Say No To Child Marriage
ହାତରେ ପ୍ଲାକାର୍ଡ, ଦୁଆର ମୁହଁରେ କାଉନସେଲିଂ । ବାଲ୍ୟବିବାହକୁ ନା – କ୍ୟାମ୍ପେନକୁ ନିଜ ଅଞ୍ଚଳରେ ବ୍ୟାପକ ରୂପ ଦେଇଥିବା ଏହି ଯୁବତୀ ଜଣଙ୍କ ହେଲେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକ ଜଗମଣ୍ଡା ଗ୍ରାମର ରେଙ୍ଗାଲି ଝାନ୍ସୀ । ବୟସ 18 ବର୍ଷ ଡ଼ମ୍ବସୋରା ରିଜିଓନାଲ ଡିଗ୍ରୀ କଲେଜ ର କଳା ବିଭାଗର ପ୍ରଥମ ବର୍ଷର ଛାତ୍ରୀ l ନିଜ ପରିବାର କହିଲେ ବାପା ମା ଓ ଦୁଇ ସାନ ଭଉଣୀ । ଆର୍ଥିକ ପରିସ୍ଥିତି କହିଲେ ବାପା ଜଣେ ମୁଢ଼ି ବୁଲା ବିକାଳୀ, ମା ଗୃହିଣୀ l ଝାନ୍ସିଙ୍କୁ ଯେତେବେଯଳେ ୧୪ ବର୍ଷ ହୋଇଥିଲା ବାପା –ମା ଝିଅର ବାହାଘର ପାଇଁ ପ୍ରସ୍ତୁତ ହେଉଥିଲେ । ନିଜେ ଝାନ୍ସି କିନ୍ତୁ ପରିବାରକୁ ବୁଝାଇ ଏଥିରୁ ବର୍ତ୍ତିଥିଲେ । ପରବର୍ତ୍ତୀ ସମୟରେ ସେ ଅନ୍ୟମାନଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିଛନ୍ତି । ବାଲ୍ୟ ବିବାହକୁ ନା କହିବାକୁ ବାର୍ତ୍ତା ବାଟୁଛନ୍ତି । ଏଥିପାଇଁ ସେ ଉଚ୍ଚ ପ୍ରଶଂସିତ ଏବଂ ସମ୍ମାନିତ ମଧ୍ୟ ହୋଇଛନ୍ତି...
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)