କୋରେଇ ଷ୍ଟେସନରେ ଥିବା ଯାତ୍ରୀ ବିଶ୍ରାମଗାରରେ ଟ୍ରେନ୍କୁ ଅପେକ୍ଷା କରିଥିଲେ ମାଆ ପାର୍ବତୀ ଓ ଝିଅ କଣ୍ଢେଇ । ପାଖରେ ଥିଲା ଅଢେଇ ମାସର ନାତି । ଟିକେଟ୍ କାଟି ତିନି ଜଣଙ୍କୁ ୱେଟିଂ ହଲରେ ବସାଇ ଚା ପିଇବାକୁ ଯାଇଥିଲେ ବଳରାମ । ଆଉ ୨୦-୨୫ ମିନିଟ୍ ଡିଏମୟୁରେ କଟକ ଯାଇଥାନ୍ତେ ସମସ୍ତେ । ପେଟରେ ଟ୍ୟୁମର ଥିବାରୁ କଣ୍ଢେଇଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଥିଲା । ହେଲେ କିଏ ଜାଣିଥିଲା କୋରେଇ ଷ୍ଟେସନ ହିଁ ପାଲଟିବ କଣ୍ଢେଇଙ୍କ ଶେଷ ଷ୍ଟେସନ
Published: Sarbeswar
Last updated: 21 November 2022, 10:40 PM IST
ଥମୁନି ପଦ୍ମପୁର ଭୋଟ୍ ରାଜନୀତି। ଫସଲ ବୀମା, ଇନପୁଟ୍ ସବସିଡି, ଜିଲ୍ଲା ଗଠନ ପରେ ଏବେ ରେଳ ପ୍ରକଳ୍ପ। ବରଗଡ଼- ନୂଆପଡ଼ା ରେଳ ପ୍ରକଳ୍ପକୁ ନେଇ ମୁହାଁମୁହିଁ ବିଜେପି-ବିଜେଡି। ପଦ୍ମପୁର ଦେଇ ଯିବାକୁ ଥିବାରୁ ଏବେ ପଲିଟିକ୍ସ ଫୋକସରେ ଏହି ପ୍ରକଳ୍ପ। ଭୋଟରଙ୍କୁ ନିଜ ଆଡକୁ ଟାଣିବାକୁ ଏହାକୁ ଅସ୍ତ୍ର କରିଛନ୍ତି ଉଭୟ ଦଳ। ୪ ବର୍ଷ ଧରି ଚୁପ୍ ବସିଥିବା ବଳେ ହଠାତ୍ ପ୍ରକଳ୍ପ ପ୍ରସଙ୍ଗକୁ ତାଜା କରିଛନ୍ତି ବିଜେପି-ବିଜେଡି। ଏମିତିକି ପ୍ରକଳ୍ପକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ଦୋଷ ଲଦାଲଦି।