୍ରେମ ହେଲା। ପ୍ରେମ ବିବାହର ରୂପ ନେଲା। ସରକାରଙ୍କ କାନରେ ଏ ଖବର ପଡ଼ିବା ପରେ ଉଭୟଙ୍କୁ ଅଢ଼େଇ ଲକ୍ଷ ଟଙ୍କାର ବିବାହ ପ୍ରୋତ୍ସାହନ ରାଶୀ ମିଳିଲା। ଏବେ ସମସ୍ତେ କହୁଛନ୍ତି ସାବାସ୍ ଚାନ୍ଦିନୀ...
ଏମିତି ସ୍କୁଲ ଆପଣ ଜୀବନରେ ଦେଖିନଥିବେ। ଯେଉଁଠି ଠାକୁର, ସେଇଠି ସ୍କୁଲ୍। ଭକ୍ତ ଆସି ପୂଜାପାଠ କରୁଛନ୍ତି, ଘଣ୍ଟି ବଜାଉଛନ୍ତି। ଆଉ ସେଇଠି ଠାକୁରଙ୍କ ଆଗରେ ବସି ପାଠ ପଢୁଛନ୍ତି ଛୋଟ ଛୋଟ ପିଲା। ପୂଜାପାର୍ବଣ ଆସିଲେ, ମନ୍ଦିରରେ ଗହଳି ବଢ଼େ, ତେଣୁ ସ୍କୁଲ ବନ୍ଦ। ଆଉ ମଧ୍ୟାହ୍ନ ଭୋଜନ ହୁଏ ମନ୍ଦିର ପ୍ରାଙ୍ଗଣରେ।
ଲୋକ ବନ୍ୟା ପାଣିରେ ବୁଡ଼ି ଗଲେଣି ତୁମକୁ ଖେଳ ଘର ଲାଗିଛି ଆଉ? ତମ ଗୋଡ଼ରେ ଏମିତି କାଦୁଅ ନାଗା ଯାଉଛି?
ବିଜେଡି ଯୁବ ଓ ଛାତ୍ର ସଂଗଠନର ଜୁମ୍ବୋ ଟିମକୁ ନେଇ ଚର୍ଚ୍ଚା ଉଭୟ ସଂଗଠନର ସଂପ୍ରସାରଣ କରାଯିବା ସହ ଅନେକ ନୂଆ ମୁହଁକୁ ସାମିଲ କରାଯାଇଛି । ଅନ୍ୟପଟେ ୨୦୧୯ରୁ ରାଜ୍ୟରେ କଲେଜ ଇଲେକ୍ସନ ବନ୍ଦ ଥିବା ବେଳେ ଦଳୀୟ ପ୍ରଚାରପ୍ରସାର ଲାଗି ଯୁବ ଓ ଛାତ୍ର ନେତାଙ୍କୁ ବ୍ୟବହାର ଲାଗି ବିଜେଡିର ଏହି ଷ୍ଟ୍ରାଟେଜୀ ବୋଲି ସମାଲୋଚନା କରିଛନ୍ତି ବିରୋଧୀ ।
ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।
ହୃଦଘାତ ନୁହେଁ ହରିୟାଣାର ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲି ଫୋଗଟଙ୍କୁ କରାଯାଇଛି ହତ୍ୟା । ତାଙ୍କର ପରିବାର ପକ୍ଷରୁ ଅଣାଯାଇଥିବା ଅଭିଯୋଗକୁ ଅନେକାଂଶରେ ସତ ସାବ୍ୟସ୍ତ କରିଛି ପୋଷ୍ଟମର୍ଟମ ରିପୋର୍ଟ । ସୋନାଲିଙ୍କ ଶରୀରରେ ଅନେକଗୁଡିଏ କ୍ଷତ ଚିହ୍ନ ଥିବା ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଥିଲା । ଅନ୍ୟପକ୍ଷରେ ମାମଲାକୁ ବଳ ଦେଇଛି ଘଟଣା ଘଟିଥିବା ରାତିର ସିସିଟିଭି ଫୁଟେଜ୍ ।
ସୌମ୍ୟଙ୍କ ମାଆଙ୍କୁ ହ୍ୱାଟସଆପରେ ଶ୍ୱେତା ଦେଇଥିବା ମେସେଜ୍ ପାର୍ଟ-୨ ଏବେ ସାମନାକୁ ଆସିଛି। ଓଟିଭି ହାତରେ ଲାଗିଛି ସେହି ମେସେଜ। ଶ୍ୱେତା ଚାହୁଁଥିଲେ ସବୁକିଛି ସେଟେଲ୍ କରିବାକୁ। ତାଙ୍କ ପଇସା ସୌମ୍ୟ ଫେରାଇ ଦିଅନ୍ତୁ। ଏଥିପାଇଁ ସେ ବାରମ୍ବାର ସୌମ୍ୟଙ୍କ ମାଆଙ୍କୁ ମେସେଜ୍ କରୁଥିଲେ।
ରାଜ୍ୟରେ ଉତ୍କଟ ହେଉଛି ବେକାରୀ ସମସ୍ୟା। ସରକାରୀ ପଦବୀ ଖାଲି, ହେଲେ ନିଯୁକ୍ତି ନାହିଁ। କାହିଁକି ଏମିତି ସ୍ଥିତି ? ଓଟିଭି ହାତରେ ଲାଗିଥିବା ସରକାରୀ ଚିଠିରୁ ସାମ୍ନାକୁ ଆସିଛି ଏହାର ସବୁଠୁ ବଡ଼ କାରଣ। ସେଇଟା ହେଉଛି ବିଭାଗଗୁଡ଼ିକର ଚରମ ଅବହେଳା।
କନିକା ତହସିଲରେ ଜମି ଜାଲିଆତି ଅଭିଯୋଗ। ଜମିବିକ୍ରି ହୋଇଥିବା ନେଇ ମୃତ ଜମି ମାଲିକଙ୍କ ପରିବାର ଲୋକେ ଜାଣିନାହାନ୍ତି। ତହସିଲ ଅଫିସରେ ଚଞ୍ଚକତା କରାଯାଇ ୧ ଏକର ମୂଲ୍ୟବାନ ଜମିକୁ ଅନ୍ୟ ଜଣଙ୍କ ନାଁରେ ପଟ୍ଟା କରାଯାଇଥିବା ଅଭିଯୋଗ ହୋଇଛି…
ପ୍ରେତାତ୍ମା କାନ୍ଦୁଛି। କାନ୍ଦି କାନ୍ଦି କହୁଛି ହତ୍ୟା କାହାଣୀ। ଏମିତି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋରରେ। ଗତ ମାସରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ହତ୍ୟା ଘଟଣା ପରେ ଗାଁରେ ଏବେ ଆଉ ଜଣେ ଯୁବତୀଙ୍କଠାରେ ମୃତ ଛାତ୍ରୀର ପ୍ରେତାତ୍ମା ଲାଗିଛି ବୋଲି ଲୋକେ କହୁଛନ୍ତି। ଏମିତି ଅନ୍ଧବିଶ୍ୱାସକୁ ଆମେ ପ୍ରଶ୍ରୟ ଦେଉନାହୁଁ।
ଜୀବନ ବେଳେ ବେଳେ ଏମିତି କଷ୍ଟ ଭୋଗେ। ପାଣି ଘେରରେ ଥାଇ ବି ପିଇବାକୁ ମୁନ୍ଦେ ପାଣି ମିଳେ ନାହିଁ। ଜନିଷପତ୍ର ଧରି ଆଜବେଷ୍ଟର୍ସ ଉପରେ ବସିବାକୁ ପଡ଼ିପାରେ... ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲାର
କେବେ ତୁଟିବ କଂଗ୍ରେସରେ କଳି। ଗୋଡ଼ିଆ ଗୋଡି ହୋଇ କଳି ଲାଗି ରହିଛି। ଏବେ ଅଡୁଆ ସୂତାରେ ଘାଣ୍ଟି ହେଉଛନ୍ତି କଟକର କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍। କାହିଁକି, କଣ ପାଇଁ ବିବାଦ ପିଛା ଛାଡୁନି..
ଆଜି ଆଖି କଣ ନ ଦେଖିଲାରେ ନାରଣ। ଆମ୍ୱାଲାନ୍ସ କୁଆଡେ ଗଲା କିରେ। ଟ୍ରାକ୍ଟର ଉପରେ କାହିଁକି ଆସୁଛି ରୋଗୀ !
ସ୍ମାର୍ଟ ସିଟିର ସ୍ଥିତି ସଙ୍ଗୀନ୍। ସହରର ଯୁଆଡ଼େ ଚାହିଁବ କୁଢ କୁଢ ଗଦା ଗଦା ଆବର୍ଜନା। ଗଳି ହେଉ କି ମେନ୍ ରୋଡ୍ ସବୁଠି ପଡିରହିଛି ଅଳିଆ। ପ୍ରାୟ ୨ ସପ୍ତାହ ହେଲା ସହରରୁ ନିୟମିତ ଉଠୁନି ଅଳିଆ। ବିଏମସିର୍ ପରିଚାଳନାଗତ ତ୍ରୁଟି ପାଇଁ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି। ହେଲେ BMC କହୁଛି- ସମସ୍ୟା ନାହିଁ ସମାଧାନ ସରିଛି। ଗ୍ରାଉଣ୍ଡର ସ୍ଥିତି କିନ୍ତୁ ଯଥା ପୂର୍ବଂ ତଥା ପରଂ।
୨୦୨୪ରେ ରାଜ୍ୟରେ କ୍ଷମତାକୁ ଫେରିବ କି କଂଗ୍ରେସ? ୯ରୁ ୯୦ ବିଧାନସଭା ଆସନର ଟାର୍ଗେଟ୍ ରଖିଥିବା ଦଳ ଏଥିରେ କେତେଦୂର ସଫଳ ହେବ? ଏଭଳି ଚର୍ଚ୍ଚା ଭିତରେ ଆଲୋଡନ ସୃଷ୍ଟି କରିଛି ପୂର୍ବତନ ପିସିସି ସଭାପତି ଜୟଦେବ ଜେନାଙ୍କ ବୟାନ। କହିଛନ୍ତି, ୨୦୨୪ କଂଗ୍ରେସ ପାଇଁ ଶେଷ ସୁଯୋଗ ପାଇଁ ଏକଜୁଟ୍ ନହେଲେ ଭଗବାନ ବି ଦଳକୁ ବଞ୍ଚାଇ ପାରିବେନି।
ନୂଆ ନୂଆ ନାଁରେ ନାମିତ ହେବ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା AIIMS। ଏଥିପାଇଁ ଆଞ୍ଚଳିକସ୍ତରର ୪ଟି କ୍ୟାଟେଗୋରିରୁ ପ୍ରସ୍ତାବିତ ନାଁ ସ୍ଥିର କରି ପଠାଇବାକୁ କହିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ। ଏହି କ୍ରମରେ ଭୁବନେଶ୍ୱର AIIMSର ନାଁ କଣ ରହିବ ଓ କାହା ନାଁରେ ନାମିତ ହେବ ତାକୁ ନେଇ ଉତ୍କଣ୍ଠା ବଢୁଥିବାବେଳେ ନାମକରଣକୁ ନେଇ ଏଣେ ତେଜିଛି ରାଜନୀତି।
ପାଓ୍ୱାର କରିଡରରେ ଅଜବ ବ୍ୟବସ୍ଥା! କାହିଁକି ଜଣେ ଅଫିସରଙ୍କୁ ମିଳୁଛି ବାରମ୍ବାର ଏକ୍ସଟେନସନ୍ ? ସିନିୟରଙ୍କୁ ଅଣଦେଖା କରି ଜୁନିୟରଙ୍କୁ କାହିଁକି ଦିଆଯାଉଛି ନିଯୁକ୍ତି? ଟପ୍ ପୋଷ୍ଟରେ ନିଯୁକ୍ତି ବେଳେ ଦକ୍ଷତା ନା ଆନୁଗତ୍ୟକୁ ମିଳୁଛି ଗୁରୁତ୍ୱ?
ଅତୀତରେ ଅନେକ ଆତଙ୍କ ଦେଖାଇଛି ଆଇଏସ୍ ଆତଙ୍କବାଦୀ ସଂଗଠନ। ୨୦୧୫ରେ ପ୍ୟାରିସ୍ ଆକ୍ରମଣକୁ ଦେଖି ସବ୍ଧ ହୋଇଯାଇଥିଲା ବିଶ୍ୱ। ଏବେ ଆତଙ୍କବାଦୀ ସଂଗଠନକୁ ନିପାତ କରିବାକୁ ଆଗେଇ ଆସିଛନ୍ତି ଋଷ-ଆମେରିକା...
ସବୁବେଳେ ଆତଙ୍କବାଦୀ ସଂଗଠନ ଆଇଏସ ନାଁକୁ ନେଇ ଚର୍ଚ୍ଚା। କଥା ଉଠିଲେ ଥରହର ହୋଇଉଠେ ବିଶ୍ୱ। ତେବେ ଆଇଏସ ପ୍ରତିଷ୍ଠା ପଛରେ କଣ ରହିଛି ଉଦ୍ଦେଶ୍ୟ?
ବିଭିନ୍ନ ସମୟରେ ଲୋନର ଲୋଭ ଦେଖାନ୍ତି। ପ୍ରଥମେ ଲକ୍ଷେ ପରେ ଦୁଇ ଲକ୍ଷ କହି ପାଞ୍ଚ ଲକ୍ଷର ଅଫର ଦିଅନ୍ତି। ଆଉ ତାପରେ...
ମାଆଲୋ କଣ ହେଲା। ବିଚ୍ ରାସ୍ତା ଉପରେ ମାରଧର ହେଲେ। ପ୍ରଥମେ ପୁରୁଷ, ପରେ ଦୁଇ ମହିଳା ହେଲେ ମୁହାଁମୁହିଁ...