ସାବିତ୍ରୀ ଗାଦାବା, ଲୋକ ପ୍ରତିନିଧି ଥିଲେ ରାଜନୀତି ବି କରୁଥିଲେ । ଲୋକଙ୍କ କଥା ବୁଝୁଥିଲେ । ଏବେ କିନ୍ତୁ ସେ ରାଜନୀତି କରୁନାହାନ୍ତି । ଅନ୍ୟ ମହିଳାଙ୍କୁ ସ୍ୱାବଲମ୍ବି କରିବା ପାଇଁ ନିଜେ ଦିନ ରାତି ଏକ କରି କାମ କରୁଛନ୍ତି । ଜୟପୁର ବ୍ଲକ କଙ୍ଗା ପଞ୍ଚାୟତରେ ସେ ଏମବିକେ ଭାବେ କାମ କରୁଛନ୍ତି । ଜୟପୁର ବ୍ଲକରେ ୨୦୧୨ରୁ ୨୦୧୭ ଯାଏ ଶାସକ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ସଦସ୍ୟ ଥିବା ସାବିତ୍ରୀ ପରବର୍ତ୍ତୀ ସମୟରେ ବିଜେପିରେ ସାମିଲ ହୋଇଥିଲେ । ନିର୍ବାଚନରେ କିନ୍ତୁ ଜିତି ପାରିଲେନି । ତା ପରଠୁ ସେ ଲୋକଙ୍କ ସେବାରେ ରହିଛନ୍ତି ।
Published By: Santosh Kumar Sahoo
Last updated: 08 March 2024, 12:33 PM IST
ପରିବାର ଚାହୁଁଥିଲେ ଝିଅ ବିବାହ କରୁ । ୧୪ ବର୍ଷୀୟ କିଶୋରୀ ଝାନ୍ସି କିନ୍ତୁ ମନା କଲେ । ସେ ତ ବାଲ୍ୟବିବାହରୁ ମୁକ୍ତି ପାଇଲେ ସତ କିନ୍ତୁ ଅନ୍ୟମାନଙ୍କ ପାଇଁ ସେ ଆରମ୍ଭ କରିଦେଲେ ସଂଘର୍ଷ ।