Advertisment

ଛାତିକୁ ପଥର କରି; ୯ ବର୍ଷର ନାତୁଣୀକୁ ସରକାରଙ୍କୁ ଟେକିଦେଲେ ଜେଜେ

ଅସହାୟତା ଓ ଅଭାବ ପାଇଁ ନାତୁଣୀକୁ ସରକାରଙ୍କ ହାତକୁ ଟେକିଦେଲେ ଜେଜେବାପା l ଏବେ ନାତୁଣୀ ବଢିବ ପର ଘରେ ନୂଆ ବାପାମାଙ୍କ କୋଳରେ ।

author-image
Santosh Kumar Sahoo

ଦୁଃଖ ଏମିତି ଯେ, କହିଲା ବେଳକୁ ଲୁହ ଝରି ପଡୁଛି । ଅର୍ଥାଭାବ ନାତୁଣୀକୁ ପର କରିଦେବା ପରେ ଫାଟିଯାଉଛି ଜେଜେ ବାପାର ଛାତି । ଏମିତି ଘଟଣା ନା ଶୁଣିଥିବେ ନା ଦେଖିଥିବେ।। ବରଗଡ଼ ଜିଲ୍ଲା ଝାରବନ୍ଧ ଥାନା ଶାଖାଡୁଙ୍ଗୁରୀ ଗାଁର 75 ବର୍ଷୀୟ ମୁକୁନ୍ଦ ବନଛୋର। 73 ବର୍ଷୀୟା ରୋଗୀଣା ପତ୍ନୀ ଓ 9 ବର୍ଷୀୟା ନାତୁଣୀକୁ ନେଇ ପରିବାର । 2016 ମସିହାରେ ପୁଅ ଦିବାକରର ମୃତ୍ୟୁ ପରେ ତାଙ୍କ ପତ୍ନୀ ମାନସିକ ଭାରସମ୍ୟ ହରାଇ ଗାଁରୁ କେଉଁ ଆଡ଼େ ଚାଲିଯାଇଛନ୍ତି। ଭତ୍ତା ଆଉ ଚାଉଳ ଗଣ୍ଡେ ହିଁ ପରିବାରର ପେଟରେ ଦାନା ଦେଉଛି । ଆଉ ଏଭଳି ଅବସ୍ଥାରେ ନାତୁଣୀର ଭବିଷ୍ୟତ ପାଇଁ ମୁକୁନ୍ଦ ବନଛୋର ନିଜ ୯ ବର୍ଷର ନାତୁଣୀକୁ ସରକାରକୁ ଟେକି ଦେଇଛନ୍ତି ....

Advertisment
Bargarh Special Report
Advertisment
Advertisment