ଦିବ୍ୟାଙ୍ଗ ଶିଶୁଙ୍କ ଶିକ୍ଷାଗତ ବିକାଶ ପାଇଁ କେତେ ତତ୍ପର ରାଜ୍ୟ ସରକାର। ଜାଣିବାକୁ ଗୋଟିଏ ଉଦାହରଣ ହିଁ ଯଥେଷ୍ଟ। ସେଇଟି ହେଲା, ଆଜି ଯାଏଁ ରାଜ୍ୟରେ ଜଣେ ହେଲେ ସ୍ପେଶାଲ୍ ଏଜୁକେଟରଙ୍କୁ ନିଯୁକ୍ତି ଦିଆଯାଇ ନାହିଁ। ଏପରିକି ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଉପରେ ବି ବର୍ଷେ ହେଲା ବସି ପଡ଼ିଛନ୍ତି ରାଜ୍ୟ ସରକାର।
ଆରମ୍ଭ ହୋଇଯାଇଛି ସୁପର୍ ସେପ୍ଟେମ୍ବର। ଆଉ ମାସ ଆରମ୍ଭରୁ ବିଭିନ୍ନ ରାଜନୈତିକ ଦଳରେ ପ୍ରତିଯୋଗିତାମୂଳକ ଭାବେ ସ୍ଥିର ହୋଇଛି କାର୍ଯ୍ୟକ୍ରମ। କେହି କାହାକୁ ବାଟ ଛାଡ଼ିବାକୁ ପ୍ରସ୍ତୁତ ନାହାଁନ୍ତି। କାରଣ ସାଧାରଣ ନିର୍ବାଚନକୁ ରହିଲା ଦୁଇ ବର୍ଷରୁ କମ୍ ସମୟ। ସବୁଠାରୁ ବେଶୀ କାର୍ଯ୍ୟକ୍ରମ ରହିଛି ବିଜେପିର ଦଳର।
ଛଳ ଛଳ ଆଖିରେ ଶଯ୍ୟାଶାୟୀ ପୁଅର ସେବା କରୁଛନ୍ତି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଗାଦବାଗୁଡ଼ାର ୭୦ ବର୍ଷୀୟା ସୁଲୋଚନା ଖୁରା..ବୁଢ଼ୀ ବୟସରେ ପୁଅ ସାହାରା ସାଜିବ କଣ, ଓଲଟି ନିଜେ ସାହାରା ଖୋଜୁଛି..ଖିଆପିଆଠୁ ନିତ୍ୟକର୍ମ ଯାଏଁ- ସବୁ କାମ ପାଇଁ
ଗୋଟିଏ ଜାତି, ଗୋଟିଏ କୂଳ, ହେଲେ ଉଭୟଙ୍କ ପାଇଁ ନିୟମ ଭିନ୍ନ। କୌଣସି ଏକ ଅଜଣା କାରଣ ପାଇଁ ଗଞ୍ଜାମ ଖଲ୍ଲିକୋଟ ଥାନା ଫାସୁଳା ଗାଁ ଲୋକଙ୍କ ଉପରେ ଦୀର୍ଘ ୭୦ ବର୍ଷ ଧରି ଲାଗିଛି ଅଜବ ପ୍ରକାର ସାମାଜିକ କଟକଣା।
ଯିଏ ନ୍ୟାୟମୂର୍ତ୍ତି ସାଜି ନ୍ୟାୟ ଦେଉଥିଲେ, ତାଙ୍କ ମୃତ୍ୟୁ ଏବେ ବିବାଦର କାଠଗଡ଼ାରେ..ଯିଏ ଦିନେ ଦୋଷୀଙ୍କୁ ସଜ୍ଜା ଶୁଣାଉଥିଲେ..ସେହି ବିଚାରପତିଙ୍କ ମୃତ୍ୟୁ ପଛରେ ଷଡ଼ଯନ୍ତ୍ର ଅଭିଯୋଗ
ନୂଆଁଖାଇରେ ଆମର ପ୍ରତିବର୍ଷ ଥାଏ ଷ୍ଟେଜ୍ ସୋ’। କେମିତି ବାହାରେ ନବାନ୍ନ ଖାଇବାର ସମୟ? ଯଦି ସଠିକ୍ ସମୟରେ ନୂଆଁ ଖାଇବେ ନାହିଁ ତେବେ ହେବ କଣ? ଶୁଣନ୍ତୁ ଏନେଇ ଖୋଲାକଥାରେ କଣ କହୁଛନ୍ତି ସଂଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ଓ କଣ୍ଠଶିଳ୍ପୀ ସଂଜୁ ମହାନ୍ତି...
ମୋ ପିଲା କହିପାରିବେ ମୁଁ ସୁପରମ୍ୟାନ କି ନୁହେଁ। ରକ୍ତର ସମ୍ପର୍କ ନଥିଲେ ବି ଚରିତ୍ରରେ ଅନେକ ସମୟରେ ନିଜର ବହୁତ ଲୋକ ହୁଅନ୍ତି। ବାପା ଭୂମିକାରେ ଅଭିନୟ କରିବା କିଛି ଛୋଟ କଥା ନୁହେଁ...ହେଲେ ଘରେ ଝିଅ ମୋର ଅଧିକ ଗେହ୍ଲା। ବାପାଙ୍କୁ ନେଇ ଏମିତି କହିଲେ ସିଦ୍ଧାନ୍ତ ମହାପାତ୍ର।
ଇଏ ରାସ୍ତା ନୁହେଁ ଯମଦ୍ୱାରା। ଯିଏ ଗଲା ତା’ର କଣ ହେବ କେହି ବି କହିପାରିବେନି। ପରିସ୍ଥିତି ଏମିତି ହେଲାଣି ଯେ, ରାସ୍ତାରେ ଯିବାକୁ ଡରିଲେଣି ଲୋକେ
ସାନ ପୁଅ ଯାଇଛି ଦାଦନ, ରୋଗରେ ପଡ଼ିଛି ବଡ ପୁଅ...ଆଉ ବାପାକୁ ପାରାଲିସିସ୍....ଯିଏ ଦିନେ କାହାର ସାହାରା ନେଇନଥିଲେ ଆଜି ସିଏ ବାଡିର ବିନା ସାହାରାରେ ପାଦେ ଚାଲିବା କଷ୍ଟକର ହୋଇ ପଡ଼ିଛି। ଯେଉଁ ବୟସରେ ବାପାର ଦାୟିତ୍ୱ ପୁଅ ନେବା କଥା ସେଇ ବୟସରେ ସେ ଅନ୍ୟ ଉପରେ କରୁଛନ୍ତି ନିର୍ଭର। ସରକାରୀ ସହାୟତା ନମିଳିଲେ ଭାସିଯିବ ପରିବାର...
ସବିସିଡି ଆଶାରେ ଆକାଉଣ୍ଟରୁ ନେଇ ଗଲେ ୭୨ ହଜାର ଟଙ୍କା। ଆଉ ଫୋନ୍ କରି କହୁଛନ୍ତି ଆଉ ୩୦୦ ଟଙ୍କା ବାକି ଅଛି, ସେଇଟାକୁ ବି ନେବୁ। ବାସ୍ ଏତିକି ଶୁଣିବା ପରେ ଆକାଉଣ୍ଟ ହୋଲଡୋର୍ କହିଲେ...
ଝିଅ ଜନ୍ମ କରି ନିଜକୁ ଧନ୍ୟ ମନେ କରୁଛନ୍ତି ବାପା-ମାଆ। ଏମିତିକି ଝିଅର ପାଦକୁ କ୍ଷୀରରେ ଧୋଇଲେ...ପରେ ସେହି କ୍ଷୀରକୁ ପିଇଲେ ବାପା-ମାଆ...ଆଉ କହିଲେ...
ହ୍ୱାଟ୍ସଆପ୍ ଆଣିଲା ନୂଆ ଫିଚର୍। ଏଣିକି ନିଜେ ନିଜକୁ ପଠାଇପାରିବେ ମେସେଜ୍...ଡକ୍ୟୁମେଂଟ୍ ସେଭ୍ କରିବା ସହ ଏଇ ସବୁ ସୁବିଧା ପାଇବେ ଆପଣ
ମୋ ବୋଉଲୋ...କି ଷ୍ଟାଇଲ? ମଲା ହେଲମେଟ୍ ପିନ୍ଧିଲେ ଷ୍ଟାଇଲ କମିଯିବନି? ଦେଖୁନୁରେ ନାରଣ, କେମିତି ମାମୁଁ ଦେଖି ଏମିତି ଘାଏଁ କିନା ହେଣ୍ଡେଲ ମୋଡିଲେ ଯେ ଅନେଇ ରହିଛନ୍ତି ମାମୁଁ....ଆଉ ଭଣଜାକୁ ଦେଖୁନୁ
କୋଲକାତାର ଦୁର୍ଗାପୂଜା ଗତବର୍ଷ ୟୁନେସ୍କୋ ଐତିହ୍ୟ ତାଲିକାରେ ସାମିଲ ହେବା ପରେ ଓଡ଼ିଶାର ଐତିହାସିକ ବାଲିଯାତ୍ରାକୁ ମିଳିବ କି ଅନୁରୂପ ମର୍ଯ୍ୟାଦା? ନିକଟରେ ଇଣ୍ଡୋନେସିଆର ବାଲିଠାରେ ଆୟୋଜିତ ଜି ଟ୍ବେଣ୍ଟି ଡିଜିଟାଲ ଇକୋନମି ମିନିଷ୍ଟର୍ସ ମିଟିଂରେ ଓଡ଼ିଶାର ବାଲିଯାତ୍ରା ପ୍ରସଙ୍ଗ ଉଠାଇ ଏ ପ୍ରସଙ୍ଗ ଉଜ୍ଜିବିତ କରିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ।
ରାଜ୍ୟରେ ଚାଷୀ ଆତ୍ମହତ୍ୟାର ମାଳ ମାଳ ଘଟଣା ସାମ୍ନାକୁ ଆସୁଛି। ହେଲେ ସବୁକୁ ବାଏଁ ବାଏଁ ଉଡ଼ାଇ ଦେଉଛନ୍ତି ରାଜ୍ୟ ସରକାର। ଏମିତିକି ୨୦୧୬ ପରଠୁ ରାଜ୍ୟରେ ଜଣେ ବି ଚାଷୀ ଆତ୍ମହତ୍ୟା କରିନଥିବା ଏନସିଆରବି ତଥ୍ୟରୁ ରାଜ୍ୟ ସରକାର।
ବଢିଲା ଭାରତୀୟ ନୌସେନାର ବଳ । ସ୍ୱଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନ୍ଏସ୍ ବିକ୍ରାନ୍ତର କମିଶନିଂ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେରଳର କୋଚିରେ ଗର୍ବ ଓ ଗୌରବର ମୁହୂର୍ତ୍ତ । ଭବ୍ୟ ସମାରୋହରେ ଆଏନ୍ଏସ୍ ବିକ୍ରାନ୍ତକୁ ନୌସେନାକୁ ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ।
କଟକ ସ୍ୱତନ୍ତ୍ର ପକ୍ସୋ କୋର୍ଟର ଜଜ୍ ସୁବାସ କୁମାର ବିହାରୀଙ୍କ ମୃତ୍ୟୁକୁ ନେଇ ଏବେ ନାନା ପ୍ରଶ୍ନ ଛିଡ଼ା ହୋଇଛି । ଆଜି ମଧ୍ୟାହ୍ନରେ ବିଚାରପତିଙ୍କ ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ କ୍ୱାଟର୍ରୁ ଝୁଲନ୍ତା ଅବସ୍ଥାରେ ମିଳିଛି ।
ମୟୂରଭଞ୍ଜ ବେଆଇନ ବାଲି ଖନନକୁ ନେଇ ଜାତୀୟ ଗ୍ରୀନ୍ ଟ୍ରିବୁନାଲ୍-NGTର ଛାଟ । ୩୬ କୋଟିର ଫାଇନ୍ ଲଗାଇଛନ୍ତି ଏନ୍ଜିଟି । ମୟୂରଭଞ୍ଜ ଜିଲ୍ଲାର ବୁଢ଼ାବଳଙ୍ଗ ନଦୀ ପଠାରୁ ଅନବରତ ଭାବେ ବେଆଇନ ବାଲି ଖନନକୁ ନେଇ ପ୍ରବଳ ଅସନ୍ତୋଷ ପ୍ରକାଶ କରିଛି ଟ୍ରିବୁନାଲ୍ । ଲିଜ୍ ଧାରୀଙ୍କ ଉପରେ ୩୬ କୋଟିର ଫାଇନ୍ ଲଗାଇଛନ୍ତି NGT ।
ଶୁଭଶ୍ରୀ ମୃତ୍ୟୁ ମାମଲାରୁ ହଟିଲା ପରଦା। ହତ୍ୟା ନୁହେଁ ଆତ୍ମହତ୍ୟା କରିଛନ୍ତି ଶୁଭଶ୍ରୀ। ଆଉ ଶୁଭଶ୍ରୀଙ୍କ ଜୀବନ ହାରିବା ପଛରେ ରହିଛି ତାଙ୍କ ବୟଫ୍ରେଣ୍ଡ ଚିତ୍ତରଂଜନ ଜେନାଙ୍କ ଭୂମିକା। ବୟଫ୍ରେଣ୍ଡଙ୍କ ପାଇଁ ଶୁଭଶ୍ରୀ ବାଧ୍ୟ ହେଲେ ଆତ୍ମହତ୍ୟା କରିବାକୁ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖାଦ୍ୟ ଓ ପିନ୍ଧୁ ଥିବା ପୋଷାକ ପାଇଁ ପ୍ରତ୍ୟେକ ଦିନ କେତେ ଟଙ୍କା ଖର୍ଚ୍ଚ କରନ୍ତି କେନ୍ଦ୍ର ସରକାର? RTI ଦେଲା ବଡ଼ ସୂଚନା...
ସବସିଡି ଅଧିକ ଦେବେ ବୋଲି କହିଲେ...ସାଲାରୀ ଆକାଉଣ୍ଟରୁ ସିଭିଭି ନମ୍ବର ନେଲେ, ଆକାଉଣ୍ଟରୁ ଟଙ୍କା ନେଇଗଲେ। ଜାଣିଲା ବେଳକୁ ଆଉ କିଛି ନାହିଁ
କେନ୍ଦ୍ରର ବଡ଼ ନିୟମ। ଏଣିକି ଗୋଟିଏ ଚାର୍ଜରରେ ପରିବାରର ସମସ୍ତଙ୍କ ମୋବାଇଲ ହେବ ଚାର୍ଜ...ଜାଣନ୍ତୁ କେବେଠୁ ଲାଗୁ ହେବ ନିୟମ...
ସମୁଦ୍ରରୁ ମାଡି ଆସୁଛି ଏବର୍ଷର ବଡ଼ ବାତ୍ୟା। ୨୦୦ କିମି ବେଗରେ ବହିବ ପବନ, ୫୦ ଫୁଟ୍ ପର୍ଯ୍ୟନ୍ତ ଉଠିପାରେ ସମୁଦ୍ର ଜୁଆର। ଆତଙ୍କିତ ଅବସ୍ଥାରେ ଜାପାନବାସୀ
କଟକ ସହରକୁ ଖାଇଲା କିଏ? ଆଲୋ ଆଲୋ ଇଏ କଣ? ଏମାନେ ରାସ୍ତାରେ ୨୨ ପାହାଚ ଭଳି କଣ ଗଡୁଛନ୍ତି? ଏମାନେ ବୋଧହୁଏ ସୁବାସ ଭାଇ ଘରକୁ ଯାଉଛନ୍ତି
ସାଇବର ପର୍ଣ୍ଣ ଓ ମର୍ଫିଂ ଚକ୍ରବ୍ୟୁହରେ ଓଡ଼ିଶାର ମହିଳା। ଭିଡିଓ ଓ ଫଟୋକୁ ମର୍ଫିଂ କରି ଶୋଷଣ କରୁଛନ୍ତି ସାଇବର ଠକ। ବଢୁଥିବା ମାମଲାରେ ଓଡ଼ିଶା ଦେଶରେ ପ୍ରଥମ। ସଚେତନତା ଅଭାବକୁ ଦାୟୀ କଲେ ବିଶେଷଜ୍ଞ