ଉଠା ଜଳସେଚନ ନିଗମରୁ ବୋରୱେଲ୍ ପାଇବାକୁ ବ୍ୟାଙ୍କରେ ଚାଷୀଙ୍କ ଲମ୍ବା ଲାଇନ୍। ଅଭିଯୋଗ, କେବଳ ଏକ ନିର୍ଦ୍ଦିଷ୍ଟ ବ୍ୟାଙ୍କରେ ଆକାଉଣ୍ଟ କରି ଆବେଦନ କରିବାକୁ ନିୟମ ଥିବାରୁ ପ୍ରବଳ ଗହଳି ହେଉଛି....
ଭାବିଥିଲେ ଗୁଗୁଲ୍ ମ୍ୟାପ୍ ଦେଖି ଲକ୍ଷ୍ୟସ୍ଥଳରେ ପହଞ୍ଚିବେ, ଆଉ ମନଭରି ପ୍ରାକୃତିକ ଦୃଶ୍ୟରାଜିର ଉପଭୋଗ କରି ଭଲରେ ଭଲରେ ସ୍ବଦେଶ ଫେରିଯିବେ। ସେଥିପାଇଁ ଧାଇଁ ଆସିଥିଲେ ସୁଦୂର ଫ୍ରାନ୍ସର ଜଣେ ପର୍ଯ୍ୟଟକ। କିନ୍ତୁ ଦୁର୍ଭାଗ୍ୟ, ବାଟ ହୁଡ଼ାଇଦେଲା ଗୁଗୁଲ ମ୍ୟାପ୍...
ଧର୍ମେନ୍ଦ୍ରଙ୍କ ଗଣିତ, ରାଜ୍ୟ ରାଜ୍ୟନୀତିରେ ହଟ ଚମଟ। ଦୃଢ଼ ଭାବେ କହିଛନ୍ତି, ୨୦୨୪ରେ ଓଡ଼ିଶାରେ ବିଜେପି ପାଇବ ୧୫ଟି ସାଂସଦ ସିଟ୍ ଆଉ ଭୋଟ୍ ପ୍ରତିଶତ ପହଞ୍ଚିବ ୪୫ ପ୍ରତିଶତରେ....
ଶିଶୁଟିର ପରିଚୟ ଖୋଜିବା ପାଇଁ ଛାନଭିନ ଚଳାଇଛି ପୋଲିସ । ଜିଅନ୍ତା ଛୁଆଟିକୁ ବୋରୱେଲ ଭିତରେ କିଏ ମରିବା ପାଇଁ ଛାଡ଼ି ଦେଇଯାଇଥିଲା, ତାର ପତ୍ତା ଲଗାଇବାକୁ ଚେଷ୍ଟା କରୁଛି । ଆଖପାଖ ଅଞ୍ଚଳରେ ଥିବା ଗାଁ ଓ ଜନବସତିକୁ ଯାଇ ପଚରାଉଚରା କରାଯାଇଥିବା ସୂଚନା ମିଳିଛି ।
ନିଜେ ବାସନ ମାଜୁଛି....କୁନି ଭାଇ ଭଉଣୀଙ୍କୁ ହାତରେ ଖୁଆଇ ଦେଉଛି...ଡ୍ରେସ୍ ପିନ୍ଧାଇଦେଉଛି....ଛୋଟ ବୟସରେ ବି ତା ଦାୟିତ୍ୱବୋଧ ବେଶ ଗୁରୁତ୍ୱପୂର୍ଣ୍ଣ । ସେ ବୁଝିଛି ବାପାମାଆଙ୍କ ଅନୁପସ୍ଥିତିରେ ବଡ଼ ଭାଇର ଦାୟିତ୍ୱ, ଗୁରୁତ୍ୱ । ଆଉ ସେଇଥିପାଇଁ ସାନ ଭାଇ ଭଉଣୀଙ୍କ କାମରେ ଲାଗିପଡ଼ିଛି ନଅ ବର୍ଷର କୁନି ପୁଅ । A
ଗୋଟିଏ ଗଞ୍ଜାର ଦାମ ୩୦ହଜାର ଟଙ୍କା l ଦାମ୍ ଶୁଣି ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟି ସତ l ଏ ଏମିତି ସେମିତି କୁକୁଡ଼ା ନୁହଁ ଏ ହେଉଛି ଲଢ଼େଇ କୁକୁଡ଼ା ଯାହାର ନାଁ ହେଉଛି ଟାଇଗର l ଆଗକୁ ଆସୁଛି ନୂଆବର୍ଷ ଓ ମକର ସଂକ୍ରାନ୍ତି l ତେଣୁ ଏହାକୁ କିଣିବାକୁ ବିଭିନ୍ନ ଜିଲ୍ଲାରୁ ଲୋକମାନେ ଆସୁଛନ୍ତି l ଟାଇଗରର ମୂଲ୍ୟ ଯେମିତି, ହାଇଟ ବି ଯେମିତି, ଫାଇଟ୍ ବି ସେମିତି l
୨୦୧୫ ଥିଲା ତାଙ୍କ ଜୀବନ ପାଇଁ ଗୋଟିଏ ଟର୍ଣ୍ଣିଂ ପଏଣ୍ଟ । ଏକ ନିର୍ବାଚନୀ ମାମଲାରେ ତାଙ୍କୁ ଜେଲ ପଠାଇ ଦିଆଯାଏ । ଭୋଟ୍ ପାଇଁ ନୋଟ୍ ମାମଲାରେ ଛନ୍ଦି ହୁଅନ୍ତି ରେବନ୍ତ । ହେଲେ ବେଲରେ ଆସିବା ପରେ ସେ ନିଅନ୍ତି ଚରମ ନିଷ୍ପତ୍ତି । ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ସିଧା ଟାର୍ଗେଟ୍ କରନ୍ତି । କୁହନ୍ତି ଆପଣଙ୍କୁ ମୁଖ୍ୟମନ୍ତ୍ରୀ ଚଉକିରୁ ନ ହଠାଇବା ଯାଏଁ ମୁଁ ଶାନ୍ତିରେ ନିଶ୍ୱାସ ମାରିବିନି ।
ଆଜିର ଘଟଣା ପରେ ଚର୍ଚ୍ଚାକୁ ଆସିଛି ଭିଜିଟର୍ସ ପାସ୍ ପ୍ରସଙ୍ଗ। କାରଣ ସାଂସଦଙ୍କ ଭିଜିଟର୍ସ ପାସ୍ ଜରିଆରେ ଯୁବକମାନେ ସଂସଦ ଭବନରେ ପ୍ରବେଶ କରିଥିଲେ। ତେବେ ଏହି ଭିଜିଟର୍ସ ପାସ୍ କ’ଣ ଓ ଏହା କିପରି ଦିଆଯାଇଥାଏ।
ଆଜି ଲୋକସଭା ଭିତରେ ପଶି ଦୁଇ ଯୁବକ ଖେଳାଇଥିଲେ ଆତଙ୍କ । ସ୍ମୋକ୍ ସ୍ପ୍ରେ କରି ସୃଷ୍ଟି କରିଥିଲେ ଭୟର ବାତାବରଣ। ସେମାନଙ୍କ ସହ ବାହାରେ ହଙ୍ଗାମା କରୁଥିବା ଦୁଇଜଣଙ୍କୁ କାବୁ କରି ଖୋଳତାଡ଼ କରୁଛି ଦିଲ୍ଲୀ ପୋଲିସ୍।
କିଏ ସେହି ରାକ୍ଷସୀ ଯିଏ ଏତେଦିନ ଗର୍ଭଧାରଣ କରି ଜନ୍ମ ପରେ ଏତେ ଦଶାକଲା ପିଲାଟିକୁ ? କିଏ ସେହି ନୃଶଂସ ପୁରୁଷ, ଯିଏ ସୁଖ ଓ କାମନାରେ ଅନ୍ଧ ସାଜି ବାପ ବନିବା ପରେ ଆଜି ସେହି ରକ୍ତ ମାଂସର ପିଣ୍ଡୁଳାକୁ ଫିଙ୍ଗିଦେଇଥିଲା ଅନ୍ଧାରୀ ଗାତ ଭିତରେ ? ଆଜି ସବୁରି ମୁହଁରେ ସେହି ଗୋଟିଏ ପ୍ରଶ୍ନ ।
ଦେଶୀ ମଦ ଭାଟିଟି ଗତ ୩୦ ବର୍ଷ ହେଲା ଜଣେ ବ୍ୟକ୍ତିଙ୍କ ନାମରେ ରହିଛି । କେବେ ଟେଣ୍ଡର ହେଉଛି, କେବେ ପୁଣି ତାଙ୍କୁ ଲାଇସେନ୍ସ ମିଳିଯାଉଛି, ସର୍ବସାଧାରଣ ଜାଣିପାରୁନାହାନ୍ତି । ଏମିତିକି ଏଇ ମଦଭାଟି ମାଲିକ ନିର୍ବାଚନ ସମୟରେ ନିଜଆଡ଼ୁ ତାଙ୍କୁ ୭ ଲକ୍ଷ ଟଙ୍କା ଯାଚିଥିବା ନେଇ ଖୁଲାସା କରିଛନ୍ତି ପୂର୍ବତନ କାଉନସିଲର ପ୍ରାର୍ଥୀ।
ଏହାସହ ମେକ୍ ଇନ୍ ଓଡ଼ିଶାରେ ୨୦୧୮ରେ ଡିଷ୍ଟ୍ରିଲାରି ପ୍ରକଳ୍ପ ପାଇଁ ପ୍ରସ୍ତାବ ଆସିଥିଲା ଆଉ ତାକୁ ଅଗଷ୍ଟ ୨୦୧୯ ସୁଧା ସମସ୍ତ ପ୍ରକାର କ୍ଲିୟରାନ୍ସ ଦେଇ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନ୍ୟ ପ୍ରକଳ୍ପ ଅପେକ୍ଷା ଏହି ପ୍ରକଳ୍ପରେ କାହିଁକି ଏତେ ଦ୍ରୁତ ପଦକ୍ଷେପ ବୋଲି ପ୍ରଶ୍ନ କରିଛି ଦଳ।
ବିପଦରେ ସରକାରୀ ଜମି । ଜମି ଦଲାଲଙ୍କ ନଜରରେ ସରକାରୀ ସଂପତ୍ତି । ଦିନ ଦ୍ୱିପହରେ ଆଖିରେ ଆଙ୍ଗୁଠି ଗୁଞ୍ଜି ବିକୁଛନ୍ତି ଦଲାଲ । ଦଲାଲଙ୍କ ହାତରେ ଫସୁଛନ୍ତି ନିରିହ ଲୋକ । ଭୁବନେଶ୍ୱର ଶାମପୁର ଅଞ୍ଚଳରେ କାହାକୁ ହଜାର ତ କାହାକୁ ଲକ୍ଷେରେ ବିକ୍ରି ହୋଇଛି ସରକାରୀ ପ୍ଲଟ ।
ନା ତାଲିମ ନେଇଛନ୍ତି.. ନା କିଏ ଦେଇଛି ମାର୍ଗଦର୍ଶନ.. କୁହନ୍ତି ନା.. କିଛି ଜିନିଷ ଭଗବାନଙ୍କ ବରଦାନ ଥାଏ.. ମାନେ ଗଡ୍ ଗିଫଟ୍.. ସେମିତି କିଛି ସ୍ୱତନ୍ତ୍ରତା ରହିଛି ପୂର୍ଣ୍ଣଚନ୍ଦ୍ରଙ୍କ ହାତରରେ.. କଳା, ଧଳା, ଧୂସରରେ ସେ ଆଙ୍କୁଛନ୍ତି ଜୀଅନ୍ତା ଚିତ୍ର.. ଦେଖିଲେ ଲାଗୁଛି ଯେମିତି ଅବିକଳ..
ଗୋଡ଼ ଦିଇଟା ସମ୍ପୂର୍ଣ୍ଣ ଅଚଳ.. ପୂରା ଶରୀରର ଭାରକୁ ଏଇ ହାତ ଦିଇଟା ସମ୍ଭାଳିଛି.. ଠାଏ ଘୁଞ୍ଚିବାକୁ ହେଲେ ବି ଶରୀରକୁ ବଳ ଲଗାଇ ଘୋଷାଡ଼ିବାକୁ ପଡ଼ୁଛି.. କାରଣ ସେ ବୁଝିଛନ୍ତି ଏ ଦୁନିଆରେ ବଞ୍ଚିବାକୁ ହେଲେ ସଂଘର୍ଷ ତ କରିବାକୁ ହେବ..
ବେଳେ ବେଳେ ଇଚ୍ଛା ହୁଏ ଆମେ ରହୁଥିବା କଂକ୍ରିଟର ସହର ଛାଡ଼ି ଏ ସବୁଜ ବନାନୀ ଭିତରେ ହଜିଯିବାକୁ.. ବେଳେ ବେଳେ ମନ କହେ.. ଏମିତି ପାହାଡ଼ର ଶିଖର ଉପରେ ଚଢି ଶାନ୍ତିରେ ଟିକେ ନେବାକୁ..ଆଉ କ୍ଷଣକ ପାଇଁ ହେଉ ପଛେ ଜୀବନକୁ ମନଭରି ଜୀଇଁବାକୁ.. ଏ ଦୃଶ୍ୟ ଦେଖି ଆପଣଙ୍କ ମନ ମଧ୍ୟ ଠିକ୍ ଏମିତି କହୁଥିବ.. ଚାଲ୍.. ପାହାଡ଼ିଆ ଜାଗା ଦେଖି ଟିକିଏ ବୁଲିଆସିବା..
ଆଇଟି ରେଡ୍ ସରିଲା, ଗଣତି ବି ସରିଲା । ଟଙ୍କା ପାହାଡ଼ ମାମଲାରେ ଆଇଟି ପରେ ଏବେ ଘାଣ୍ଟିପାରେ ଇଡି । ଦେଶୀ ମଦ ଭାଟିରୁ ଏତେ ଟଙ୍କା ଅମଳ ହେଲା କେମିତି ? କ୍ୟାସ୍ ଆକାରରେ କାହିଁକି ରଖାଯାଉଥିଲା ? କେଉଁ ରାଜନେତା ଏଥିରେ ଜଡ଼ିତ ?
ଡିସେମ୍ବର ଅଧାରୁ ଆରମ୍ଭ ହୋଇଛି ଶୀତଋତୁ । ରାଜ୍ୟର ପ୍ରାୟ ସବୁ ସ୍ଥାନରେ ପାରଦ ଖସିବା ପରେ ଟ୍ରଙ୍କରୁ ବାହାରିଛି ଶୀତପୋଷାକ । ଚା' କପ୍ ର ଡିମାଣ୍ଡ ବଢ଼ିଛି । ସର୍ବନିମ୍ନ ତାପମାତ୍ରା ୪-୫ ଦିନ ଯାଏଁ ବିଶେଷ ବଦଳିବା ସମ୍ଭାବନା ନାହିଁ ।
ଜେଲରୁ ବାହାରିଲେ ବହୁ ଚର୍ଚ୍ଚିତ ହନିଟ୍ରାପ୍ କୁଇନ୍ ଅର୍ଚ୍ଚନା ନାଗ । ଜେଲରୁ ବାହାରି ଅର୍ଚ୍ଚନାଙ୍କ ବିଷୋଦଗାର, ସମସ୍ତଙ୍କ ମୁଖା ଖୋଲିଦେବାକୁ ଧମକ ଦେଲେ । ଓକିଲ ଗେଟଅପରେ LAW ପରୀକ୍ଷା ଦେଲେ। କହିଲେ ଯେଉଁମାନେ ମୋ ପାଇଁ କଣ୍ଟା ବୁଣିଥିଲେ, ସେସବୁ ଫୁଲ ପାଲଟିଛି ।
ଚୋରଙ୍କ ଚରାଭୂଇଁ ପାଲଟିଛି କି ରାଜଧାନୀ । କମିଶନରେଟ୍ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲୁଟ୍ ପରେ ଲୁଟ୍ କରିଚାଲିଛନ୍ତି ଲୁଟେରା । ଆଉ ଟାର୍ଗେଟରେ ରହିଛି ଭୁବନେଶ୍ୱରର ସୁରକ୍ଷିତ କୁହାଯାଉଥିବା ଆପାର୍ଟମେଣ୍ଟ ।
୨୦ ଫୁଟର ପରିତ୍ୟକ୍ତ ବୋରୱେଲ ଭିତରେ ଫସିଛି କଅଁଳା ଜୀବନ । ମାସେ କି ବର୍ଷେ ନୁହେଁ, ଦିନେ ଦୁଇଦିନର ନବଜାତ । କେହି ଛୁଆଟିକୁ ଜନ୍ମ କରିବା ପରେ ବୋରୱେଲ ଭିତରେ ପକାଇ ଚାଲିଯାଇଥିବା ସନ୍ଦେହ କରାଯାଉଛି । ହେଲେ ଗାତରେ ଫସିଥିବା ଶିଶୁର ଜୀବନ ବଂଚାଇବାକୁ ଜାରି ରହିଛି ଉଦ୍ୟମ । ଅଗ୍ନିଶମ, ଓଡ୍ରାଫ, ଡାକ୍ତର, ପ୍ରଶାସନ ସମସ୍ତେ ଅନାଇ ରହିଛନ୍ତି ଶିଶୁଟିର ଉଦ୍ଧାର ବାଟକୁ ।
ବଦଳିବ ଭାରତୀୟ ନୌସେନାର ପରିପାଟୀ । ବ୍ରିଟିଶ୍ ସରକାର ତରଫରୁ ଆରମ୍ଭ କରାଯାଇଥିବା କଲୋନିଆଲ ଫ୍ଲାଗକୁ ବର୍ତ୍ତମାନ ଶିବାଜୀ ଷ୍ଟାମ୍ପ ଦ୍ବାରା ପରିବର୍ତ୍ତନ କରି ଦିଆଯାଇଛି। ଏହି ପଦକ୍ଷେପ ସହ ଭାରତ ପୂରା ଦୁନିଆକୁ ଜଣାଇ ଦେଇଛି ଯେ, ଏବେ ଆମ ସାମରିକ ବ୍ୟବସ୍ଥା ବ୍ରିଟିଶ୍ କଲୋନୀରୁ ମୁକ୍ତ।
ପିଲାଙ୍କୁ ପାଠ ପଢ଼ାଇବା ସହ ଅଭିନୟ ପାଇଁ ରହିଛି ଅହେତୁକ ଦୁର୍ବଳତା। ଧନୁଯାତ୍ରରେ କଂସ ଭୂମିକାରେ ଅଭିନୟ କରୁଥିବାରୁ ସମସ୍ତଙ୍କ ପାଖରେ ମହାରାଜ ବୋଲି ବେଶ୍ ଜଣାଶୁଣା ନୂଆପଡ଼ା ଜିଲ୍ଲା ସଲଙ୍ଗିପଡ଼ା ଗାଁର ମଧୁସୂଦନ ମିଶ୍ର।
ଖଇରା ବ୍ଲକ ରପେୟା ପଞ୍ଚାୟତ ଦୃଶ୍ୟ... ପୋଖରୀ ପାଣିକୁ ପିଉଛନ୍ତି ଲୋକେ... କୌଣସି ସୁବିଧା ହୋଇନଥିବାରୁ ଏହି ପାଣି ପିଉଛନ୍ତି ଲୋକେ...ଖାଲି ଏତିକି ନୁହେଁ ଏଠି ଭଲ ରାସ୍ତା ଖଣ୍ଡେବି ନାହିଁ...
କାଶ୍ମୀରରୁ ଧାରା ୩୭୦ ପ୍ରତ୍ୟାହାର ନିଷ୍ପତ୍ତି ବୈଧ । କେନ୍ଦ୍ରର ନିଷ୍ପତ୍ତିକୁ କାଏମ ରଖିଲେ ସୁପ୍ରିମକୋର୍ଟ । ଜମ୍ମୁ କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ନେଇ ବିରୋଧୀଙ୍କ ପ୍ରଶ୍ନ ଭିତରେ ଐତିହାସିକ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।